ମସୁଦ ଅଜହର ସପକ୍ଷରେ ରହିବା ଚିନ କୁ ପଡିଲା ଭାରି, ଆମ ଭାରତୀୟ ଲୋକମାନେ ଏହି ସବୁ ପ୍ରକାରରେ ଚିନ କୁ ଶିଖାଉଛନ୍ତି ସବକ

ଚିନ ନିକଟରେ ବିଟୋ ପାୱାର ର ବ୍ୟବହାର କରି ଜୈସ-ଏ-ମହମ୍ମଦ ର ମୁଖ୍ୟ ମାସୁଦ ଅଜହର ର ନାମ ବୈସ୍ବିକ ଆତଙ୍କବାଦୀ ସୂଚୀରେ ସାମିଲ ହେବାରୁ ବଞ୍ଚାଇ ଦେଇଛି । ଚିନ ର ଏହି କାରନାମା କାରଣରୁ ଚିନ ପ୍ରତି ଲୋକଙ୍କର ବହୁତ କ୍ରୋଦ୍ଧ ବଢି ଯାଇଛି । ସୋସିଆଲ ମିଡିଆ ଜରିଆରେ ଲୋକ ଚିନ ପ୍ରତି ନିଜର କ୍ରୋଦ୍ଧ ଦେଖାଉ ଛନ୍ତି ଓ ଚିନରେ ତିଆରି ହେଉଥିବା ଜିନିଷର ବ୍ୟବହାର ନ କରିବା ପାଇଁ ଟ୍ଵିଟ କରୁଛନ୍ତି । ଏବେ ଟ୍ଵିଟର ରେ #BoycottChineseProducts ବହୁତ ଟ୍ରେଣ୍ଡ ରେ ଚାଲିଛି ଓ ଲୋକଙ୍କୁ ଏହି ଦେଶରେ ତିଆରି ହେଉଥିବା ଜିନିଷକୁ ବୟକଟ କରିବାକୁ କୁହାଯାଉଛି ।

ବହୁତ ଲୋକ କରିଛନ୍ତି TikTok ଆପକୁ ଅନଇଂଷ୍ଟଲ

#BoycottChineseProducts ପାଇଁ ବହୁତ ଲୋକ ନିଜ ଫୋନ ରୁ ଟିକ ଟକ ଆପ କୁ ନିଜ ଅନଇଂଷ୍ଟଲ କରି ଦେଇଛନ୍ତି କାରଣ ଏହି ଆପ ଚିନର ଗୋଟିଏ କମ୍ପାନୀର ଅଟେ । ଏହି ଆପ କୁ ଅନଇଂଷ୍ଟଲ କରିଥିବା ଏକ ଭାରତୀୟ ଟ୍ଵିଟ କରି କହିଛନ୍ତି କି ମୁଁ #TikTok କୁ ଅନଇଂଷ୍ଟଲ କରିଛି ଓ ମୁଁ ସମସ୍ତ ରାଷ୍ଟ୍ରବାଦୀ ଭାରତୀୟଙ୍କୁ ଚିନ ଦେଶର ଜିନିଷକୁ #BoycottChineseProducts କରିବାର ଆଗ୍ରହ କରୁଛି ।

ଏହି ଆପ ବ୍ୟତୀତ ଆହୁରି ଏହିପରି ଚାଇନିଜ ଜିନିଷକୁ ବୟକଟ କରିବାକୁ କୁହାଯାଉଛି । ଜଣେ ଲୋକ ତ ଚିନ ଦେଶର ଟପ ଆପଗୁଡିକର ଏକ ସୂଚୀ ଟ୍ଵିଟ କରିଛନ୍ତି ଓ ଏଗୁଡ଼ିକୁ ଅନଇଂଷ୍ଟଲ କରିବାକୁ କହିଛନ୍ତି । ଆଉ ଜଣେ Oppo ସ୍ମାର୍ଟ ଫୋନକୁ ଫୋପାଡି ଦେବାକୁ କହିଛନ୍ତି ଓ ଏହା ମଧ୍ୟ ଲେଖିଛନ୍ତି କି ଆମ ଖେଳାଳିମାନଙ୍କୁ ଚିନ କମ୍ପାନୀ ପ୍ରୟୋଜିତ ଟି-ଶର୍ଟ ପନ୍ଧିବା ଉଚିତ ନୁହେଁ ।

ଲୋକଙ୍କ ମଧ୍ୟରେ ଏତେ କ୍ରୋଦ୍ଧ କଣ ପାଇଁ

ପ୍ରକୃତରେ ଚିନ ୧୦ ବର୍ଷରୁ ମସୁଦ ଅଜହର ର ନାମ ବୈସ୍ବିକ ଆତଙ୍କବାଦୀ ସୁଚିରେ ସାମିଲ ହେବାକୁ ଦେଉନାହିଁ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଯେବେ ବି ଏହି ଆତଙ୍କବାଦିର ନାମ  ବୈସ୍ବିକ ଆତଙ୍କବାଦୀ ସୁଚିରେ ସାମିଲ କରିବାର ପ୍ରସ୍ତାବ ପ୍ରସ୍ତୁତ ହୁଏ ଚିନ ନିଜର ବିଟୋ ପାୱାର ର ବ୍ୟବହାର କରି ଏହି ପ୍ରସ୍ତାବକୁ ଅଟକାଇ ଦିଏ । ଚିନ ପକ୍ଷରୁ ଏପରି ଚାରିଥର କରାଗଲାଣି ।

ଚିନ ର ଏହି ପଦକ୍ଷେପ କାରଣରୁ ଭାରତ ଲୋକ ବହୁତ କ୍ରୋଦ୍ଧରେ ଅଛନ୍ତି । ଅନ୍ୟ ପକ୍ଷରେ ଆମେରିକା, ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଚିନ କୁ ବାରମ୍ବାର ନିଜର ବିଟୋ ପାୱାର ର ବ୍ୟବହାର କରି ମସୁଦ ଅଜହରକୁ ବଞ୍ଚାଉଥିବା ପାଇଁ ଚେତାବନୀ ଦେଇଛି ଓ କହିଛି ଚିନ ଅନ୍ୟ ସଦସ୍ୟ ମାନଙ୍କୁ ଅନ୍ୟ କୌଣସି ଆକ୍ସନ ନେବା ପାଇଁ ବାଧ୍ୟ କରୁଛି । ଆପଣଙ୍କ ମତାମତ କମେଣ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।