ମାଙ୍କଡର ମଣିଷପଣିଆ ଦେଖିଲେ ମଣିଷଙ୍କୁ ଲାଜ ଲାଗିବ, କୁନି ବିଲେଇଟିକୁ କେମିତି କୂଅରୁ ଉଦ୍ଧାର କରୁଛି ମାଙ୍କଡ, ଦେଖନ୍ତୁ video

ପଙ୍କ ଭର୍ତ୍ତି କୂଅରେ ବିଲେଇ ଛୁଆଟିଏ ଖସି ପଡିଛି । କୂଅ ଭିତରୁ ବାହାରିବାକୁ ବାଟ ନାହିଁ କି କୁନି ବିଲେଇ ପାଖରେ ବଳ ବି ନାହିଁ । ମିଆଁଉ ମିଆଁଉ ହୋଇ ଡାକ ଛାଡିବା ବ୍ଯତୀତ ବିଲେଇ ପାଖରେ ଆଉ କୌଣସି ଚାରା ନାହିଁ । ଆଇ ଠିକ ଏତିକି ବେଳେ ବିଲେଇଟିକୁ ଏଭଳି ଅବସ୍ଥାରେ ଦେଖି ସାହାଯ୍ୟ କରିବାକୁ ଧାଇଁ ଆସିଛି ମାଙ୍କଡଟିଏ । ମାଙ୍କଡଟି ବାରମ୍ବାର ଖାଲକୁ ଡେଉଁଛି ଆଉ ବିଲେଇକୁ ଧରି ଉପରକୁ ଉଠିବା ପାଇଁ ଚେଷ୍ଟା କରୁଛି । ହେଲେ ଏଥିରେ ଅସଫଳ ହେଉଛି । ତଥାପି ହାର ମାନୁନି ମାଙ୍କଡଟି ।

ବୁଝିବାକୁ ଚେଷ୍ଟା କରୁଛି କି ବିଲେଇ ଛୁଆଟିକୁ ଉପରକୁ କେମିତି ଉଠେଇବ । ଉପର ତଳ ହୋଇ ଡିଆଁ ମାରୁଛି ହେଲେ ବାରମ୍ବାର ଅସଫଳ ହୋଇ ଚାଲିଛି । ଡେଇଁ ଡେଇଁ ବିଲେଇକୁ ଉଦ୍ଧାର କରିବାର ଉପାୟ ଖୋଜୁଛି ମାଙ୍କଡ । ଆଉ ବିଲେଇକୁ କୂଅ ଭିତରୁ ଉଦ୍ଧାର କରିବା ପାଇଁ ପ୍ରାଣପଣେ ଚେଷ୍ଟା କରିଚାଲିଛି । ମଣିଷ ଆଉ ପଶୁ ଭିତରେ ଆକାଶ ପାତାଳ ତଫାତ ଅଛି ବୋଲି ମାଙ୍କଡଟି ଏକତାକୁ ଭୁଲ ପ୍ରମାଣିତ କରିଛି ।

ଏ ଦୃଶ୍ୟ ଦେଖିଲେ ଆପଣ ବି କହିବେ, ଏହି ମାଙ୍କଡ ଭିତରେ ମଣିଷ ଠାରୁ ବି ବେଶୀ ମଣିଷପଣିଆ ରହିଛି । ପଶୁଟିଏ ହେଲେ ବି ତା’ର ଯେତିକି ବୁଦ୍ଧି ବିବେକ ଅଛି ଆଜିର ଅନେକ ମଣିଷଙ୍କ ଭିତରେ ଏହା ଦେଖିବାକୁ ମିଳୁନି । କେଉଁଠି ଦୁର୍ଘଟଣା ହେଲେ ସାହାଯ୍ୟ କରିବା ପରିବର୍ତ୍ତେ ସମସ୍ତେ ନିଜ ଫୋନ ବାହାର କରି ସେଲଫି ନେବାରେ ଲାଗି ପଡ଼ୁଛନ୍ତି । ଠିକ ସମୟରେ ମଣିଷର ମଣିଷପଣିଆ କାମ କରୁନି ।

କିନ୍ତୁ ଏହି ମାଙ୍କଡର ଦୃଶ୍ୟ ଏହାର ଓଲଟା କଥା ଦେଖାଉଛି । ମଣିଷ ଭିତରୁ ମଣିଷପଣିଆ ଲୋପ ପାଉଥିବା ବେଳେ ପଶୁ ଭିତରେ କିନ୍ତୁ ଦୟା ସୃଷ୍ଟି ହୋଇଛି । ଏହି ଦୃଶ୍ୟ କେଉଁଠିକାର ଜଣାନାହିଁ ସତ କିନ୍ତୁ ଏହା ଅନେକ ମଣିଷଙ୍କ ପାଇଁ ନିହାତି ଭାବେ ଏକ ଶିକ୍ଷା । ବିଲେଇ ଛୁଆକୁ ଉଦ୍ଧାର କରିବାରେ ବିଫଳ ହେଉଥିବା ମାଙ୍କଡ ଶେଷରେ ନିଜ ମାଲିକାଣୀର ସହାୟତା ନେଇଛି । ମାଲିକାଣୀ କହିଲେ ଛୋଟିଆ ଝିଅଟିଏ, ସେ ଏହା ଦେଖିବା ପରେ ତୁରନ୍ତ ଖାଲକୁ ଡେଇଁ ପଡି ବିଲେଇଟିକୁ ଉଦ୍ଧାର କରି ଆଣୁଛି ।

ଆଉ ତା’ପରେ ମାଙ୍କଡଟି କୁନି ବିଲେଇକୁ ମୁହଁରେ ଚାଟି ପକାଉଛି । ସମ୍ପର୍କରେ ଏମାନେ କାହାର କେହି ନୁହନ୍ତି । ହେଲେ ଏହି ଦୃଶ୍ୟରେ ଥିବା ମଣିଷପଣିଆ ସମ୍ପର୍କର ସବୁ ବ୍ୟାଖ୍ୟାକୁ ଭୁଲ ସାବ୍ୟସ୍ତ କରିଦେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।