ଚାନ୍ଦିର ଦାମ ଏହି ମାସରେ ସବୁଠୁ ଅଧିକ କମ ହେଲା, ଜାଣନ୍ତୁ ସୁନାର ନୂଆ ଦାମ କେତେ

ଆମେରିକାର ଡଲାର ଅପେକ୍ଷା ଭାରତୀୟ ଟଙ୍କା କମ ହୋଇଥିବା କାରଣରୁ ବଜାରରେ ସୁନାର ଦାମ ପୁଣି ଥରେ ବଢି ଯାଇଛି । ଶୁକ୍ରବାରକୁ ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦାମ ୧୫୩ ଟଙ୍କା ପର୍ଯ୍ୟନ୍ତ ବଢି ଯାଇଛି । ଅନ୍ୟ ପଟେ ଚାନ୍ଦିର ଦାମ ୬୬୫ ଟଙ୍କା କମି ଯାଇଛି । ଏକ୍ସପର୍ଟ୍ସଙ୍କ କହିବା ଅଟେ କି ଆସନ୍ତା ଦିନରେ ସୁନାର ଦାମ କମି ପାରେ । କାରଣ ଲକଡାଉନ ବର୍ତ୍ତମାନ ଧୀରେ ଧୀରେ ଶେଷ ହେବାକୁ ଯାଉଛି ଓ ଅର୍ଥ ବ୍ୟବସ୍ଥାର ଚକ ଚାଲିବାରେ ଲାଗିଛି । ସେଥିପାଇଁ ଶେୟାର ମାର୍କେଟରେ ନିବେଶକମାନଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଏମିତିରେ ନିବେଶକମାନେ ବର୍ତ୍ତମାନ ସୁନାରେ ଅଧିକ ଲାଭ କରି ପାରିବେ ।

୧୨ ଜୁନ ୨୦୨୦ ଶୁକ୍ରବାର ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦାମ ୪୭,୯୯୧ ଟଙ୍କାରୁ ବଢି ୪୮,୧୪୪ ଟଙ୍କା ପ୍ରତି ୧୦ ଗ୍ରାମ ଉପରେ ପହଞ୍ଚି ଯାଇଛି । ଅନ୍ୟ ପଟେ ଗୁରୁବାର ଦିନ ୧୦ ଗ୍ରାମ ସୁନାର ଦାମ ୪୭,୭୧୩ ଟଙ୍କାରୁ ବଢି ୪୮,୧୯୦ ଟଙ୍କାରେ ପହଞ୍ଚି ଯାଇଥିଲା । ଅନ୍ୟ ପଟେ ଏହା ପୂର୍ବରୁ ବୁଧବାର ଦିନ ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦାମ ୪୭,୪୧୯ ଟଙ୍କାରୁ ବଢି ୪୭,୬୬୪ ଟଙ୍କା ହୋଇ ଯାଇ ଥିଲା । ଏହି ସମୟରେ ୨୪୫ ଟଙ୍କା ପ୍ରତି ଦଶ ଗ୍ରାମ ବଢି ଥିଲା ।

୧୨ ଜୁନ ୨୦୨୦ ଶୁକ୍ରବାର ଦିନ ଦିଲ୍ଲୀରେ ୧ କିଲୋ ଚାନ୍ଦିର ଦାମ ୪୯,୯୦୦ ଟଙ୍କାରୁ କମ ହୋଇ ୪୯,୨୩୫ ଟଙ୍କା ହୋଇ ଯାଇଛି । ଏହି ସମୟରେ ୬୬୫ ଟଙ୍କା କମ ହୋଇ ଯାଇଛି । ଗୁରୁବାର ଦିନ ୧ କିଲୋ ଚାନ୍ଦିର ଦାମ ୪୯,୮୪୨ ଟଙ୍କାରୁ ବଢି ୪୯,୮୬୮ ଟଙ୍କା ପହଞ୍ଚି ଯାଇ ଥିଲା । କିନ୍ତୁ ଏହା ପୂର୍ବରୁ ବୁଧବାରକୁ ଚାନ୍ଦିର ଦାମ ବି ତଳକୁ ଖସି ଯାଇ ଥିଲା ।

ବୁଧବାର ଦିନ ଚାନ୍ଦିର ଦାମ ୪୯,୪୫୦ ରୁ ୪୯,୩୪୦ ଟଙ୍କା ହୋଇ ଯାଇ ଥିଲା । କହିବାକୁ ଗଲେ ୧୧୦ ଟଙ୍କା କମ ହୋଇ ଯାଇଥିଲା । ଏହା ପୂର୍ବରୁ ମଙ୍ଗଳବାର ଦିନ ୧ କିଲୋ ଚାନ୍ଦିର ଦାମ ୪୮୪୫୧ ଟଙ୍କାରୁ ବଢି ୪୯୩୪୪ ଟଙ୍କା ହୋଇ ଯାଇଛି । ଏହି ସମୟରେ ଚାନ୍ଦିର ଦାମ ୮୯୩ ଟଙ୍କା ପର୍ଯ୍ୟନ୍ତ ବଢି ଯାଇଛି ।

ଅନ୍ୟ ପଟେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଚାନ୍ଦିର ଦାମ ୧୭.୬୩ ଡଲାର ପ୍ରତି ୧ କିଲୋକୁ ପହଞ୍ଚି ଯାଇଛି । ସୁନାର ଦାମ ବଢିବା ଦ୍ଵାରା ସମସ୍ତେ ବର୍ତ୍ତମାନ ଭଳି ସ୍ଥିତିରେ ସୁନା କ୍ରୟ କରି ପାରୁ ନାହାନ୍ତି । କିନ୍ତୁ ଆପଣ ଚାହିଁବେ ତ ଡିଜିଟାଲ ଗୋଲ୍ଡ ରୂପରେ ଛୋଟ ଛୋଟ ଆମାଉଣ୍ଟରେ ସୁନାରେ ନିବେଶ କରି ପାରିବେ ।

ଡିଜିଟାଲ ଗୋଲ୍ଡରେ ୨୪ କ୍ୟାରେଟ ଅର୍ଥାତ ୯୯.୯୯ ପ୍ରତିଶତ ଶୁଦ୍ଧ ସୁନା ଡିଜିଟାଲି ସୁରକ୍ଷିତ ରଖା ଯାଇ ପାରିବ ଓ ଯେତେବେଳେ ଚାହିଁବେ ଆପଣ ଏହାକୁ ବିକ୍ରି ବି କରି ପାରିବେ । ଡିଜିଟାଲ ଫର୍ମରେ ୧ ଟଙ୍କାରେ ବି ସୁନା କ୍ରୟ କରି ପାରିବେ ।

ଏଥିପାଇଁ ଆପଣ କେଉଁଠି ବି ଯିବାକୁ ପଡିବ ନାହିଁ । ଆପଣ ଘରେ ବସି ବସି ଗୋଲ୍ଡ କ୍ରୟ ଓ ବିକ୍ରି କରି ପାରିବେ । ଏହିଭଳି ସୁବିଧା ଦେଉଛି ଆପଣଙ୍କୁ ପେଟିଏମ, ଗୂଗଲ ପେ । ୟୁଜରଙ୍କୁ ଡିଜିଟାଲ ଗୋଲ୍ଡ କ୍ରୟ ଓ ବିକ୍ରି କରିବାର ସୁବିଧା ଦେବା ପାଇଁ ଏହି ଆପ୍ସ MMTC-PAMP ସହିତ ପାର୍ଟନରଶୀପ କରିଛନ୍ତି । ପ୍ରଥମେ ପେଟୀଏମରେ ଗୋଲ୍ଡ – ପେଟୀଏମ, ଆପ ଓପନ କରି ‘ବ୍ୟାଙ୍କିଙ୍ଗ ଏଣ୍ଡ ଫାଇନାନ୍ସ’ ଆଇକନ ଉପରେ କ୍ଲିକ କରନ୍ତୁ । ବର୍ତ୍ତମାନ ‘ପେଟୀଏମ ଗୋଲ୍ଡ’ ଆଇକନ ଉପରେ କ୍ଲିକ କରନ୍ତୁ । ଏଠି ଆପଣ ଆମାଉଣ୍ଟ ଓ ଗୋଲ୍ଡ କ୍ୱାଂଟିଟୀର ଆଧାରରେ ସୁନା କ୍ରୟ କରି ପାରିବେ ।

ବିକଳ୍ପ ବାଛିବା ପରେ ପ୍ରୋସିଡ ଉପରେ କ୍ଲିକ କରନ୍ତୁ । ଏହା ପରେ ଆପ ପ୍ରତି ଦଶ ଗ୍ରାମ ସୁନାର ଦାମ ଦେଖାଇବ । ଏଥିରେ ୩ ପ୍ରତିଶତ GST ବି ସାମିଲ ଅଛି । ବର୍ତ୍ତମାନ ଗୋଲ୍ଡ କ୍ରୟ କରିବା ପାଇଁ ଆପଣ ନିଜର ଅପ୍ସନ ବାଛନ୍ତୁ ।

ପେଟୀଏମ ଇଉପିଆଇ, ନେଟ ବ୍ୟାକିଙ୍ଗ, ଡେବିଟ କାର୍ଡ କିମ୍ବା ପେଟୀଏମ ୱାଲେଟରୁ ପେମେଣ୍ଟ କରି ପାରିବେ । ପେମେଣ୍ଟ ହେବା ପରେ ଗୋଲ୍ଡ ଲକରରେ ଆଡ ହୋଇଯିବ ଓ ଆପଣଙ୍କ ରେଜିସ୍ଟର୍ଡ ମୋବାଇଲ ନମ୍ବର ଓ ରେଜିସ୍ଟର୍ଡ ଈମେଲ ଆଈଡୀରେ ଏକ କନ୍ଫର୍ମେଶନ ଏସଏମଏସ ଆସିବ ।

ପେଟୀଏମ ଉପରେ ଲାଇଭ ରେଟ, ଟ୍ରାଂଜେକ୍ସନ ପୁରା କରିବା ପାଇଁ ୭ ମିନିଟ ପର୍ଯ୍ୟନ୍ତ ସମୟ ଲାଗିଥାଏ । ପେଟୀଏମ ଗୋଲ୍ଡ ଲକର ଆଇକନରେ ଯାଇ ଆପଣ ଚେକ କରି ପାରିବେ କି ଆପଣ କେତେ ଗୋଲ୍ଡ କ୍ରୟ କରିଛନ୍ତି ।

ଏହା ଛଡା ପେଟୀଏମ ଡିଜିଟାଲ ଗୋଲ୍ଡର ଗୋଲ୍ଡ କଏନ ଅର୍ଥାତ ଅସଲ ସୁନାରେ ଡେଲିବରି କରିଥାଏ । କହିବାକୁ ଗଲେ ବର୍ତ୍ତମାନ କୋଭିଡ ୧୯ କାରଣରୁ ଗୋଲ୍ଡର ଫିଜିକଲ ଡେଲିଭରୀ ବନ୍ଦ ଅଛି । ଏହି ଡେଲିଭରି ପାଇଁ ଗ୍ରାହକମାନଙ୍କୁ ମେକିଙ୍ଗ ଚାର୍ଜେସ ଦେବାକୁ ପଡିବ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।