ମନ୍ଦିର ଭିତରୁ ବାହାର ଯାଏଁ ପଡିଛି ଅଳତା ବୋଳା ପାଦଚିହ୍ନ, ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି, ଏ ପାଦଚିହ୍ନ କାହାର ?

ମନ୍ଦିର ଭିତରୁ ବାହାରକୁ ପଡିଛି ପାଦ ଚିହ୍ନ । ରକ୍ତ ନାଲି ଅଳତାର ରହିଛି ପାଦ ଚିହ୍ନ ସବୁ । ମନ୍ଦିର ଭିତରରୁ ଏହି ପାଦ ଚିହ୍ନ କାହାର ପଡିଛି ଏବେ ତାକୁ ନେଇ ଭାଳେଣି ପଡିଛି । ଏହି ପାଦ ଚିହ୍ନକୁ ଦେଖିଲେ ଏମିତି ମନେ ହେଉଛି ସତେ ଯେମିତି ମା’ ନିଜେ ମନ୍ଦିର ଭିତରକୁ ବାହାରକୁ ଚାଲି ଆସିଛନ୍ତି । ଏହି ଅଳତା ପାଦ ଚିହ୍ନ ଦେଖିବା ପରେ ମା’ ରାତିଆରେ ଭ୍ରମଣ କରିବାକୁ ଯାଇଥିବା କଥା ଚର୍ଚ୍ଚା କରୁଛନ୍ତି ଲୋକେ । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ ଗ୍ରୀନବାଡି ଗାଁରେ ।

ସେଠାରେ ଲୋକେ ସକାଳୁ ସକାଳୁ ଦେଖିଥିଲେ କି ମନ୍ଦିର ଭିତରୁ କାହାର ପାଦ ଚିହ୍ନ ମନ୍ଦିର ବାହାର ଯାଏଁ ପଡିଛି । ସେ ପାଦ ଚିହ୍ନ ପୁଣି ଲାଲ ରଙ୍ଗ ଅଳତାର ପାଦ ଚିହ୍ନ ଭଳି ଦିଶୁଛି । ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଏହି ଖବର ପ୍ରସାରିତ ହେବା ପରେ ମା ଦକ୍ଷିଣକାଳୀଙ୍କ ମନ୍ଦିରରେ ମା’ଙ୍କ ପାଦ ଚିହ୍ନ ଦେଖିବାକୁ ଲୋକେ ଭିଡ ଜମେଇବାରେ ଲାଗିଛନ୍ତି । ମନ୍ଦିର ପୂଜକ ସବୁଦିନ ଭଳି ଗତକାଲି ମନ୍ଦିର ପୂଜା ସାରିବା ପରେ ମନ୍ଦିର ବନ୍ଦ ଅଋ ଘରକୁ ଫେରି ଯାଇଥିଲେ ।

ଆଉ ଗୁରୁବାର ସକାଳୁ ସକାଳୁ ପୁଣି ଥରେ ପୂଜା କରିବା ପାଇଁ ମନ୍ଦିରରେ ଆସି ପହଞ୍ଚିଥିଲେ । ହେଲେ ମନ୍ଦିର ଗେଟ୍ ଖୋଲୁ ଖୋଲୁ ସେ ଯାହା ଦେଖିଥିଲେ ତାଙ୍କ ଆଖିକୁ ବିଶ୍ବାସ ହୋଇ ନଥିଲା । ଅଳତା ବୋଳା ପାଦ ଛିଃ ମନ୍ଦିର ଭିତରୁ ମା’ ଙ୍କ ମୂର୍ତ୍ତି ପାଖରୁ ବାହାର ଯାଏଁ ପଡିଛି ବୋଲି ସେ ଦେଖିଥିଲେ ।

ସତେ ଯେମିତି ମା’ ରାତିରେ ମନ୍ଦିରରୁ ବାହାରି ଆସିଛନ୍ତି । ଏନେଇ ସେ ତୁରନ୍ତ ଯାଇ ଗାଁ ଲୋକଙ୍କୁ ଜଣାଇଥିଲେ । ଏହାପରେ ମା’ଙ୍କ ପାଦ ଚିହ୍ନ ଦେଖିବାକୁ ମନ୍ଦିରକୁ ଲୋକଙ୍କ ସୁଅ ଛୁଟିଥିଲା । ମା’ଙ୍କ ପାଦ ଚିହ୍ନ ଦେଖିବା ସହ ଲୋକେ ଭକ୍ତିରେ ଗଦଗଦ ହୋଇ ପଡୁଥିବାର ଦେଖିବାକୁ ମିଳିଛି । ମା’ଙ୍କ ପାଦ ଚିହ୍ନକୁ ଶ୍ରଦ୍ଧାର ସହ ପୂଜା କରିଥିଲେ ଉଭୟ ସେବକ ଓ ଭକ୍ତମାନେ ।

ଉକ୍ତ ଗ୍ରାମବାସୀ ଗତ ଚାରି ବର୍ଷ ହେବ ଗାଁରେ ଦଣ୍ଡ ଯାତ୍ରା ଆୟୋଜନ କରି ଆସୁଛନ୍ତି ଓ ମା ଦକ୍ଷିଣକାଳୀଙ୍କୁ ସେମାନେ ଖୁବ ମାନନ୍ତି । ମା’ ସେମାନଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଦର୍ଶନ ଦେଇଛନ୍ତି ବୋଲି ବେଶ ଖୁସି ଅଛନ୍ତି ଗ୍ରାମବାସୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।