ଜୋରଜବରଦସ୍ତି କରାଇଥିଲେ ବିବାହ, ବାହାଘରକୁ 6 ଦିନ ହୋଇନି, ସ୍ତ୍ରୀକୁ ଛାଡି ସ୍ଵାମୀ ଫେରାର… ଦେଖନ୍ତୁ କଣ କହୁଛନ୍ତି Pramila ମା’

ନାମସ୍କାର ବନ୍ଧୁଗଣ, ପ୍ରମିଳା ମା ଜଣେ ଆଗ ଧାଡିର ସମାଜସେବିକା ଅଟନ୍ତି । କୌଣସି ନାରୀର ଘର ନ ଭାଙ୍ଗିବାର ପ୍ରୟାସ ସର୍ବଦା ସେ ଜାରି ରଖିଛନ୍ତି । ଗୋଟିଏ ନାରୀକୁ ଶାଶୁ ଘରେ କିଭଳି ସମ୍ମାନର ସହ ସ୍ଥାନ ମିଳିବ ଏହି ସପକ୍ଷରେ ସେ ସର୍ବଦା ନାରୀ ମାନଙ୍କ ସାଥ ଦେଇଥାନ୍ତି । ଅନେକ ଘଟଣାରେ ସେ ମହିଳାମାନଙ୍କୁ ନ୍ୟାୟ ମଧ୍ୟ ଦେଇଛନ୍ତି ଏହାର ଚିତ୍ର ଆପଣମାନେ ଦେଖିଥିବେ । କିନ୍ତୁ ଆଜି ସେ ଏକ ସମ୍ପର୍କ ଯୋଡିବାରେ ଅସଫଳ ହୋଇଯାଇଛନ୍ତି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ସମ୍ପର୍କରେ ।

ଆପଣଙ୍କର ନିହାତି ମନେ ଥିବ କି ଭଞ୍ଜନଗର ଗ୍ୟାଲେରୀ ଗ୍ରାମରେ କିଭଳି ଜଣେ ପ୍ରେମିକଙ୍କ ଘର ଆଗରେ ପ୍ରେମିକା ବସି ଧାରଣା ଦେଇଥିଲା । ପ୍ରେମିକାର ନାମ ଟିନା ରାଣୀ । ପ୍ରେମିକର ନାମ ଦୁସମନ୍ତ ସାହୁ । ତିନି ବର୍ଷ ହେବ ଟିନା ଏବଂ ଦୁସମନ୍ତଙ୍କ ମଧ୍ୟରେ ଗଢି ଉଠିଥିଲା ମଧୁର ସମ୍ପର୍କ । ବିବାହର ପ୍ରତିସୂତି ଦେଇ ଦୁସମନ୍ତ ଟିନା ସହ ରଖିଥିଲା ଶାରୀରିକ ସମ୍ପର୍କ । ଏହାପରେ ଟିନା ଯେତେବେଳେ ଦୁସମନ୍ତକୁ ବିବାହ କଥା କହିଥିଲା ସେତେବେଳେ ଦୁସମନ୍ତ ଏହି କଥାରେ ଆରାଜି ହୋଇଥିଲା ।

ଏଭଳି ଧୋକା ପାଇବା ପରେ ଟିନା ରାଣୀ ଯାଇ ଧାରଣାରେ ବସିଥିଲା ଟିନା ରାଣୀ । ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହେବା ପରେ ସମାଜସେବୀ ପ୍ରମିଳା ମା ଏହାର ସୂଚନା ପାଇ ଟିନା ରାଣୀଙ୍କ ପାଖରେ ପହଞ୍ଚିଥିଲେ । ପ୍ରମିଳା ସେଠାରେ ପହଞ୍ଚିବା ପରେ ଗ୍ରାମର ସରପଞ୍ଚ ସହ ପୋଲିସ ମଧ୍ୟ ସେଠାରେ ପହଞ୍ଚି ଟିନା କିଭଳି ନ୍ୟାୟ ପାଇବା ତାହାର ବ୍ୟବସ୍ତା କରିଥିଲେ ।

ଦୁସମନ୍ତଙ୍କୁ ଡକାଯାଇଥିଲା ଏବଂ ଦୁସମନ୍ତ ମଧ୍ୟ ଆସି ପହଞ୍ଚିଥିଲା ସେଠାରେ । ଏହାପରେ ପ୍ରମିଳା  ନେତୃତ୍ଵରେ ରାସ୍ତା ମଝିରେ ହୋଇଥିଲା ଉଭୟଙ୍କ ବିବାହ । ଟିନା ମଥାରେ ସିନ୍ଦୁର ଏବଂ ହାତରେ ଶଙ୍ଖା ପିନ୍ଧାଇ ଦାଣ୍ଡ ମଝିରେ ଟିନାକୁ ବିବାହ କରିଥିଲା ଦୁସମନ୍ତ । ସମସ୍ତେ ଭାବିଥିଲେ ଏବେ ସେମାନେ ସୁଖରେ ବୈବାହିକ ଜୀବନ କଟାଇବେ । ହେଲେ ଏହି ଦାଣ୍ଡ ବିବାହକୁ ୬ ଦିନ ବି ହୋଇନାହିଁ ଟିନାକୁ ଛାଡି ଦୁସମନ୍ତ ଫେରାର ହୋଯାଇଛି ।

ଷ୍ଟେସନରେ ଟିନା ବସିଛନ୍ତି ଆଉ ଟିନାଙ୍କୁ ଛାଡି ଦୁସମନ୍ତ କୁଆଡେ ଗାୟବ । ଏହାପରେ ଦୁସମନ୍ତ କହୁଛନ୍ତି ଏବେ ମୁଁ ତୋ ନାଁରେ ଅଭିଯୋଗ କରିବି ଟିନା ।  ମୁଁ କେବେ ମଧ୍ୟ ତତେ ମୋ ପାଖରେ ରଖିବି ନାହିଁ ବୋଲି ଟିନାଙ୍କୁ କହିଛନ୍ତି ଦୁସମନ୍ତ । ପ୍ରମିଳା କରାଇ ଥିବା ଏହି ବିବାହ ଏବେ ଭାଙ୍ଗି ଯାଇଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।