ଟିମ୍ ଇଣ୍ଡିଆକୁ Reality Check ଦେଲେ କ୍ଯାପଟେନ କୁଲ୍ MS Dhoni ! କହିଲେ ଇଂଲଣ୍ଡ ଠାରୁ ମ୍ୟାଚ ହାରିବାର 5 ମୁଖ୍ୟ କାରଣ

ଇଂଲଣ୍ଡ ଠାରୁ 10 ୱିକେଟରେ ହାରି ଟିମ୍ ଇଣ୍ଡିଆ ଟି-20 ବିଶ୍ଵକପରୁ ସେମିଫାଇନାଲରୁ ବିଦା ହେବା କଥାକୁ ନେଇ ଏବେ ଚର୍ଚ୍ଚା ଥମିନି । ଭାରତର ଏଭଳି ଶୋଚନୀୟ ପରାଜୟକୁ ଭରତୋୟା କ୍ରିକେଟପ୍ରେମୀ ଏବେବି ଭୁଲି ପାରୁନାହାନ୍ତି । ଏକଦା ଆଇସିସି ତାଲିକାରେ ଏକ ନମ୍ବର ଟି-20 ଦଳ ଭାବେ ସ୍ଥାନ ପାଇଥିବା ଟିମ୍ ଇଣ୍ଡିଆ ପାଖରେ ଯେକୌଣସି ଦଳକୁ ହରାଇବାର ସାମର୍ଥ୍ୟ ରହିଥିଲା । ଆଉ ଏବେ ଟି-20 ବିଶ୍ଵକପ ସେମିଫାଇନାଲରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ନେଇ ଲୋକେ ସ୍ଵର ଉତ୍ତୋଳନ କରୁଛନ୍ତି ।

ଏଭଳି ସମୟରେ ଭାରତର ପରାଜୟକୁ ନେଇ କ୍ଯାପଟେନ କୁଲ୍ ମହେନ୍ଦ୍ର ସିଂ ଧୋନୀ ନିଜ ମୁହଁ ଖୋଲିଛନ୍ତି । ଧୋନୀ କହିଛନ୍ତି ଏହା କେବଳ ପରାଜୟ ନୁହେଁ ବରଂ ଏକ ଆଇନା, ଯାହା ଟିମ୍ ଇଣ୍ଡିଆକୁ ବହୁତ ଆଗରୁ ଦେଖିବାକୁ ଥିଲା । 140 କୋଟି ଭାରତୀୟଙ୍କ ମନ ଭାଙ୍ଗି ଦେଇଥିବା ଏହି ସେମିଫାଇନାଲ ମ୍ଯାଚରେ ଟିମ୍ ଇଣ୍ଡିଆ 5ଟି ମୁଖ୍ୟ କାରଣ ଯୋଗୁଁ ପରାଜୟର ସାମ୍ନା କରିଛି । ପ୍ରଥମ କାରଣ ହେଉଛି, ଦଳର ଓପନରଙ୍କ ପ୍ରଦର୍ଶନ ।

ଏହି ଯୋଡି ପୁରା ଟୁର୍ଣ୍ଣାମେଣ୍ଟରେ ଖରାପ ପ୍ରଦର୍ଶନ କରିଥିବା ବେଳେ ଅନ୍ତତଃ ସେମିଫାଇନାଲରେ ଭଲ ଖେଳିବାର ଆବଶ୍ୟକ ଥିଲା । ଧୋନୀ ସିଧା କେ.ଏଲ ରାହୁଲଙ୍କ ନାମ ନେଇ କହିଛନ୍ତି, ସେ କଣ ଜାଣି ନାହାନ୍ତି କି ସେ ସେମିଫାଇନାଲ ଖେଳୁଛନ୍ତି ? ଅଧିନାୟକ ଭାବେ ରୋହିତ ଶର୍ମା କଣ ଜାଣି ନଥିଲେ ଯେ ଉଭୟଙ୍କୁ ଏକ ଲମ୍ବା ପାର୍ଟନରସିପର ଆବଶ୍ୟକତା ରହିଛି ।

ଓପନରମାନେ ଭଲ ସ୍କୋର କରିବା ଦ୍ଵାରା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପଡିବ ନାହିଁ । କିନ୍ତୁ ଉଭୟ ଦାୟିତ୍ଵହୀନ ଭାବେ ଖେଳି ନିଜ ୱିକେଟ ହରାଇଲେ, ଆଉ ଇଂଲଣ୍ଡ ଭଳି ଶକ୍ତିଶାଳୀ ଟିମ୍ ବିପକ୍ଷରେ ଏକ ଭଲ ସ୍କୋର କରିପାରିଲା ନାହିଁ ଟିମ୍ ଇଣ୍ଡିଆ । ସେହିପରି ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଧୋନୀ କହିଛନ୍ତି, ସେ ଯଦି ସବୁ ମ୍ଯାଚରେ ଭଲ ଖେଳୁଛନ୍ତି ତେବେ ଠିକ ଅଛି । କିନ୍ତୁ ସେମିଫାଇନାଲରେ ଜୋସ ଅପେକ୍ଷା ହୋସ ର ଆବଶ୍ୟକତା ଅଧିକ ଥିଲା ।

ଆଉ ସବୁଠୁ ବଡ କଥା ହେଉଛି, ନିଜକୁ ପ୍ରମାଣ କରିବା ପାଇଁ ଏହା ରିଷଭ ପନ୍ତଙ୍କ ପାଇଁ ଏକ ବଡ ସୁଯୋଗ ଥିଲା । ସେ ଚାହିଁଥିଲେ ଦଳର ସ୍କୋର 180-185 ଯାଏଁ ନେଇ ପାରିଥାନ୍ତେ । ସମସ୍ତେ ଜାଣିଛନ୍ତି ରିଷଭଙ୍କ ପକ୍ଷେ ଦକ୍ଷତା ଅଛି କିନ୍ତୁ ସେ ବି ସେମିତି କଲେନାହିଁ । ଏହାକୁ ଛାଡି ଭାରତର ବୋଲିଂ ଆଟାକ୍ ମଧ୍ୟ ପରାଜୟର ଆଉ ଏକ ବଡ କାରଣ ।

ବିପକ୍ଷ ଦଳକୁ ଅଟକାଇବା ପାଇଁ ପାୱାର ପ୍ଲେ’ରେ ୱିକେଟ ନେବା ବହୁତ ଜରୁରୀ । ହେଲେ ପ୍ରଥମ 10 ଓଭର ଯାଏଁ ଇଂଲଣ୍ଡର ଓପନିଂ ଯୋଡି ଉପରେ ସାମାନ୍ଯ ପ୍ରଭାବ ମଧ୍ୟ ପକାଇ ପାରିଲେ ନାହିଁ ବୋଲର । ଯାହା ସେମିଫାଇନାଲ ମ୍ଯାଚ ପାଇଁ ଦଳର ପ୍ରସ୍ତୁତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯଦିବା ୱିକେଟ ମିଳିଲାନି ଅତିରିକ୍ତ ରନ୍ ନଦେବା ଉଚିତ ଥିଲା । ଅତିରିକ୍ତ ରନ୍ ଦେବା ପରଜାୟ ଆଡକୁ ବାଟ କଢାଇଲା । ଆଉ ଶେଷ କାରଣ ହେଉଛି, ଯଶପ୍ରିତ ବୁମରାହଙ୍କ ଅନୁପସ୍ଥିତି ।

ଖାସ କରି ସେମିଫାଇନାଲ ମ୍ଯାଚରେ ବୁମରାହଙ୍କ ଅନୁପସ୍ଥିତି ଅନୁଭବ ହୋଇଥିଲା । ସେ ଥିଲେ ବୋଲିଂ ୟୁନିଟ ଶୃଙ୍ଖଳିତ ହେବାସହ ହୁଏତ ୱିକେଟ ନେଇଭାରତ ମ୍ଯାଚ ଜିତି ପାରିଥାନ୍ତା । ତେବେ ଧୋନୀଙ୍କ ଏଭଳି ମନ୍ତବ୍ୟରେ ଆପଣ କେତେ ସହମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।