Man Of The Series ଟାଇଟଲ ଜିତିବାର ଅସଲି ହକଦାର ଥିଲେ କି Kohli କିମ୍ବା Suryakumar ? ହେଲେ ବୋଲର ପୁରା ଟୁର୍ଣ୍ଣାମେଣ୍ଟକୁ ଦୋହଲାଇ ରଖିଥିଲେ !

ଶେଷ ହୋଇଛି ଆଇସିସି ଟି-20 ବିଶ୍ଵକପ । ବିଶ୍ଵକପକୁ ଚମ୍ପିୟାନ ଦଳ ମିଳି ସାରିଥିବା ବେଳେ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ କିଏ ହେବ ଏହାରି ଉପରେ ସମସ୍ତଙ୍କ ନଜର ରହିଥିଲା । କିଏ ବିରାଟ କୋହଲିଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ବୋଲି ଅନୁମାନ କରୁଥିବା ବେଳେ କେହି ସୂର୍ଯ୍ୟକୁମାର ଯାଦବଙ୍କ ନାମ ନେଉଥିଲେ । ସେହିପରି କିଏ ସାଦବ ଖାନଙ୍କ ନାମ ନେଉଥିବା ବେଳେ ଆଉ କିଏ ସାହୀନ ଆଫ୍ରିଦିଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ବୋଲି ମାନୁଥିଲେ ।

କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ସାମ୍ କରନ ଯେଉଁ ଭଳି ପ୍ରଦର୍ଶନ କରିଥିଲେ ସେଥିରୁ ସ୍ପଷ୍ଟ ହୋଇ ଯାଇଥିଲା କି ସେ ହିଁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ହେବେ । ସାମ କରନ ଟୁର୍ଣ୍ଣାମେଣ୍ଟର ଗୋଟିଏ ମ୍ଯାଚରେ 5 ୱିକେଟ ନେବା ସହ ସବୁଠୁ ବଡ ନିର୍ଣ୍ଣାୟକ ମ୍ଯାଚରେ 4 ଓଭରରେ ମାତ୍ର 12 ରନ୍ ଦେଇ 3 ୱିକେଟ ନିଜ ନାଁରେ କରିଥିଲେ । ଫଳରେ ସାମ କରନ ଟି-20 ବିଶ୍ଵକପର ସବୁଠୁ ବଡ ହିରୋ ସାବ୍ୟସ୍ତ ହୋଇଥିଲେ । ସେ ପୁରା ଟୁର୍ଣ୍ଣାମେଣ୍ଟରେ ସମୁଦାୟ 6 ମ୍ଯାଚ ଖେଳି 11.38 ଆଭରେଜ ସହ 13ଟି ୱିକେଟ ହାସଲ କରିଛନ୍ତି ।

ହିସାବ କଲେ ପ୍ରତି 11 ରନ୍ ଦେଇ ସେ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ତାଙ୍କ ଇକୋନୋମି ମଧ୍ୟ ବେଶ ଶାନଦାର ଥିଲା । 6.78 ଇକୋନୋଇ ସହ ସେ ଟୁର୍ଣ୍ଣାମେଣ୍ଟରେ ରନ୍ ଦେଇଥିଲେ । ସାମ କରନଙ୍କ ଚମତ୍କାର ବୋଲିଂ ସହ ପୁରା ଟୁର୍ଣ୍ଣାମେଣ୍ଟରେ ସବୁ ଦୃଷ୍ଟିରୁ ବେଶ ଭଲ ପ୍ରଦର୍ଶନ ଯୋଗୁଁ ତାଙ୍କୁ ହିଁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ବଛାଯାଇଛି ।

ବିରାଟ କୋହଲି ପୁରା ଟୁର୍ଣ୍ଣାମେଣ୍ଟରେ ପାଖାପାଖି 300 ରନ୍ ବନେଇ ଥିବାରୁ ଅନେକ ଲୋକ ତାଙ୍କ ନାମ ମଧ୍ୟ ନେଉଥିଲେ । ଇଂଲଣ୍ଡ କ୍ଯାପଟେନ ଜୋସ ବଟଲରଙ୍କୁ ଯେତେବେଳେ ପଚରା ଯାଇଥିଲା କି ତାଙ୍କ ହିସାବରେ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ କିଏ ହେବେ ବୋଲି ସେ ସୂର୍ଯ୍ୟକୁମାର ଯାଦବଙ୍କ ନାମ ନେଇଥିଲେ । କିନ୍ତୁ ନିର୍ଣ୍ଣାୟକ ମ୍ଯାଚରେ ଖରାପ ପ୍ରଦର୍ଶନ ଏମାନଙ୍କ ଉପରେ ଭାରି ପଡିଲା ।

ସାମ କରନ ନିଜ ଟିମ୍ କୁ ଫାଇନାଲ ସହ ପହଞ୍ଚାଇବା ସହ ମ୍ଯାଚ ଜିତିବାରେ ମଧ୍ୟ ବେଶ ବଡ ଭୂମିକା ତୁଲାଇଥିଲେ । ତେଣୁ ସାମ କରନ ହିଁ ଏହି ଟାଇଟଲ ଜିତିବାର ଅସଲ ହକଦାର ଅଟନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।