ମନ ଖରାପ ଥିବା ବେଳେ କଣ କରିବା ଉଚିତ ? ଏହା ସହିତ ପଢନ୍ତୁ ଆଜିର 20 + Anuchinta

ମନୁଷ୍ୟକୁ ସମାଜରେ ଏକ ସୁସ୍ଥ ଜୀବନ ବିତାବାକୁ ହେଲେ ମନକୁ ଖୁସିରେ ରଖିବା ଉଚିତ । ଯଦି ମନ ଖୁସି ନଥାଏ ତ ସେ ସବୁବେଳେ ଚିନ୍ତାଗ୍ରସ୍ତ ଥାଏ । ଏହା ଦ୍ଵାରା ତାକୁ ବହୁତ ପ୍ରକାରର ରୋଗ ମାଡି ବସିଥାଏ  । ବେଳେ ବେଳେ ଏହି ରୋଗ ତାକୁ ମୃତ୍ୟୁର ଦ୍ଵାର ଦେଖାଇ ଥାଏ । ଏଥିପାଇଁ ମନକୁ ସବୁ ବେଳେ ଶାନ୍ତ ରଖିବା ଉଚିତ ଯାହାଫଳରେ ତା ମନକୁ  ଭଲ ଭଲ ବିଚାର ଆସିବ ଓ ସେ ସମାଜରେ ଏକ ସୁସ୍ଥ ଜୀବନ ବିତାଇ ପାରିବ । ତେବେ ଆସନ୍ତୁ ଜାଣିବା କି ମନ ଖରାପ ଥିଲେ ଏହି ସବୁ ବିଷୟରେ ଜାଣିବା ଉଚିତ ।

*  ସମୟ ଆପଣଙ୍କ ହାତରେ ଚାହିଁବେ ଯଦି ଶୋଇକି କାଟି ପାରିବେ , ଚାହିଁବେ ଯଦି ଉପଯୋଗ କରିପାରିବେ ।

*  ସମୟ ପରିସ୍ଥିତି ଦେଖି ବଦଳିଥାଏ ଆଉ ନିଜ ଲୋକ ସୁବିଧା ଦେଖି ବଦଳିଥାନ୍ତି ।

*  ଯଦି କିଛି ଖରାପ କରିବାକୁ ଇଚ୍ଛାହୁଏ ତେବେ କାଲିକି ରଖନ୍ତୁ , ଯଦି ଭଲ କରିବାକୁ ଇଚ୍ଛାହୁଏ ତେବେ ତୁରନ୍ତ କରନ୍ତୁ ।

*  ନିଜ ପିଠିକୁ ସବୁବେଳେ ମଜବୁତ ରଖିବା ଉଚିତ କାରଣ ସାବାସି ଆଉ ଧୋକା ପିଠି ପଛରେ ମିଳିଥାଏ  ।

*  ସତକଥା ସବୁବେଳେ ଖରାପ କିମ୍ବା କଷ୍ଟ ଲାଗିଥାଏ , ମିଛ ସବୁବେଳେ ମିଠା କିମ୍ବା ଆନନ୍ଦ ଦେଇଥାଏ ।

*  ଯଦି ଭଲକରି ଚିନ୍ତା କରିବେ କେହି ନିଜର ନୁହନ୍ତି ଏବଂ ଯଦି ଭଲ କରି ବିଚାରକରିବେ କେହି ପର ନୁହନ୍ତି ।

*  ବେଳେ ବେଳେ ଇଚ୍ଛାହୁଏ ଯଦି ହାର ମାନିବାକୁ କିନ୍ତୁ ଇଚ୍ଛାହୁଏ ଅନ୍ୟମାନଙ୍କୁ ଭୁଲ ପ୍ରମାଣିତ କରିବାକୁ ।

*  ନିଜ ବୟସକୁ ଆଉ ପଇସାକୁ ନେଇ ଗର୍ବ କରିବା ଅନୁଚିତ ,ସଂସାରରେ ଯେଉଁ ଜିନିଷ ଗଣିହୁଏ ତାହା ନଷ୍ଟ ହୋଇଯାଏ ।

*  ନିଜ ଲକ୍ଷ୍ୟ ସ୍ଥଳ ପାଖରେ ଅଛି , ଏହି ବିଶ୍ଵାସ ସବୁବେଳେ ରଖିବା ଉଚିତ ।

*  ଲୋକଙ୍କ ଅଧା ବୟସ ଚାଲିଯାଏ ପାଠ ପଢିପଢି ,  କିନ୍ତୁ ଶିଖନ୍ତି  କେବଳ ଅନ୍ୟମାନଙ୍କ ଗୋଡକୁ ଟାଣିବା ।

*  ନିଜ ଜୀବନରେ ଏମିତି ସଂଘର୍ଷ କରିବା ଉଚିତ ଯେପରି ପିଲାମାନଙ୍କ ଆତ୍ମ ବିଶ୍ଵାସ ବଢାଇବା ପାଇଁ ଅନ୍ୟ କାହାର ଉଦାହରଣ ଦେବାକୁ ନପଡେ ।

*  ଅନ୍ୟମାନଙ୍କ ଖରାପ ସମୟରେ ହସିବା ଅନୁଚିତ , ସମୟ ଯେତେବେଳେ ଖରାପହୁଏ ସବୁଦିଗରୁ ଖରାପ ହୁଏ ।

*  ବାପା ମାଙ୍କ ଆପତି ସମସ୍ତଙ୍କୁ ଖରାପ ଲାଗେ କିନ୍ତୁ ମାବାପାଙ୍କ ସମ୍ପତ୍ତି ସମସ୍ତଙ୍କୁ ଭଲ ଲାଗେ ।

*  ଆଶା ବିଶ୍ଵାସ କେବେବି ଆମକୁ ଛାଡିଯାଆନ୍ତି ନାହିଁ କିନ୍ତୁ ଆଶା ବିଶ୍ଵାସ ଆମେ ଛାଡି ଦେଇଥାଉ ।

*  ଦୁନିଆର ସବୁଠାରୁ କଷ୍ଟକାମ ଭିତରେ ଗୋଟିଏ ହେଉଛି ଅନ୍ୟକୁ ବୁଝାଉଥିବା ଲୋକକୁ ବୁଝାଇବା ।

*  କୌଣସି ଅଭାବରେ କିମ୍ବା କୌଣସି ପ୍ରଭାବରେ ବଞ୍ଚିବା ଅନୁଚିତ , ଏହି ଜୀବନ ନିଜ ସ୍ଵଭାବରେ ବଞ୍ଚିବା ଉଚିତ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।