Jio ୟୁଜର୍ସଙ୍କ ପାଇଁ ଖୁସି ଖବର ! ଗ୍ରାହକ ମାନଙ୍କୁ Jio ଦେଉଛି 2 ଦିନ ପାଇଁ ଫ୍ରି ଅନଲିମିଟେଡ ପ୍ଳାନ !

ଗତ ୫ ଫେବୃୟାରୀ ଦିନ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ରିଲାଇନ୍ସ ଜିଓର ସର୍ଭିସ ଏକଦମ ଡାଉନ ହୋଇ ଯାଇଥିଲା । ଯାହାଫଳରେ ଅନେକ ୟୁଜର୍ସ ଜିଓରେ କଲ୍ ଲାଗୁ ନାହିଁ ବୋଲି ଅଭିଯୋଗ ଆଣିଥିଲେ । ସର୍ଭିସ ଡାଉନ ଯୋଗୁଁ ମୁମ୍ବାଇ, ଥାନେ ଓ ନବି ମୁମ୍ବାଇରେ ଜିୟର ମୋବାଇଲ ଏବଂ ଇଣ୍ଟରନେଟ ଅରଭିସ ଏକଦମ ଠପ୍ ହୋଇ ଯାଇଥିଲା । କେବଳ ଏତିକି ନୁହେଁ ବରଂ ସାରା ଦେଶରେ ଜିଓ ଫାଇବରର ସର୍ଭିସରେ ମଧ୍ୟ ସମସ୍ଯା ଦେଖାଦେବା କଥା ସାମ୍ନାକୁ ଆସିଥିଲା ।

କାରଣ ରାତି ଠିକ ୮ଟା ସମୟରେ ଟେଲିକମ ସେବାରେ ସମସ୍ଯା ଦେଖା ଦେଇଥିଲା । ତେବେ ଏଥିପାଇଁ ଗ୍ରାହକଙ୍କୁ ହୋଇଥିବା ଅସୁବିଧା ଯୋଗୁଁ କମ୍ପାନୀ କ୍ଷମା ପ୍ରାର୍ଥନା କରିବା ସହ ଦୁଇଦିନ ନିମନ୍ତେ ଗ୍ରାହକଙ୍କୁ ଅତିରିକ୍ତ ଅନଲିମିଟେଡ ପ୍ଳାନ ଦେବା ପାଇଁ ମଧ୍ୟ ଘୋଷଣା କରିଛି । ଅର୍ଥାତ ଯେମିତି ଆପଣଙ୍କ ଡାଟା ପ୍ଳାନ ଶେଷ ହେବ କମ୍ପାନୀ ଏହାକୁ ଦୁଇଦିନ ପାଇଁ ବୃଦ୍ଧି କରିଦେବ । ୫ ଫେବୃୟାରୀ ଦିନ ଗ୍ରାହକଙ୍କୁ ହୋଇଥିବା ଅସୁବିଧା କଥା କମ୍ପାନୀ ସ୍ଵୀକାର କରିଛି ।

ଏହି ସମସ୍ଯାକୁ ସମାଧାନ କରିବା ସହ କମ୍ପାନୀ ଗ୍ରାହକଙ୍କୁ ଦୁଇଦିନ ପାଇଁ ଅତିରିକ୍ତ ସେବା ଯୋଗାଇ ଦେବାକୁ ମଧ୍ୟ ଘୋଷଣା କରିଛି । କମ୍ପାନୀ ଜାରି କରିଥିବା ମେସେଜରେ କୁହାଯାଇଛି କି, “ଏଭଳି ସମସ୍ଯା ଦେଖାଦେବାର କିଛି ଘଣ୍ଟା ମଧ୍ୟରେ ହିଁ କମ୍ପାନୀ ଏହାକୁ ସମାଧାନ କରି ଦେଇଥିଲା । କିନ୍ତୁ ଆମେ ବୁଝିପାରୁଛି କି ଏହି ଅନୁଭୂତି ଆପଣଙ୍କ ପାଇଁ ବିଲକୁଲ ମଧ୍ୟ ଭଲ ନଥିଲା । ଏଥିପାଇଁ ଆମେ କ୍ଷମା ମାଗୁଛୁ ।”

ଏହାସହ ସମସ୍ଯା ସମାଧାନ କରିଦିଆ ଯାଇଥିବାରୁ ଗ୍ରାହକଙ୍କୁ ସେମାନଙ୍କ ଫୋନକୁ ରିଷ୍ଟାର୍ଟ କରିବା ପାଇଁ ନିବେଦନ କରାଯାଇଛି । ଜିଓର ଏହିଭଳି ସମସ୍ଯା ଯୋଗୁଁ ଅନେକ ଜିଓ ଉପଭୋକ୍ତାଙ୍କୁ ଏହି ସମୟରେ କଥାବାର୍ତ୍ତା ହେବା ପାଇଁ ହ୍ବାଟ୍ସଆପ୍ କଲି॰ ସୁବିଧାର ସାହାରା ନେବାକୁ ପଡିଥିଲା । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଟ୍ରାଇ ଅନୁଯାୟୀ ଜୁଲାଇ ୨୦୨୧ରେ ଜିଓର ସମୁଦାୟ ଗ୍ରାହକଙ୍କ ସଂଖ୍ୟା ୪୪ କୋଟି ୩୨ ଲକ୍ଷ ଥିଲା ।

ସେହିପରି ଏୟାରଟେଲର ମୋଟ ଗ୍ରାହକଙ୍କ ସଂଖ୍ୟା ୩୫ କୋଟି ୪୦ ଲକ୍ଷ ଓ ଭୋଡାଫୋନ ବା ଭିଆଇର ମୋଟ ଗ୍ରହକଙ୍କ ସଂଖ୍ୟା ୨୭ କୋଟି ୧୯ ଲକ୍ଷ ଥିଲା । ଅର୍ଥାତ ଦେଶରେ ଜିଓ ୟୁଜର୍ସଙ୍କ ସଂଖ୍ୟା ହିଁ ସବୁଠାରୁ ଅଧିକ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।