ମାନସିକ ରୋଗ କଣ ? ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ Dr. Kopal Rohatgi ଙ୍କ ଠାରୁ…

ପ୍ରତ୍ଯେକ ବ୍ୟକ୍ତିଙ୍କ ଜୀବନରେ ଅଳ୍ପ ବହୁତ ଚିନ୍ତା ବା ଟେନସନ ରହିଥାଏ । କିଛି ଲୋକ ଏହି ଟେନସନରୁ ସହଜରେ ବାହାରିଯାନ୍ତି, କିନ୍ତୁ ଆଉ କିଛି ଲୋକ ଏହି କାରଣରୁ ନିଜ ଜୀବନ ବର୍ବାଦ କରି ଦିଅନ୍ତି । ଶାରୀରିକ ରୋଗ ଭଳି ମାନସିକ ରୋଗର ମଧ୍ୟ ଚିକିତ୍ସା ଆବଶ୍ୟକ । କିନ୍ତୁ ଆମ ସମାଜରେ ମାନସିକ ରୋଗକୁ ନେଇ ସଚେତନତା ଖୁବ କମ୍ ରହିଛି । ତେବେ ଯେକୌଣସି ମାନସିକ ରୋଗରୁ କିପରି ମୁକ୍ତ ହେବେ ଚାଲନ୍ତୁ ଜାଣିବା ମନୋଚିକିତ୍ସକ ଡାକ୍ତର କୋପଲ ରୋହତଗୀଙ୍କ ଠାରୁ ।

ମାନସିକ ରୋଗର ଶିକାର ହୋଇଥିବା ଲୋକଙ୍କୁ ସମାଜ ପାଗଳ ବୋଲି କହି ମଜା ଉଡାଇଥାଏ । କିନ୍ତୁ ଏହା ଠିକ ନୁହେଁ କାରଣ ଶାରୀରିକ ରୋଗ ଭଳି ମାନସିକ ରୋଗ ମଧ୍ୟ ଠିକ ହୋଇପାରେ । ମାନସିକ ରୋଗ ଅନେକ ପ୍ରକାରର ରହିଛି । ସବୁଠୁ କମନ୍ ହେଉଛି ଡିପ୍ରେସନ, ଯାହା ପ୍ରାୟ ୧୦ରୁ ୨୦% ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳେ ।

ଏହି ରୋଗୀଙ୍କ ମନ ଆବଶ୍ୟକ ଠାରୁ ଅଧିକ ଉଦାସ ରହିଥାଏ, କାହା ସହିତ କଥା ହେବାକୁ ଇଚ୍ଛା ହୁଏ ନାହିଁ, ନିଜ ପସନ୍ଦର କାମ କରିବାରେ ମଧ୍ୟ ମନ ଲାଗେ ନାହିଁ, ଅନିଦ୍ରା, ଆତ୍ମବିଶ୍ଵାସ କମ୍ ହେବା ଓ କାନ୍ଦିବା ଏହି ରୋଗର ଲକ୍ଷଣ ଅଟେ । ସେହିପରି ଆଉ ଏକ ସ୍ନାୟବିକ ଡିସଅର୍ଡର ରହିଛି ଯାହା ହେଉଛି ଆଞ୍ଜାଇଟି (anxiety) । ଏହା ମଧ୍ୟ ଏକ କମନ୍ ମାନସିକ ରୋଗ ଯାହା ୫ରୁ ୧୦% ଲୋକଙ୍କ ଠାରେ ଦେଖିବାକୁ ମିଳୁଛି ।

ବହୁତ ଅସ୍ତବ୍ୟସ୍ତ ଲାଗିବା, ହୃଦସ୍ପନ୍ଦନ ବଢିଯିବା, ଝାଳ ବାହାରିବା, ମୁହଁ ଶୁଖିଯିବା, ହାତ ଥରିବା ଓ କେବେ କେବେ ଏମିତି ଲାଗେ ଯେମିତି ଆମ ପ୍ରାଣ ଛାଡିଯାଉଛି । ଅବଶେସିଭ କମ୍ପଲ୍ସିଭ ଡିସଅର୍ଡର (OCD) ପରି ମାନସିକ ରୋଗରେ କୌଣସି କାର୍ଯ୍ୟକୁ ବାରମ୍ବାର କରିବାକୁ ଇଚ୍ଛା ହୁଏ ବା କାର୍ଯ୍ୟରେ ସନ୍ତୁଷ୍ଟତା ମିଳେନାହିଁ । କୌଣସି ଜିନିଷକୁ ବାରମ୍ବାର ସଜାଡି ରଖିବା ବା ବାରମ୍ବାର ସଫା କରିବା ଆଦି ଏହି ରୋଗର ଲକ୍ଷଣ ।

ସ୍କିଜୋଫିନିଆ ନାମକ ମାନସିକ ସ୍ଥିତିରେ ରୋଗୀଙ୍କୁ ଲାଗିଥାଏ କେହି ତାଙ୍କୁ ମାରିବାକୁ ଚେଷ୍ଟା କରୁଛି ବ ସନ୍ଦେହ ବଢିବା, କ୍ରୋଧ ଆସିବା ଓ ଘରୁ ମଧ୍ୟ ଫେରାର ହେବାକୁ ଏମାନେ ଚେଷ୍ଟା କରିଥାନ୍ତି । ଏହା ବ୍ଯତୀତ ଏମାନଙ୍କ କାନରେ କିଛି ସ୍ଵର ମଧ୍ୟ ଶୁଭାଯାଏ ଯାହା ଏମାନଙ୍କୁ ହୁକୁମ ମଧ୍ୟ କରେ । ବାଇପୋଲାର ଡିସଅର୍ଡର ଦୁଇ ପ୍ରକାରର ଗୋଟିଏ ହେଉଛି ମେନିଆ ଓ ଅନ୍ଯଟି ଡିପ୍ରେସନ ଯାହା ବିଷୟରେ ଉପରେ ଆମେ କହି ସାରିଛୁ ।

ଅଧିକ କଥା ହେବା, ବଢେଇ ଚଢେଇ କଥା କହିବା ଆଦି ଏହି ରୋଗର ଲକ୍ଷଣ ହୋଇପାରେ । ଅତ୍ୟଧିକ ଷ୍ଟ୍ରେସ ନେବା, ଶୀଘ୍ର ଡରିଯିବା, ବ୍ୟକ୍ତିଗତ ସମସ୍ଯା ଆଦି ଯୋଗୁଁ ମାନସିକ ରୋଗ ହୋଇଥାଏ କିମ୍ବା ଏହା ବଂଶଗତ କାରଣରୁ ମଧ୍ୟ ହୋଇପାରେ । ଆମ ବ୍ରେନରେ ଅଲଗା ଅଲଗା ନ୍ୟୁରୋ ଟ୍ରାନ୍ସମିଟର ସବୁ ରହିଛି, ସେଥିରେ ଅସନ୍ତୁଳନ ହେବା ଯୋଗୁଁ ମଧ୍ୟ ଏହି ରୋଗ ହୋଇପାରେ । ଲମ୍ବା ସମୟ ଧରି କୌଣସି ରୋଗ ହୋଇଥିଲେ ଯେପରିକି ଡାଇବେଟିସ, ଷ୍ଟ୍ରୋକ, ହାଇପୋ ଥାଇରଏଡ ଆଦି ରୋଗ ଯୋଗୁଁ ମଧ୍ୟ ମାନସିକ ରୋଗ ହୋଇପାରେ ।

ଏହି ରୋଗର ଚିକିତ୍ସା ପାଇଁ ଔଷଧ ସବୁ ରହିଛି, ଥେରାପି ବ କାଉନସେଲିଂ ମଧ୍ୟ ରହିଛି । ଯାହା ନିୟମିତ ନେବା ଦ୍ଵାରା ମାନସିକ ସ୍ଥିତିରେ ପରିବର୍ତ୍ତନ ଆସିଥାଏ । ଏଥିରେ ପରିବାର ଲୋକ ଏବଂ ସାଙ୍ଗସାଥିଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ମାନସିକ ରୋଗ ହୋଇଥିବା ବ୍ୟକ୍ତିଙ୍କୁ ବୁଝିବା ଓ ସଠିକ ଚିକିତ୍ସା ନେବାରେ ସାହାଯ୍ୟ କରିବା, ତାଙ୍କ ଶ କଥା ହେବା ସମୟ ବିତାଇବା ଦ୍ଵାରା ଏହି ରୋଗ ଭଲ ହୋଇପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।