ବେଲଗଛକୁ ଏମିତି ପୂଜା କରନ୍ତୁ ଯାହା ଚାହୁଁଛନ୍ତି ତାହା ପାଇବେ, ହେଲେ ବେଲଗଛ ପୂଜା କରିବାର ବିଶେଷ ଦିନ ନିଶ୍ଚୟ ଜାଣି ରଖନ୍ତୁ, Dr. Jgadananda Acharya

ଆଜି ଆମେ ପଣ୍ଡିତ ଜଗଦାନନ୍ଦ ଆଚାର୍ଯ୍ୟଙ୍କ ଠାରୁ ଜାଣିବା କି ବେଲଗଛ ଆମେ ଘର ପାଖେ ଲଗେଇ ପାରିବା କି ନାହିଁ ? ଯଦି ଲଗେଇବେ କେଉଁ ଦିଗରେ ଲଗେଇବେ ଏବଂ ଏହାକୁ କିପରି ପୂଜା କରିବା ଉଚିତ ? ସ୍କନ୍ଦ ପୁରାଣରେ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି କି, ମାତା ପାର୍ବତୀଙ୍କ ସ୍ବର୍ଣ୍ଣିମ ସ୍ଵେଦ ବା ଝାଳରୁ ବେଲଗଛର ଉତ୍ପତ୍ତି ହିଛି । ସେଥିପାଇଁ ବେଲଗଛକୁ ମାତା ପାର୍ବତୀଙ୍କ ସ୍ୱରୂପ ବୋଲି ମାନାଯାଏ । ସେଥିପାଇଁ ବେଲପତ୍ର ଭଗବାନ ଶଙ୍କରଙ୍କର ଅତିପ୍ରିୟ ।

କୋଟି ଗୋଦାନ କଲେ ଯେତିକି ପୂଣ୍ୟ ଫଳ ମିଳିବ ଦୈନିକ ବେଲଗଛକୁ ପୂଜା କଲେ ସେତିକି ଫଳ ମିଳିବ ବୋଲି କୁହାଯାଏ । ଶାସ୍ତ୍ର ଅନୁସାରେ ବେଲଗଛର ମୂଳ ଭାଗରେ ବ୍ରହ୍ମାଙ୍କ ବାସସ୍ଥାନ, ମଧ୍ୟ ଭାଗରେ ବିଷ୍ଣୁଙ୍କ ବାସସ୍ଥାନ ଏବଂ ଅଗ୍ରଭାଗରେ ଭଗବାନ ଶିବଙ୍କ ବାସସ୍ଥାନ । ତେଣୁ ପ୍ରତିଦିନ ବେଲଗଛକୁ ପ୍ରଣାମ କରିବା ଉଚିତ । ବେଲଗଛର ମହିମା ଯୁଗେ ଯୁଗେ ଥିଲା ଆଉ ଏବେ ମଧ୍ୟ ଅଛି । ଶାସ୍ତ୍ର କୁହେ କି କଣ୍ଟାଜାତୀୟ ଗଛ ଘରପାଖେ ଲଗାଇବା ବର୍ଜନୀୟ ଅଟେ ।

ତେଣୁ ଅନେକଙ୍କ ମନରେ ପ୍ରଶ୍ନ ଆସିଥାଏ ଘରେ ବେଲଗଛ ଲଗାଇବା ଉଚିତ କି ନୁହେଁ ? ଏନେଇ ବାସ୍ତୁ ଶାସ୍ତ୍ରରେ ଅତି ସୁନ୍ଦର ଭାବେ ଲକ୍ଷିତ ରହିଛି କି, ଘରପାଖେ ଯଦି ବେଲଗଛ, ଡାଳିମ୍ବ ଗଛ, ପଣସ ଗଛ ଓ ନଡିଆ ଗଛ ଆଦି ରୁହେ ତା’ ହେଲେ ଏହା ଘର ପାଇଁ ବହୁତ ଶୁଭ ଅଟେ । ତେଣୁ ଘରପାଖରେ ବେଲଗଛ ଲଗାଇ ପାରିବେ ବୋଲି ବାସ୍ତୁ ଶାସ୍ତ୍ର ସ୍ପଷ୍ଟ ଭାବେ କୁହେ ।

କିନ୍ତୁ ବେଲଗଛକୁ ସର୍ବଦା ଘରର ପଶ୍ଚିମ କିମ୍ବା ଉତ୍ତର ଦିଗରେ ବା ବାୟବ୍ୟ କୋଣରେ ଲଗାଇ କରିପାରିବେ । ପ୍ରାୟତଃ ଅନେକ ଲୋକଙ୍କ ଘରେ ବେଲଗଛ ରହିଥାଏ ଓ ସେମାନେ ପ୍ରତ୍ଯେକ ଦିନ ବେଲଗଛ ମୂଳରେ ଜଳ ଓ ପୁଷ୍ପ ଆଦି ଅର୍ପଣ କରି ପୂଜା କରିଥାନ୍ତି । କିନ୍ତୁ କିଛି ବିଶେଷ ଦିନ ରହିଛି ସେଦିନ ଯଦି ଭକ୍ତିଭାବ ସହ ବେଲଗଛକୁ ପୂଜା କରିବେ ତେବେ ମନସ୍କାମନା ପୂରଣ ହେବାସହ ନିଃସନ୍ତାନଙ୍କ କୋଳରେ ସନ୍ତାନ ପ୍ରାପ୍ତି ହେବ, ଋଣଭାରରୁ ମୁକ୍ତି ମିଳିବ ଏବଂ ଘରେ ଲାଗି ରହୁଥିବା ସମସ୍ଯା ମଧ୍ୟ ଦୂର ହୋଇଯିବ ।

ଅଷ୍ଟମୀ ତିଥି, ଚତୁର୍ଦ୍ଦଶୀ ତିଥି, ପ୍ରଦୋଶ ସମୟ, ଶ୍ରାବଣ ମାସ, ମାଘ ମାସ ଏବଂ ପ୍ରତ୍ଯେକ ସୋମବାର ଆଦି ଦିନ ମାନଙ୍କରେ ବେଲଗଛକୁ ବିଶେଷ ଭାବେ ପୂଜା କରିବା ଉଚିତ । ଏହିଦିନ ସ୍ନାନାଦି କର୍ମ ଶେଷ କରି ଭଗବାନ ସୂର୍ଯ୍ୟଙ୍କୁ ନିଶ୍ଚିତ ଭାବେ ଜଳ ଅର୍ପଣ କରନ୍ତୁ ।

ଏହାପରେ ଆପଣ କଞ୍ଚା କ୍ଷୀର, ଜଳ, ଧୂପଦୀପ ଓ ପୁଷ୍ପ ଆଦି ନେଇ ବେଲଗଛ ମୂଳକୁ ଯାଆନ୍ତୁ ଓ ସେଠାରେ ପୂର୍ବାଭିମୁଖୀ ହୋଇ ଆସନ ପକେଇ ବସିଯାନ୍ତୁ । ପୂର୍ବକୁ ବସିବାର ସୁବିଧା ନଥିଲେ ଆପଣ ଉତ୍ତର ଦିଗକୁ ମୁହଁ କରି ବସିପାରିବେ । ପ୍ରଥମେ ଜଳ, ତା’ପରେ କଞ୍ଚା କ୍ଷୀର ଏବଂ ପୁନଶ୍ଚ ଜଳ ଅର୍ପଣ କରି ଫୁଲ, ଧୂପଦୀପ ଆଦି ଲାଗି କରନ୍ତୁ । ଏହାପରେ ଆପଣ ବେଲଗଛକୁ ବନ୍ଦାପନା କରନ୍ତୁ ଏବଂ ସାତଥର ବେଲଗଛକୁ ପ୍ରଦକ୍ଷିଣ କରିବାକୁ କେବେବି ଭୁଲନ୍ତୁ ନାହିଁ ।

ଏହାପରେ ଶିବ ଗାୟତ୍ରୀ କିମ୍ବା ପଞ୍ଚାକ୍ଷର ମନ୍ତ୍ର ବା ମହାମୃତ୍ୟୁଞ୍ଜୟ ମନ୍ତ୍ର ବେଲଗଛ ପାଖରେ 27 ଥର ଜପ କରନ୍ତୁ । ଯେଉଁ ମନସ୍କାମନା ରଖି ଏହିଦିନ ମାନଙ୍କରେ ଆପଣ ବେଲଗଛକୁ ପୂଜା କରିବେ ଦେଖିବେ ତାହା ନିଶ୍ଚୟ ପୂରଣ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।