ମ୍ଯାଚ ପରେ କଣ କହିଲେ ଜାଡେଜା, କୋହଲି ଓ ଧୋନୀ, ଶେଷ ଓଭର ରେ କେମିତି କରିଲେ 37 ରନ, ଜାଣନ୍ତୁ କଣ ଥିଲା ସିକ୍ରେଟ

ଭାରତୀୟ କ୍ରିକେଟରେ ଖେଳୁଥିବା ଖେଳାଳି ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ଆଜିକା ଦିନରେ ବିଶ୍ଵ ରେକର୍ଡ ସୃଷ୍ଟି କରି ପାରିଛନ୍ତି । ଅନେକ ଖେଳାଳି ମାନେ ନିଜର ବୋଲିଂ ପାଇଁ ଫ୍ୟମାସ ତ ଆଉ କେତେକ ଖେଳାଳି ମାନେ ନିଜର କିପିଙ୍ଗ ବା ବ୍ୟାଟିଙ୍ଗ ପାଇଁ ଫ୍ୟମାସ ହୋଇ ପାରିଛନ୍ତି । ବିଶେଷ କରି ଆପିଏଲ ମ୍ଯାଚରେ ଖେଳୁଥିବା ଖେଳାଳି ମାନେ ନିଜର ସାନଦାର ଖେଳ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ରବୀନ୍ଦ୍ର ଜାଡେଜାଙ୍କ ବିଷୟରେ କିଛି କଥା କହିବାକୁ ଯାଉଛୁ ।

ଆପିଏଲ ୨୦୨୧ ମସିହାର ୧୯ ତମ ମ୍ଯାଚରେ ଶିଏସକେ ର ସାମନା ଆରଶିବି ସହ ହୋଇଥିଲା । ଚେନାଇ ସୁପର କିଂସ ଆରସିବିକୁ ୭୯ ରନରେ ହରାଇଛି । ଏହି ମ୍ଯାଚରେ ଜିତିବା ପଛରେ ତିମର ଅଲ ରାଉଣ୍ଡର ଭାବେ ରବୀନ୍ଦ୍ର ଜାଡେଜା ମୁଖ୍ୟ ଭୂମିକାରେ ରହିଥିଲେ । ଏହି କଥାକୁ ନେଇ ବିରାଟ କୋହଲି ରବୀନ୍ଦ୍ର ଜାଡେଜାଙ୍କ ବିଷୟରେ କହିଥିଲେ ଯେ “ଆଜି ଆମକୁ ଗୋଟିଏ ଖେଳାଳି ପାଇଁ ମ୍ଯାଚ ହାରିଛୁ” । ଏହି କଥାକୁ ନେଇ ରବୀନ୍ଦ୍ର ଜାଡେଜା କହିଥିଲେ ଯେ “ମହେନ୍ଦ୍ର ସିଂ ଧୋନୀ ଶେଷ ମୂହୁର୍ତ୍ତରେ ସାହାଜ୍ଯ କରିଥିଲେ”।

ରବୀନ୍ଦ୍ର ୨୮ଟି ବଳରେ ୬୨ ରଣ କରିଥିଲେ । ଜାଡେଜା ଶେଷ ଓଭରରେ ହର୍ଷଲ ପଟେଲକୁ ୫ଟି ଛକା ମାରିଥିଲେ ଯାହା ଫଳରେ ସେହି ଓଭରରେ ୩୭ ରନ ହୋଇଥିଲା । ଏହା ପରେ ଜାଡେଜା ୧୩ ରନ କରି ୩ ଟି ଖେଳାଳିଙ୍କୁ ଆଉଟ କରିଥିଲେ । ଏହି ୩ଟି ଖେଳାଳି ମାନଙ୍କ ମଧ୍ୟରୁ ଗ୍ଲେନ ମ୍ୟାକ୍ସୱେଲ ଓ ଏଭିଡ ଡେଭିଲ୍ସଙ୍କ ୱିକେଟ ସାମିଲ ଥିଲା । ଜାଡେଜା ଏମାନଙ୍କୁ କ୍ଳିନ ବୋଲ୍ଡ କରି ଆରସିବିର ଚେଷ୍ଟାକୁ ବିଫଳ କରିଥିଲେ ।

ଏହା ବ୍ଯତୀତ ଜାଡେଜା ନିଜର ସାନଦାର କିପିଙ୍ଗରେ ଦ୍ୟାନ କ୍ରିସନଙ୍କୁ ରଣ ଆଉଟ କରିଥିଲେ । ମ୍ଯାଚ ଶେଷ ହେବା ପରେ ଜାଡେଜା କହିଥିଲେ ଯେ “ଗୋଟିଏ ଖେଳାଳି ପାଇଁ ଅଲ ରାଉଣ୍ଡର ହେବା ବଡ କଷ୍ଟକର ହୋଇଥାଏ । କାରଣ ଖେଳର ସବୁ ଡିପାର୍ଟମେଣ୍ଟରେ ଭଲ ପ୍ରଦର୍ଶନ କରିବାକୁ ପଡିଥାଏ” । ଏହି ଦିନ ମାନଙ୍କରେ ଜାଡେଜା ନିଜର ସ୍କିଲ ଓ ଫିଟନେସରେ ସେ ବହୁତ ପରିଶ୍ରମ କରିଛନ୍ତି । ସେ କରିଥିବା ପରିଶ୍ରମର ଫଳ ତାଙ୍କୁ ମିଳିଛି ବୋଲି ଜାଡେଜା କହିଛନ୍ତି ।

ଜାଡେଜା ଶେଷ ମୂହୁର୍ତ୍ତର ଓଭର ବିଷୟରେ କହିଥିଲେ ଯେ “ମୁଁ କେବଳ ସେହି ସମୟରେ ଗେନ୍ଦବାଜ କୁ ହିତ କରିବାକୁ ଚାହୁଥିଲି । ସେହି ସମୟରେ ଧୋନୀ ତାଙ୍କୁ କହିଲେ ଯେ “ହର୍ଷଲ ପଟେଲ ଆଉଟ ସାଇଡରେ ଖେଳିବାକୁ ଚେଷ୍ଟା କରିବେ । ଏହି କଥାଟି ସତ୍ୟ ମଧ୍ୟ ହେଲା” ।

ମ୍ଯାଚ ସାରିବା ପରେ ଧୋନୀ ଓ ବିରାଟ କୋହଲି ଜାଡେଜାଙ୍କର ବହୁତ ପ୍ରଶଂସା କରିଥିଲେ । ଧୋନି କହିଥିଲେ ଯେ “ଜାଡେଜା ଏମିତି ଏକ ଖେଳାଳି ଯିଏ ଶେଷ ମୂହୁର୍ତ୍ତରେ ଗେମକୁ ପଲଟେଇ ଦେଇପାରିବେ” । ଏହାଛଡା ବିରାଟ ମଧ୍ୟ କହିଥିଲେ ଯେ “ଗୋଟିଏ ଖେଳାଳି ଆମ ମାନଙ୍କ ଠାରୁ ମ୍ଯାଚ ଛଡାଇନେଲା” ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।