ସବୁଠୁ ବଡ ଖୁଲାସା ! ଚୀନ ସେନାଙ୍କ ସିକ୍ରେଟ ପ୍ରୋଜେକ୍ଟ ପାଇଁ ବୁହାନ ଲ୍ୟାବ ଖୋଜି ବାହାର କରିଛି କରୋନା ଠାରୁ ବି ଅଧିକ ଭୟଙ୍କର ଭାଇରସ

ବିଜିଙ୍ଗ: ଆମ ଦେଶରେ ବ୍ୟାପୀଥିବା କରୋନା ଭାଇରସକୁ ନେଇ ଅନେକ ପ୍ରଶ୍ନ ଉଠୁଛି ଯେ ଏହି ଭାଇରସ କେଉଁଠୁ ଓ କାହିଁକି ଆସୁଛି । ଏହି କଥାଟିକୁ ଆଧାର କରି ଚୀନର ବୁହାନ ଲ୍ୟାବ ଅନେକ ଥର ସାମନାକୁ ଆସି ସାରିଲାଣି । କିନ୍ତୁ ଏହି ଘଟଣାଟିକୁ ବାରମ୍ବାର ଚୀନ ମନା କରୁଛି । କିନ୍ତୁ ଗୋଟିଏ ଇଂରାଜୀ ସମ୍ବାଦ ଏମିତି ଗୋଟିଏ ରହସ୍ୟର ପରଦାଫାସ କରିଛି ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହି ଯାଇଛନ୍ତି ।

କୁହା ଯାଉଛି ଯେ ଚୀନ ସେନାର ଅନେକ ରହସ୍ୟ ପ୍ରୋଜେକ୍ଟରେ ବୁହାନ ଲ୍ୟାବ କୁ ସାହାଜ୍ଯ କରୁଛି । ଏହା ଛଡା ଅନେକ ପଶୁ ମାନଙ୍କର ଖତରନାକ ଭାଇରସ ମଧ୍ୟ ଖୋଜା ଯାଇଛି । କୁହା ଯାଉଛି ଯେ ଗତ ୯ ବର୍ଷ ହେଲା ଚୀନର ଲ୍ୟାବ ବୈଜ୍ଞାନିକ ମାନେ ନୂଆ ଭାଇରସ ଖୋଜିବାରେ ଲାଗିଥିଲେ । ଏହା ସହ ନୂଆ ମା-ରା-ତ୍ମ-କ ରୋଗକୁ ଖୋଜି ଆଣିବା ସହ ଜୀବ ବିଜ୍ଞାନ “ଡାର୍କ ମେଟର” ଉପରେ ଗବେଷଣା କରୁଥିଲେ ।

ଏହି ଗବେଷଣାରେ ଚୀନର ସୈନ୍ୟ ଅଧିକାରୀ ମାନେ ମଧ୍ୟ ସାମିଲ ଥିଲେ । ଗତ ବର୍ଷ ଜାନୁଆରୀ ମାସରେ ଚୀନର ଏକ ଚିନୀ ବୈଜ୍ଞାନିକ ସାଧାରଣ ଭାବେ ପ୍ରକାଶ କରିଥିଲେ ଯେ ଗତ ୩ ବର୍ଷ ହେବ ଚୀନରେ ୧୪୩ ଟି ନୂଆ ରୋଗ ଖୋଜା ଯାଇଛି । ଚୀନର ବୁହାନ ଲ୍ୟାବର ବୈଜ୍ଞାନିକ ମାନେ ଜାନୁଆରୀ ମାସରର ନୂଆ ଭାଇରସ ଖୋଜିବାରେ ଚୀନର ସେନା ସାହାଜ୍ଯ କରୁଥିଲା । ଏହି ରିପୋର୍ଟ ରେ କୁହାଯାଇଥିଲା ଯେ ୫ ଟି ଟିମର ଲିଡର ମାନଙ୍କ ମଧ୍ୟରୁ “ସି ଝେଂଲି” ବା “ବେଟ ବୁମନ” ଓ ବରିଷ୍ଠ ସେନା ମାନଙ୍କର ଅଧିକାରୀ ମାନେ ମଧ୍ୟ ଶ୍ୟାମ୍ପଲ ଖୋଜିବାକୁ ଗୋଟିଏ ଗୁମ୍ଫା କୁ ଯାଇଥିଲେ ।

ଆମେରିକାର ବେଣ୍ଡନ ଇନଷ୍ଟିଚ୍ୟୁଟ ଅଫ ବାୟୋରଲୋଜି ଆରୋପ କରିଛି ଯେ ଏହି ମା-ରା-ତ୍ମ-କ ଭାଇରସ ବ୍ୟାପିବାରେ ଚୀନର ନାଗରିକ ମାନଙ୍କ ବ୍ଯତୀତ ଚୀନର ସେନା ମାନେ ମଧ୍ୟ ସାମିଲ ଅଛନ୍ତି । ଚୀନ ଉପରେ ପ୍ରଥମରୁ ହିଁ ଆରୋପ ଲଗାଯାଇଛି ଯେ ବୁହାନ ଲ୍ୟାବରୁ କରୋନା ଭାଇରସ ଆସିଛି।  କିନ୍ତୁ ଚୀନ ଏହି ବଡ ସତ୍ୟକୁ ମାନିବାକୁ ମନା କରି ଦେଇଛି । ଏହା ଛଡା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଗବେଷଣା କରି କହିଛି ଯେ ଚୀନର ବୁହାନ ଲ୍ୟାବରୁ କାରୋନା ମ-ହା-ମା-ରୀ ବ୍ୟାପୀ ନାହି । କରୋନା ଭୂତାଣୁ କୌଣସି ପଶୁ ଠାରୁ ଆସି ମଣିଷ ପାଖରେ ପହଞ୍ଚିଛି ।

ଗତ ମାସରେ ଆମେରିକା, ବ୍ରିଟେନ ଛଡା ୧୨ ଟି ଅନ୍ୟ ଦେଶଗୁଡିକ ଚୀନ କୁ କରୋନା  ମ-ହା-ମା-ରୀର ନମୁନା ଶେୟାର କରିବାକୁ ଆପିଲ କରିଥିଲେ । କିନ୍ତୁ ବିଜିଙ୍ଗ ଏହାକୁ ମନା କରି ଦେଇ ଥିଲା । ବିଜିଙ୍ଗ ଏହି କଥାଟିକୁ ମନା କରିଦେଇ ଥିବାରୁ ଚୀନ ଦେଶକୁ ନେଇ ଅନେକ ଆଲୋଚନା କରା ଯାଇଥିଲା ।

କୁହାଯାଏ ଯେ ଆମେରିକାର ବିଦେଶ ବିଭାଗ ଅନେକ ଆଗରୁ ବୁହାନ ଲ୍ୟାବରୁ ନୂଆ ଭାଇରସ ଆସିବାର ସୂଚନା ଦେଇଥିଲା । ବିଦେଶ ବିଭାଗ କରୋନା ଆସିବାର ସପ୍ତାହ ପୂର୍ବରୁ କହିଥିଲା ଯେ ଚୀନ ବ୍ଯତୀତ ଦୁନିଆରେ ଆଉ ଏକ ନୂଆ ଭାଇରସ ଆତଙ୍କ ସୃଷ୍ଟି କରିବ ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ