କୋଲେଷ୍ଟ୍ରୋଲ ରୁ ବଞ୍ଚିବା ପାଇଁ କଣ ଖାଇବେ ଓ କଣ ଖାଇବେ ନାହିଁ, ଜାଣନ୍ତୁ ସଂପୂର୍ଣ୍ଣ ଡାଏଟ- Health Tips

ଶରୀର ହେଉଛି ସବୁଠୁ ଅଧିକ ମୂଲ୍ଯବାନ ବସ୍ତୁ । ଏକ ସୁସ୍ଥ ଶରୀରରେ ଭଗବାନଙ୍କ ବାସ ଥାଏ । ଯଦି ଆପଣ ଏହାର ଧ୍ୟାନ ନ ରଖିବେ ତେବେ ଏହା ପାଇଁ ଆପଣଙ୍କୁ ଅନେକ କଷ୍ଟ ଭୋଗିବାକୁ ପଡିବ । ଆଜି ଆମେ ଏଭଳି ଏକ ରୋଗ ବିଷୟରେ କହିବୁ ଯାହା ଆମକୁ ଅଧିକ ଖାଇବା ଦ୍ଵାରା ହୋଇ ଥାଏ । ଦୁନିଆରେ ଅନେକ ସ୍ଵାଦିଷ୍ଟ ଖାଦ୍ଯ ଅଛି । ଆମେ ଅନେକ ସମୟରେ କିଛି ଖାଦ୍ଯ ଖାଇ ଥାଉ ଯାହା ଯୋଗୁ ଶରୀରରେ କୋଲେଷ୍ଟର ବୃଦ୍ଧି ପାଏ ।

ଏହା ଦ୍ଵାରା ହାର୍ଟ ଆଟାକ ହୋଇଥାଏ । କେବଳ ହାଇ ବିପି ହାର୍ଟ ଆଟାକ ର କାରଣ ନୁହେଁ । ଆଜି ଆମେ କହିବାକୁ ଯାଉଛୁ କଣ କଣ ଖାଇବା ଦ୍ଵାରା ଆମେ କୋଲେଷ୍ଟର କଣ୍ଟ୍ରୋଲ ହେବ । ପ୍ରଥମେ ଆମେ ଖଟା ଫଳକୁ ଖାଇବା ଦ୍ଵାରା ଚର୍ବି କମ ହୋଇ ଥାଏ ସବୁ ଖଟା ଫଳ ଏକା ସହ ଖାଇବେନି । କିଛି କିଛି ସବୁ ଦିନ ଖାଇବେ ।

ଏଥିରେ ସାଇଟ୍ରିକ ଏସିଡ ଥିବାରୁ ଏହା ଅଧିକ ଲାଭ ଦାୟି । ଆପଣ ରିଫାଇନ ତେଲକୁ ଆଭୋଏଡ କରିବେ ଏହାକୁ ନ ଖାଇ ଆପଣ ସୋରିଷ ତେଲ ବ୍ୟବହାର କରି ପାରିବେ। ଆପଣ ବାଦାମ , ଅକୁରୁଟ, ଶାଗ, ରସୁଣ, ଗଯା ମୁଗ, ଶାଗୁ , କର୍ନଫ୍ଲେକ, ମେଥି ଆଦି ଖାଇବେ । ଏହା ଛଡା ଆପଣ ଯଦି ଆଟା ଅଣୁଛନ୍ତି ତେବେ ମୋଟା ଅଟା ଆଣନ୍ତୁ ଏଭଳି ଖାଇବା ଦ୍ଵାରା ଆମକୁ ଅଧିକ ଫାଇବାର ମିଳେ ତ କୋଲେଷ୍ଟର କଣ୍ଟ୍ରୋଲ ରେ ଆସେ ।

ଏହା ଛଡା ଯଦି ବାଜରା କିମ୍ବା ଯଅ ର ଅଟା ଆପଣ ବ୍ୟବହାର କରିବେ ତେବେ ଆପଣ ଉପକୃତ ହେବେ । ତେବେ ଆସନ୍ତୁ ଆୟୁର୍ବେଦିକ ମେଡ଼ିସିନ ବିଷୟରେ । ଆପଣ ଅର୍ଜୁନ ଗଛର ଛେଳିର ଗୁଣ୍ଡ କରନ୍ତୁ ଓ ଏହାକୁ ସକାଳୁ ଗରମ ପାଣିରେ ପକାଇ ପିଆନ୍ତୁ ଯଦି ଆପଣ ଚାହିଁବେ ତ ସେଥିରେ କିଛି ଡାଳିଚିନି ଗୁଣ୍ଡ ପକେଇବେ ତାହା ଆହୁରି ଭଲ ରହିବ । ଏହି ଗଛର ଛେଲିର ଉପକାରିତା ହେଉଛି ଏହା ଆପଣଙ୍କୁ ହାର୍ଟ ରୋଗରୁ ମୁକ୍ତି ଦେବ ।

ଏହା ସହ ଆପଣଙ୍କୁ କିଛି ବ୍ଲାକ କଫି ପିବା ଦରକାର । ଆପଣ ଚାହିଲେ ଗ୍ରୀନ ଟି ପି ପାରିବେ । ଏବେ ଆସ୍ସ୍ନ୍ତୁ ଜାଣିବା କଣ କଣ ଆମକୁ ଖାଇବା କଥା  ନୁହେଁ । ଆମକୁ ତେଲ ଛଣା,କେକ, ପେଷ୍ଟ୍ରି , ପିଜ୍ଜା ,ଆଇସ କ୍ରୀମ ,ରୀଚ ଫୁଡ ଯେମିତିକି ମିଠା , କ୍ଷୀର , ଘିଅ,ପନୀର ଆଦିକୁ ଆଭୋଏଡ କରିବାକୁ ହେବ ।

କେବଳ ଏହାକୁ ଖାଇଲେ ହେବନି ଏହା ସହ ଆପଣଙ୍କୁ ନିତ୍ୟ ସକାଳୁ ଉଠି କିଛି ବ୍ୟାୟାମ କରିବାକୁ ହେବ । ଯଦି ଆପଣ ଅଧିକ ମୋଟା ଅଛନ୍ତି ତେବେ ଆପଣଙ୍କ ପାଇଁ ଏହା କଷ୍ଟ ହୋଇ ପାରେ ମାତ୍ର ଆପଣ ଧୀରେ ଧୀରେ ନିଜର ବ୍ୟାୟାମକୁ ବଢାଇବେ । ଏହା ସହ ଅଧିକ ରୁ ଅଧିକ ପାଣି ପିବେ ଏହା ଦ୍ଵାରା ଆପଣଙ୍କ ଚର୍ବି ଜଲ୍ଦି କମିବ । ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ