ବିଜୟ ମହାନ୍ତିଙ୍କ ଘର ଓ ପରିବାରରେ କିଏ କିଏ ଅଛନ୍ତି

କହିବାକୁ ଗଲେ ୨୦୨୦ କେବଳ ବଲୀଉଡ ଇଣ୍ଡଷ୍ଟ୍ରି ନୁହେଁ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ଖରାପ ବର୍ଷ ଅଟେ । ପୂର୍ବରୁ ବଲୀଉଡ ଇଣ୍ଡଷ୍ଟ୍ରିର କଳାକାର ଇରଫାନ ଖାନ, ସୁଶାନ୍ତ ସିଂହ ରାଜପୁତ ଓ ଓଡିଶାର ସମାଜ ସେବି ଆଦିତ୍ୟ ଦାସଙ୍କ ମୃତ୍ୟୁ ପରେ ପୁଣି ଥରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ମହାନ କଳାକାର ବିଜୟ ମହାନ୍ତିଙ୍କ ନିଧନର ଖବର ସାମ୍ନାକୁ ଆସୁଛି । ଯାହାକି ସମସ୍ତଙ୍କୁ ଦୁଖିତ କରି ଦେଇଛି ।

ଏମିତିରେ ଆଜି ଆମେ ଆପଣଙ୍କୁ ବିଜୟ ମହାନ୍ତିଙ୍କ ଘର, ପରିବାର, ପର୍ସନାଲ ଲାଇଫ ବିଷୟରେ କହିବାକୁ ଯାଉଛୁ । ଏହା ସହିତ ଆମେ ଆପଣଙ୍କୁ ବିଜୟ ମହାନ୍ତିଙ୍କ ବିଷୟରେ ଏମିତି କିଛି କହିବୁ ଯାହା ବିଷୟରେ ଆପଣ ଆଗରୁ କେବେ ବି ଶୁଣି ନ ଥିବେ ।

ଓଡିଆ ଫିଲ୍ମ ଜଗତରେ ବିଜୟ ମହାନ୍ତିଙ୍କ ଅବଦାନ ଅଛି । ଆପଣଙ୍କୁ କହିଦେଉଛୁ କି ବିଜୟ ମହାନ୍ତିଙ୍କ ବାପା ନାମ ଆଦିକାନ୍ତ ମହାନ୍ତି ଓ ମାଙ୍କ ନାମ ଶାନ୍ତିଲତା ମହାନ୍ତି ଓ ସ୍ତ୍ରୀଙ୍କ ନାମ ତନ୍ଦ୍ରା ରୟ ଅଟେ । ବିଜୟ ମହାନ୍ତିଙ୍କ ଝିଅ ହାଇଦ୍ରାବାଦର ଏକ ଯୁବକକୁ ବିବାହ କରିଛନ୍ତି ଓ ବିଜୟ ମହାନ୍ତିଙ୍କ ଜଣେ ନାତି ଓ ନାତୁଣୀ ବି ଅଛନ୍ତି । ବିଜୟ ମହାନ୍ତି ୮ ଏପ୍ରିଲ ୧୯୫୦ ମସିହାରେ କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ।

ଏହା ପରେ ମୟୂରଭଞ୍ଜ ଜିଲ୍ଲାରେ ସେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ଏହା ପରେ ସେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ୧୯୭୫ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ଏହା ପରେ ୧୯୭୫ ମସିହାରେ ସେ ଓଡିଶା ଫେରି ୧୯୭୭ ମସିହାରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଡ ରଖିଥିଲେ । ଧୀରେ ଧୀରେ ସେ ବହୁତ ଓଡିଆ ଫିଲ୍ମର କାମ କରିଲେ । ବିଜୟ ମହାନ୍ତି ଖଳନାୟକ ସହ ଅଭିନେତା ଓ କମେଡିୟାନ ରୂପରେ ବି କାମ କରିସାରିଛନ୍ତି ।

ବିଜୟ ମହାନ୍ତି ଶେଷ ଥର ଫିଲ୍ମ ‘ଗୋଲ୍ ମାଲ୍ ଲଭ’ରେ ନଜର ଆସିଥିଲେ । ଏହି ଫିଲ୍ମ ପରେ ବିଜୟ ମହାନ୍ତି କୌଣସି ବି ଫିଲ୍ମରେ କାମ କରି ନାହନ୍ତି । କିନ୍ତୁ ଗତ କାଲୀ ବିଜୟ ମହାନ୍ତିଙ୍କ ନିଧନ ଦ୍ଵାରା ପୁରା ଓଡିଶା ଦୁଖିତ ହୋଇ ଯାଇଛି । କହିବାକୁ ଗଲେ କିଛି ଦିନ ହେବ ବିଜୟ ମହାନ୍ତି ନିଜ ଝିଅଙ୍କ ଘର ହାଇଦ୍ରାବାଦରେ ରହୁଥିଲେ ଓ ଅଚାନକ ହୃଦଘାତରେ ପୀଡିତ ହେବାରୁ ସେ ହାଇଦ୍ରାବାଦର ଗ୍ଲୋବାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ଏହା ପରେ ସେ ଓଡିଶା ଫେରି କେୟାର ହସ୍ପିଟାଲରେ ଚିକିତ୍ସିତ ହେଲେ ଓ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଥିଲେ । କିନ୍ତୁ ଅଚାନକ କାଲୀ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ କେୟାର ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । କିନ୍ତୁ କିଛି ସମୟ ପରେ ଖବର ଆସିଲା କି ତାଙ୍କର ମୃତ୍ୟୁ ହୋଇ ଯାଇଛି । ଆମର ଭଗବାନଙ୍କ ନିକଟର ଏତିକି ପ୍ରାଥନା କି ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।