ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ରହସ୍ୟ ଖୋଲିଲା ଆଦିତ୍ୟଙ୍କ ଚପଲ

ମାନବ ପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁରେ ଦିନକୁ ଦିନ ରହସ୍ୟ ଖୋଲିବାକୁ ଲାଗିଛି । ଏବଂ GRP ପୋଲିସଙ୍କୁ ବଡ ତଥ୍ୟ ମିଳିବାକୁ ଲାଗିଛି । GRP ପୋଲିସଙ୍କୁ ଆଉ ଗୋଟେ ବଡ ତଥ୍ୟ ମିଳିଛି, ଯାହା ଆଦିତ୍ୟଙ୍କ ଘରୁ ଆଦିତ୍ୟଙ୍କ ଚପଲ ମିଳିଛି । ଏବଂ ଏହି ଚପଲକୁ ନେଇକି ବଡ ତଥ୍ୟ ସାମନ୍ନାକୁ ଯାହା ଆଦିତ୍ୟଙ୍କ ମୃତ୍ୟୁରେ ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି ।

ସମାଜ ସେବି ସୃବ୍ରଜିତଙ୍କ ନେତୃତରେ ଜନ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି । ଏହି ଆନ୍ଦୋଳନ କୁ ସମର୍ଥନ କରିକି ଅନେକ ଲୋକ ଆଦିତ୍ୟଙ୍କ ଭଳି ଲଣ୍ଡା ହେବାରେ ଲାଗିଛନ୍ତି ।

ଏବଂ ଫୋଟୋକୁ ସୋସିଆଲ ମିଡିଆ ରେ ଟ୍ୟାଗ କରୁଛନ୍ତି । ଜଷ୍ଟିସ ଫର ଆଦିତ୍ୟ, ଏହି ଆନ୍ଦୋଳନ ତିବ୍ର ହେବାରେ ଲାଗିଛି । ଆଦିତ୍ୟଙ୍କ ମୃତ୍ୟୁ ମାମଲା ଅଧିକ ରହସ୍ୟ ଗେରକୁ ଆସିବାରେ ଲାଗିଛି । ଆତ୍ମହତ୍ୟା କରିବାକୁ କ’ଣ କେହି ଖାଲି ପଦରେ ଯାଏ କି ? ଆଦିତ୍ୟଙ୍କ ଚପଲ କୌଣସି ରାସ୍ତାରୁ ମିଳି ନହିଁ, ବରଂ ତାଙ୍କ ଘରୁ ତାଙ୍କର ପିନ୍ଧା ଚପଲ ମିଳିଛି ।

ଜଣେ କାହିଁକି ଆତ୍ମହତ୍ୟା କରିବାକୁ ଖାଲି ପଦରେ ୫ କିଲୋମିଟର ଯିବ । ଓ ଚପଲ ଘରୁ ମିଳିଲା କାହିଁକି ? କ’ଣ ଆଦିତ୍ୟ ଚପଲ ପିନ୍ଧିବାକୁ ଭୁଲି ଯାଇଥିଲେ । କିମ୍ବା ଆଦିତ୍ୟଙ୍କୁ ହତ୍ୟା କରି ତାଙ୍କୁ ଚପଲ ପିନ୍ଧାଇବାକୁ ଭୁଲି ଯାଇଥିଲେ । ମୃତ ଦେହକୁ ରେଳ ଷ୍ଟସନରେ ଶୁଆଇବା ବେଳେ କ’ଣ ଭୁଲି ଯାଇଥିଲେ କି ? ପୋଲିସ କୁ ଆଉ ଗୋଟିଏ ତଥ୍ୟ ମିଳିଛି, ମୃତ ଦେହ ପାଖରୁ ଗୋଟେ ଲାଲରଙ୍ଗର ଲୁଙ୍ଗୀ ମିଳିଛି । ଯାହାକି ଆଦିତ୍ୟଙ୍କର ଥିଲା । ଜଣେ ଆତ୍ମହତ୍ୟା କରିବାକୁ ଯିବ ସେ କହିକି ଲୁଙ୍ଗୀ ନେଇକି ଯିବ ?

ସେ ଘରେ ଆତ୍ମହତ୍ୟା କରି ପାରିଥାନ୍ତେ । କିନ୍ତୁ କାହିଁକି ସେ ଖାଲି ପାଦରେ ୫ କିଲୋମିଟର ଯାଇକି ଆତ୍ମହତ୍ୟା କଲେ ? ତାହା ମଧ୍ୟ ସନ୍ଧେହ ସୃଷ୍ଟି କରୁଛି । GRP ପୋଲିସ କୁ ଅନେକ ତଥ୍ୟ ମିଳିଛି ଯାହା ନୂଆ ନୂଆ ଲୋକଙ୍କ ସମ୍ପର୍କ ଥିବାର ସନ୍ଧେହ ଦେଖାଯାଉଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।