ମାର୍ଚ୍ଚ ମାସ, ଉଦୟ ହେବନି ସୂର୍ଯ୍ୟ ! ମାଳିକାରୁ ମିଳିଲା ଭୟଙ୍କର ତଥ୍ୟ… ଦେଖନ୍ତୁ କଣ କହୁଛନ୍ତି Dibakar Das

ନମସ୍କାର ବନ୍ଧୁଗଣ, ଆପଣମାନେ ସାତ ରାତି ସାତ ଦିନ ଅନ୍ଧାର ହେବାର କଥା ପିଲା ବେଳୁ ଶୁଣି ଆସୁଥିବେ । ଏହା ଆପଣଙ୍କ ମନରେ ଭୟ ମଧ୍ୟ ସୃଷ୍ଟି କରୁଥିବ । ତେବେ ଏହା କେତେ ଦୂର ସତ କେତେ ଦୂର ମିଥ୍ୟା ଏହା ଆପଣ ଜାଣିବା ପାଇଁ ନିହାତି ଚେଷ୍ଟା କରିଥିବେ । ଆପଣମାନେ ତ ଆଜିର ଏହି ଦୁଶଙ୍କାରପୂର୍ଣ ଦୁନିୟାକୁ ଭଲ ଭାବରେ ଦେଖିସାରିବେଣୀ । ଘଟୁଥିବା ଘଟଣା ଗୁଡିକ ମଧ୍ୟ ମାଳିକା ବଚନକୁ ସତ୍ୟ ପ୍ରମାଣିତ କରିବାରେ ଲାଗିଛି । ତେବେ ସୂର୍ଯ୍ୟ ଉଦୟ ନହେବା କଥାର ରହସ୍ୟ ଆଜି ଆମେ ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ ।

ମହାପୁରୁଷମାନେ 500 ବର୍ଷ ପୂର୍ବରୁ ଏହି ସାତ ଦିନ ସାତ ରାତି ଅନ୍ଧାର ହେବାର କଥାକୁ ଉଲ୍ଲେଖ କରି ଯାଇଛନ୍ତି । ସମସ୍ତେ ଜାଣନ୍ତି କି ଏହି ଅନ୍ଧକାର ନିଶ୍ଚୟ ଘୋଟିବ ହେଲେ କେବେ ଘୋଟିବ ଏହାର ଉତ୍ତର କାହା ପାଖରେ ନାହିଁ । ତେଣୁ ଆଜି ଆପଣମାନେ ଏହାର ଉତ୍ତର ଜାଣିବା ପାଇଁ ପାଇବେ । ମହାପୁରୁଷ ଅଚ୍ୟୁତ ନନ୍ଦଙ୍କ ଲିଖିତ ମୋ କଳ୍ପ ଗ୍ରନ୍ଥର 23ତମ ପୃଷ୍ଠାରେ ଆପଣ ଏହାର ସତ୍ୟତାକୁ ଜାଣିପାରିବେ ।

ସେହି ପୃଷ୍ଠାରେ ଉଲ୍ଲେଖ ରହିଛି କି ଯେଉଁଦିନ ଅନ୍ଧକାର ଘୋଟିବ ସେହିଦିନ ହୋଇଥିବ ମିନ କୃଷ୍ଣ ଚତୁର୍ଦସୀ । ମୀନ କୃଷ୍ଣ ଚତୁର୍ଦ୍ଦଶୀ ମାନେ ମାର୍ଚ୍ଚ ମାସ ହୋଇଥିବ ଏବଂ ଶୁକ୍ରବାର ପଡିଥିବ । ସେହିଦିନ ସାତ ରାତି ଅନ୍ଧାର ହେବାର ପ୍ରକ୍ରିୟା ଆରମ୍ଭ ହେବ । ସୂର୍ଯ୍ୟ ଆଉ ଆକାଶରେ ସେହିଦିନ ଉଦୟ ହେବ ନାହିଁ ।

ଏହି ସମୟ ଆସିବାର ସଙ୍କେତ ମିଳିବ ତାହା ହେଉଛି  ଗଛରେ ଆଉ ଫଳ ମୂଳ ଇତ୍ୟାଦି ଫଳିବ ନାହିଁ । ଏହି ଘୋର ଅନାଟନ ସମୟରେ ଯେଉଁ ଭକ୍ତ ଗଛ ଚିହ୍ନିପାରିବ ସେହି ଗଛ ସମଗ୍ର ବିଶ୍ଵକୁ ଦଳ ଯୋଗାଇ ଦେବ ଆହାର ଯୋଗାଇ ଦେବ । ତେବେ ସେହି ଗଛଟି ହେଉଛି ନିମ୍ବ ଗଛ ଯେଉଁଥିରୁ ପ୍ରଭୁ ଭଗବାନଙ୍କର ଦାରୁ ମିଳିଥାଏ ।

ତେବେ ଏହି ବୃକ୍ଷକେବଳ ଭକ୍ତ ମାନେ ହିଁ ଆଗୁଆ ଚ୍ନିହିପାରିବେ । ଏହି ସମୟରେ ସମସ୍ତ ପାପୀଙ୍କ ବିନାଶ ହେବ । ମୋଗଲ ସମାଜର ଆକ୍ରମଣ ସେହି ସମୟରେ ହେବ । ଏହି ସମୟରେ ଯେଉଁ ଭକ୍ତ ଭଗବାନଙ୍କ ସ୍ୱରୂପ ନିମ୍ବ ଗଛକୁ  ଚ୍ନିହୀ ଶରଣ ପଶିବେ ତାଙ୍କ ପାଇଁ ଭଗବାନ ଛାଇ ପାଲଟିଯିବେ । ତେବେ ଏହି କଥା ନିଶ୍ଚନ୍ତ ସତ ହେବାର କଥା ଅଚ୍ୟୁତ ନନ୍ଦ କହିଛନ୍ତି ।

ସେହି ସମୟରେ ଚନ୍ଦ୍ର ମଧ୍ୟ ଆଉ ଆକାଶରେ ଦେଖା ଦେବ ନାହିଁ ସାତ ଦିନ ପର୍ଯ୍ୟନ୍ତ ।  ତେବେ ଏଥିରେ ମସିହାରେ ଉଲ୍ଲେଖ ରହିନାହିଁ । ତେବେ ଏହା ସାତ ଦିନ ସାତ ରାତି ଅନ୍ଧାର ହେବା କଥାର ସତ୍ୟତା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।