ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିବା ପରେ ଆହୁରି ଏକ ଏକ୍ଶନର ବଡ ପ୍ରସ୍ତୁତି କରୁଛି ଇଣ୍ଡିଆନ ଏୟାରଫୋର୍ସ

ଭାରତୀୟ ବାୟୁସେନା ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ବିରୁଦ୍ଧରେ କଡା କାର୍ଯ୍ୟଅନୁଷ୍ଠାନ କରିଛି । ୧୯୭୧ ପରେ ଏହା ପ୍ରଥମ ଥର ପାକିସ୍ତାନ ଏୟାରବେସରେ ପଶି ଭାରତ ପାକିସ୍ତାନକୁ ସବକ ଶିଖାଇଛି । ଭାରତୀୟ ବାୟୁସେନା ରାତି ୩.୩୦ରେ ଏଲଓସିର ଆତଙ୍କି ଠିକଣା ଉପରେ ୧୦୦୦ କିଲୋର ବମ ବର୍ଷା କରିଛି । ଏଥିରେ ପାଖାପାଖି ୩୦୦ରୁ ଅଧିକ ଆତଙ୍କି ମରିଛନ୍ତି ।

ଏହି ଆକ୍ରମଣ ପରେ ଇଣ୍ଡିଆନ ଏୟାରଫୋର୍ସକୁ ହାଇ ଅଲର୍ଟରେ ରଖା ଯାଇଛି । ନ୍ୟୁଜ ଅନୁସାରେ ଭାରତ ତରଫରୁ ବାୟୁସେନାଙ୍କୁ ନିଜର ସବୁ ଏୟାର ଡିଫେନ୍ସ ସିଷ୍ଟମକୁ ଅନ୍ତରାଷ୍ଟ୍ରୀୟ ବର୍ଡର ଏବଂ LOC ଉପରେ ହାଇ ଅଲର୍ଟ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି । ଏହା ସହିତ ନିର୍ଦେଶ ଦିଆଯାଇଛି କି ପାକିସ୍ତାନୀ ଏୟାରଫୋର୍ସ କିଛି ବି କାର୍ଯ୍ୟନୁଷ୍ଠାନ କରୁଅଛି, ତେବେ ତାହାର ଜବାବ ନିଶ୍ଚିତ ଦିଆଯିବ ।

ତିନୋଟି ଠିକଣା ନଷ୍ଟ :

ମିଡିୟା ରିପୋର୍ଟ ଅନୁସାରେ ବାୟୁସେନାର କାର୍ଯ୍ୟକାରୀରେ ବାଲାକୋଟ, ଚକୋଟୀ ଏବଂ ମୁଜଫ୍ଫରାବାଦରେ ଜୈଶର ଠିକଣା ଗୁଡିକୁ ନଷ୍ଟ କରି ଦିଆ ଯାଇଛି । କାର୍ଯ୍ୟକାରୀରେ ବାୟୁସେନା ଜୈଶର କଣ୍ଟ୍ରୋଲ ରୁମ ଆଲ୍ଫା – ୩ ଉଡାଇ ଦେଇଥିଲେ । ଯେଉଁଠି ବାୟୁସେନା ବମ ବର୍ଷା କରିଛନ୍ତି ସେହି ଜାଗାକୁ LOCରୁ ପାଖାପାଖି ୫୦ କିଲୋମିଟର ଦୂରରେ ଅବସ୍ଥିତ । ଆଗକୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।