ପ୍ରଭୁ ହନୁମାନ କୁହନ୍ତି ଯେଉଁ ବ୍ୟକ୍ତି ମଙ୍ଗଳବାର ଦିନ କରିଥାଏ ଏହି 5 ଟି କାମ, ସେ ସବୁଦିନ ପାଇଁ ହୋଇଯାଏ କାଙ୍ଗାଳ

ହିନ୍ଦୁ ଧର୍ମ ଅନୁସାରେ ସପ୍ତାହର ୭ ଟି ବାରର କିଛି ନା କିଛି ମହତ୍ଵ ଥାଏ ଏବଂ କୌଣସି ନା କୌଣସି ଦେବା ଦେବୀଙ୍କ ସହ ସମ୍ବନ୍ଧ ଥାଏ । ଶାସ୍ତ୍ର ଅନୁସାରେ ବାର ଅନୁସାରେ କାର୍ଯ୍ୟ କରିବା ଦ୍ୱାରା ସେହି ବାର ଅନୁସାରେ ଦେବା ଦେବୀଙ୍କ କୃପା ମିଳିଥାଏ । ଏମିତିରେ ଯଦି ମଙ୍ଗଳବାର କଥା କହିବା ତେବେ ମଙ୍ଗଳବାର ଦିନଟି ଭଗବାନ ବଜରଙ୍ଗବାଲି ହନୁମାନଙ୍କ ଦିନ ଭାବେ ଗଣାଯାଏ । ଏହି ମଙ୍ଗବାର ଦିନ ଏପରି କିଛି ୫ ଟି କାର୍ଯ୍ୟ କଲେ ବ୍ୟକ୍ତିର ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ ।

ଏହାକୁ ମଙ୍ଗଳଗ୍ରହର କାରକ ମଧ୍ୟ କୁହାଯାଏ । ଯଦି ଆପଣ ଦରିଦ୍ର ହେବାକୁ ଚାହୁଁ ନାହାନ୍ତି ତ ମଙ୍ଗଳବାର ଦିନ ଏହି କାର୍ଯ୍ୟ କରନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ୫ ଟି କାର୍ଯ୍ୟ ବିଷୟରେ ଯାହାକି ମଙ୍ଗଳ ବାର ଦିନ କରିବା ଦ୍ୱାରା ମନୁଷ୍ୟ ବର୍ବାଦ ହୋଇଯାଏ ।

୧ – ମଙ୍ଗଳବାର ଦିନ ମହିଳା ମାନେ ଭୁଲରେ ବି ପ୍ରସାଧନ ସାମଗ୍ରୀ ବା ମେକପ ଜିନିଷ କିଣନ୍ତୁ ନାହିଁ । ଏହା ଦ୍ୱାରା ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥାଏ ଓ ସନ୍ତାନ ପ୍ରତି ବିପଦ ସୃଷ୍ଟି ହୋଇଥାଏ । ଯଦି ଆପଣ ପ୍ରସାଧନ ସାମଗ୍ରୀ ବା ମେକପ ସାମଗ୍ରୀ କିଣିବାକୁ ଚାହୁଁଛନ୍ତି ତେବେ ସୋମବାର ଓ ଶୁକ୍ରୁବାର ଦିନ କିଣନ୍ତୁ ।

୨ – ମଙ୍ଗଳ ବାର ଦିନ ଧାର ନେଇଥିବା ଟଙ୍କା ଦିଅନ୍ତୁ ନାହିଁ କି କାହାଠୁ ଧାର ଆଣନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କର ଆର୍ଥିକ ସମସ୍ୟା ଉତ୍ପନ୍ନ ହୋଇପାରେ । ବ୍ୟବସାୟରେ ଅବନତି ହୋଇ ଥାଏ । ମଙ୍ଗଳବାର ଦିନ ଚୁଟି ଓ ନଖ କାଟିବା ଉଚିତ ନୁହେଁ ।

୩ – ମଙ୍ଗଳ ବାର ଦିନ ଭଗବାନ ବଜରଙ୍ଗବାଲିଙ୍କୁ ପୂଜା କରିବା ଉଚିତ । ମଙ୍ଗଳବାର ଦିନ ମନ୍ଦିରକୁ ଯାଇ ଧୂପ ଦୀପ ନୈବେଦ୍ୟ ଦେଇ ହନୁମାନଙ୍କୁ ପୂଜା କରିବା ଦ୍ୱାରା ବ୍ୟକ୍ତିର ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ ।

୪ – ଯଦି କୌଣସି ବ୍ୟକ୍ତିର ମଙ୍ଗଳ ଭାରି ହୋଇଯାଏ ତ ବ୍ୟକ୍ତି କାଙ୍ଗାଳ ଅବସ୍ଥାକୁ ଚାଲି ଆସେ । ଏମିତିକି ସମ୍ପର୍କୀୟମାନେ ବି ସମସ୍ୟା ରେ ପଡ଼ିଥାନ୍ତି । ମଙ୍ଗଳବାର ଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ବନ୍ଧ ବନାଇବା ଉଚିତ ନୁହେଁ । ଏହା ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କୁ ବହୁତ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ । ଓ ସେମାନଙ୍କ ଔରସରୁ ଜାତ ସନ୍ତାନ କିନ୍ନର ଭାବେ ଜନ୍ମ ନେଇଥାଏ ।

୫ – ମଙ୍ଗଳବାର ଦିନ ଆମିଷ ନ ଖାଇ ସାତ୍ଵିକ ଆହାର ଖାଇବା ଉଚିତ । ଯାହାଦ୍ୱାରା କି ଆପଣଙ୍କ ଉପରେ ଭଗବାନଙ୍କ କୃପା ରହିଥାଏ । କରଜରୁ ମୁକ୍ତି ପାଇବା ପାଇଁ ଏବଂ ଶୀଘ୍ର ଧନବାନ ହେବା ପାଇଁ ପଶୁମାନଙ୍କୁ ଖାଦ୍ୟ ଦେବା ଉଚିତ । ଏହା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କ ସବୁ କାର୍ଯ୍ୟ ସହଜରେ ହୋଇଯାଏ  । ଯେଉଁ ବ୍ୟକ୍ତି ଉପରେ ହନୁମାନଙ୍କ କୃପା ହୋଇଥାଏ ସେ ବହୁତ ଶୀଘ୍ର ରାଜକୀୟ ସୁଖ ପାଇଥାଏ । ଏହି ବ୍ୟକ୍ତିକୁ କୌଣସି ପାପର ଦୋଷ ଲାଗି ନଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।