Gk Questions & Answers: ୟୁକ୍ରେନ ଋଷିଆ ଯୁଦ୍ଧ ଓଡିଆ GK, ଜାଣନ୍ତୁ କଣ ରହିଛି ଏହି ଦୁଇଦେଶର ଇତିହାସ ଓ NATO କଣ ?

ବର୍ତ୍ତମାନ ସମୟରେ ୟୁକ୍ରେନ ଓ ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଏପରି ଶବ୍ଦ ଶୁଣିବାକୁ ମିଳୁଛି ଯାହା ଅନେକନକ ପାଇଁ ନୂଆ ଅଟେ । ଯେପରିକି ନାଟୋ କଣ ? ଋଷ ଓ ୟୁକ୍ରେନର ରାଜଧାନୀ କଣ ? ୟୁକ୍ରେନ ଓ ଋଷିଆ ମଧ୍ୟରେ କାହିଁକି ଯୁଦ୍ଧ ହେଉଛି ? ୟୁକ୍ରେନ ଓ ଋଷିଆ ମଧ୍ୟରେ ହେଉଥିବା ଯୁଦ୍ଧ ବିଷୟରେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନୋତ୍ତର । ଚାଲନ୍ତୁ ଆରମ୍ଭ କରିବା ।

୧- ଋଷିଆର ରାଷ୍ଟ୍ରପତିଙ୍କ ନାମ କଣ ?

ଉ: ଭ୍ଲାଦିମିର ପୁଟିନ (Vladimir Putin)

୨- ଆମେରିକାର ରାଷ୍ଟ୍ରପତିଙ୍କ ନାମ କଣ ?

ଉ: ଜୋ ବାଇଡେନ (Joe Biden)

୩- ୟୁକ୍ରେନର ରାଷ୍ଟ୍ରପତିଙ୍କ ନାମ କଣ ?

ଉ: ବୋଲୋଡିମିର ଜେଲେନସ୍କି (Volodymyr Zelenskyy)

୪- ଋଷିଆର ରାଜଧାନୀର ନାମ କଣ ?

ଉ: ମସ୍କୋ (Moscow)

୫- ୟୁକ୍ରେନର ରାଜଧାନୀର ନାମ କଣ ?

ଉ: କିଭ (Kyiv)

୬- ଋଷ ଓ ୟୁକ୍ରେନ ମଧ୍ୟରେ କେବେ ଠାରୁ ଓ କଣ ପାଇଁ ବିବାଦ ରହିଛି ?

ଉ: ଋଷ ଓ ୟୁକ୍ରେନ ବିବାଦ ବହୁ ପୁରୁଣା । ଯେତେବଳେ ଫିନଲ୍ଯାଣ୍ଡ, ଲାତବିଆ, ପୋଲାଣ୍ଡ, ବେଳାଋଷ, ୟୁକ୍ରେନ ଆଦି ଦେଶ ଋଷିଆ ଅଧୀନରେ ଥିଲା । ୧୯୧୮ରେ ୟୁକ୍ରେନ ସ୍ଵାଧୀନତାର ଘୋଷଣା କଲା ହେଲେ ସ୍ଵାଧୀନତାକୁ ନେଇ ଟଣା ଓଟରା ଭିତରେ ଏଠାରେ ଗୃହଯୁଦ୍ଧ ଆରମ୍ଭ ହୋଇଗଲା । ୟୁକ୍ରେନରେ ଗୃହଯୁଦ୍ଧ ସମସ୍ଯା ଚାଲିଥିବା ବେଳେ ଦେଶର ଏକ ତୃତିୟାଂଶ ଭାଗ ତତ୍କାଳୀନ ଋଷ ରାଷ୍ଟ୍ରପତି ଭ୍ଲାଦିମିର ଲେଲିନଙ୍କ ଲାଲ ସେନା ଅକ୍ତିଆର କରିନେଲା । ୧୯୨୧ରେ ୟୁକ୍ରେନ ସୋବିଏଲ ସ୍ପେଶାଲିଷ୍ଟ ରିପବ୍ଲିକାନର ସ୍ଥାପନା କରାଗଲା ।

୧୯୨୨ ଡିସେମ୍ବରରେ ୟୁକ୍ରେନ ସୋଭିଏତ ୟୁନିୟନର ସଂସ୍ଥାପକ ସଦସ୍ୟ ହୋଇଗଲା । ୟୁକ୍ରେନରେ ସୋଭିଏତ ସଂଘରୁ ସ୍ଵାଧୀନତା ପାଇଁ ବିଦ୍ରୋହ ତେଜିବାରେ ଲାଗିଲା । ୧୯୫୪ରେ ୟୁକ୍ରେନର ବିଦ୍ରୋହକୁ ଦବାଇବା ପାଇଁ କ୍ରିମିଆକୁ ୟୁକ୍ରେନରେ ସାମିଲ କରାଗଲା । କ୍ରିମିଆ ୟୁକ୍ରେନ ସହ ଜଡିତ ଥିବା ଏଭଳି ଏକ ରାଜ୍ୟ ଯେଉଁଠି ଋଷ ନାଗରିକଙ୍କ ସଂଖ୍ୟା ଅଧିକ । ୧୯୯୧ରେ ସୋଭିଏତ ସଂଘରୁ ମୁକ୍ତି ସହ ୟୁକ୍ରେନ ନିଜ ସ୍ଵାଧୀନତା ଘୋଷଣା କଲା ।

ଯାହାପରେ ୟୁକ୍ରେନର ନାଗରିକ ଓ ନେତା ଦୁଇଭାଗରେ ବିଭକ୍ତ ହୋଇଗଲେ । ଗୋଟିଏ ଭାଗ ୟୁରୋପୀୟ ୟୁନିୟନ ଓ ନାଟୋର ସମର୍ଥନ କରୁଥିବା ବେଳେ ଆଉ ଏକ ଭାଗ ଋଷକୁ ସମର୍ଥନ କଲେ । ଯାହାକି ଆଜିବି ଚଳି ଆସୁଛି । ଏହା ଯୋଗୁଁ ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ ଲାଗି ରହିଛି ।

୭- ନାଟୋ (NATO) କଣ ?

ଉ: ନାଟୋର ଫୁଲଫର୍ମ ହେଲା ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ । ଯାହାକୁ ଉତ୍ତର ଆଟଲାଣ୍ଟିକ ସନ୍ଧି ସଂଗଠନ ବୋଲି ଆମେ କହିଥାଉ ।

୮- ନାଟୋ ର ସ୍ଥାପନା କେବେ ହୋଇଥିଲା ?

ଉ: ୪ ଏପ୍ରିଲ ୧୯୪୯

୯- ନାଟୋ ର ହେଡକ୍ଵାର୍ଟର କେଉଁଠାରେ ଅଛି ?

ଉ: ବେଲଜିୟମର ରାଜଧାନୀ ବ୍ରୁସେଲ୍ସ (Brussels) ରେ ।

୧୦- କାହିଁକି ତିଆରି ହୋଇଥିଲା ନାଟୋ ?

ଉ: ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ବିଶ୍ଵର ସମସ୍ତ ଦେଶ ନିଜ ଭବିଷ୍ୟତ ପ୍ରଗତି ପାଇଁ ଚିନ୍ତା କରୁଥିଲେ । ଏହିପରି ବିଶ୍ଵଯୁଦ୍ଧ ଆଉ କେବେ ନହେଉ ସେଥିପାଇଁ କିଛି ଦେଶ ଚିନ୍ତା କଲେ ନାଟୋ ଭଳି ଏକ ସଂଗଠନ ତିଆରି କରିବା ପାଇଁ । ଆରମ୍ଭରେ ୧୨ଟି ଦେଶ ନାଟୋର ସଦସ୍ୟ ଥିଲେ । କିନ୍ତୁ ଏବେ ନାଟୋ ୩୦ଟି ଦେଶର ଏକ ମିଲିଟାରୀ ସଂଗଠନ ଅଟେ ।

ଯଦି କୌଣସି ଦେଶ ନାଟୋର କୌଣସି ବି ଦେଶ ଉପରେ ଆକ୍ରମଣ କରେ ତେବେ ନାଟୋ ଉପରେ ଆକ୍ରମଣ ହେଉଛି ବୋଲି କୁହାଯିବ । ଯେଉଁଥି ପାଇଁ ସେହି ଦେଶ ଉପରେ ନାଟୋ ମିଳିତ ଭାବେ ପଦକ୍ଷେପ ନେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।