ସର୍ଜିକଲ ସ୍ଟ୍ରାଈକ 2.O – ମସୂଦ ଅଜହରର ପୁରା ଟୀମକୁ କରିଥିଲେ ଟାର୍ଗେଟ, ମରିଲେ ତାର ଏହି ସବୁ ସମ୍ପର୍କୀୟ, ଦେଖନ୍ତୁ

୨୬ ଫେବ୍ରୁୟାରୀର ସକାଳେ ୩.୩୦ରେ ଇଣ୍ଡିଆନ ଏୟାରଫୋର୍ସ ପାକିସ୍ତାନ ଭିତରେ ପଶି ସର୍ଜିକଲ ସ୍ଟ୍ରାଇକ ପାର୍ଟ ୨କୁ ଅଞ୍ଜାମ ଦେଇଛନ୍ତି । ଏଥିରେ ପାଖାପାଖି ୩୦୦ରୁ ଅଧିକ ଆତଙ୍କବାଦୀ ମାନଙ୍କର ମୁର୍ତ୍ୟୁ ହୋଇଛି । IAF କେବଳ ଶତ୍ରୁମାନଙ୍କର ଠିକଣାକୁ ନୁହେଁ ତାଙ୍କର କେତେକ କ୍ୟାମ୍ପକୁ ବି ନଷ୍ଟ କରି ଦେଇଛନ୍ତି । ଏଥିରେ ଜୈଶ ଏ ମୋହମ୍ମଦର ମୁଖ୍ୟ ଅଲ୍ଫା – ୩ କଣ୍ଟ୍ରୋଲ ରୁମ ବି ସାମିଲ ଅଛି । ଏହା ସହିତ ଏହି ସଂଗଠନର କେତେକ ଲଞ୍ଚପ୍ୟାଡକୁ ବି ନଷ୍ଟ କରି ଦେଇଛନ୍ତି ।

ମସୂଦ ଅଜହରର ଏହି ସମ୍ପର୍କୀୟମାନଙ୍କୁ କରିଥିଲେ ଟାର୍ଗେଟ

ବର୍ତ୍ତମାନ ଏକ ଖବର ସାମନାକୁ ଆସୁଛି ଯେଉଁଥିରେ କୁହା ଯାଉଛି କି ଏହି ଆକ୍ରମଣରେ ଜୈଶ ଏ ମୋହମ୍ମଦ ସଂଗଠନର ମୁଖିଆ ମସୂଦ ଅଜହରର ତିନି ଜଣ ସମ୍ପର୍କୀୟ ମୁର୍ତ୍ୟୁବରଣ କରିଛନ୍ତି । କୁହାଯାଉଛି କି ବାଲାକୋଟରେ ଜୈଶର ଯେଉଁ ମୁଖ୍ୟ କ୍ୟାମ୍ପକୁ ଟାର୍ଗେଟ କରାଯାଇଥିଲା ସେଠି ମସୂଦ ଅଜହରର ଏହି ସମ୍ପର୍କୀୟ ମାନେ ଥିଲେ ।

ଏଠି ମସୂଦ ଅଜହରର ବଡ ଭାଇ ଇବ୍ରାହିମ ଅଜହର, ଛୋଟ ଭାଇ ମୌଲାନା ତଲ୍ହା ସୈଫ ଏବଂ ତାର ସଳା ୟୁସୂଫ ଅଜହର ବି ସାମିଲ ଥିଲା । କହି ଦେଉଛୁ ଯେ ୟୁସୂଫ ଅଜହର ୧୯୯୯ରେ ଭାରତୀୟ ବିମାନ ଆଈସୀ ୮୧୪କୁ ହାଇଜେକ କରିବାରେ ସାମିଲ ଥିଳା । ଏମାନଙ୍କୁ ମାରିବା ପରେ ଲାଗୁଛି କି ତାଙ୍କର ମୁଖିୟାକୁ ବହୁତ ବଡ ଝଟକା ଲାଗିଛି । ଏତିକି ନୁହେଁ ବର୍ତ୍ତମାନ ଖବର ଆସୁଛି କି ଏହି ଆକ୍ରମଣ ପରେ ମସୂଦ ନିଜର ବର୍ତ୍ତମାନ ଲୋକେଶନକୁ ମଧ୍ୟ ଚେଞ୍ଜ କରି ସାରିଛି ।

କାଶ୍ମୀର ଅପରେସନର ମୁଖ୍ୟକୁ ବି ଛାଡିଲେ ନାହିଁ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଆତଙ୍କବାଦୀମାନେ ସବୁବେଳେ କାଶ୍ମୀରଙ୍କୁ ହିଁ ଟାର୍ଗେଟ କରିଥାନ୍ତି । ୨୬ ଫେବ୍ରୁୟାରୀର ଆକ୍ରମଣରେ କାଶ୍ମୀର ଅପରେସନର ମୁଖ୍ୟ ମୁଫ୍ତି ଅଜହର ଖାନ ବି ମୁର୍ତ୍ୟୁ ବରଣ କରିଛି । ଏହା ଏକ ଭାରତ ପାଇଁ ସବୁଠୁ ବଡ ସଫଳତା ଅଟେ ।

ପାକିସ୍ତାନକୁ ପ୍ରମାଣ ଦେବା ପରେ ବି ହୋଇ ନଥିଲା କାର୍ଯ୍ୟକାରୀ

ଭାରତୀୟ ବିଦେଶ ସଚିବ ବିଜୟ ଗୋଖଲେଙ୍କ ଅନୁସାରେ ବାଲାକୋଟରେ ଚାଲୁଥିବା ଜୈଶ ଏ ମୋହମ୍ମଦର ସଂଗଠନର ଶିବିର ଏବଂ ତାଙ୍କ ନାପାକ ଉପାୟ ବିଷୟରେ ପାକିସ୍ତାନକୁ ପ୍ରମାଣ ଦିଆ ଯାଇଥିଲା । କହିବାକୁ ଗଲେ ଭାରତକୁ ଏହି ଖୁଫିୟା ସୂଚନା ମିଳିଥିଲା କି ଏହି ଶିବିରରେ ଭାରତରେ ଅଶାନ୍ତି କରିବା ପାଇଁ ଲୋକମାନଙ୍କୁ ଟ୍ରେନିଙ୍ଗ ଦିଆ ଯାଉଥିଲା । କିନ୍ତୁ ପାକିସ୍ତାନ ଏହି ବିଷୟରେ ଜାଣି ମଧ୍ୟ କିଛି କାର୍ଯ୍ୟକାରୀ ଆରମ୍ଭ କରି ନ ଥିଲା ।

IAF ଦ୍ଵାରା କରାଯାଇଥିବା ଏହି ଏୟାର ଷ୍ଟ୍ରାଇକରେ ଜୈଶର ଉପଦ୍ରବୀ, ଟ୍ରେନର, ସୀନିୟର କମାଣ୍ଡର ଏବଂ ଜେହାଦୀ ଶେଷ ହୋଇ ଯାଇଛନ୍ତି । ଗୋଖଲେ କହିଲେ କି ଆମକୁ ଖବର ମିଳିଥିଲା କି ଜୈଶ ଇଣ୍ଡିଆର ପୁଲୱାମାର ଆକ୍ରମଣ ଭଳି ଆହୁରି ବଡ ଆତମଘାତୀ ଆକ୍ରମଣ କରିବାର ପ୍ଲାନିଙ୍ଗ କରୁଥିଲା । ସେଥିପାଇଁ ଭାରତ ତରଫରୁ ଏହିଭଳି ପୂର୍ବନିର୍ଧାରିତ ସ୍ଟ୍ରାଇକ କରିବା ଜରୁରୀ ଥିଲା ।

ପୋଷ୍ଟଟିକୁ ଶେୟାର କରିବେ ଆଗକୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।