10 ଜଣ ପତ୍ନୀଙ୍କ ସହ ଏକାଠି ରୁହନ୍ତି ଏହି ହ୍ୟାଣ୍ଡସମ ଯୁବକ, ଯାହାଙ୍କ ଉପରେ ଝିଅମାନେ ହୁଅନ୍ତି ଫିଦା, କହିଲେ ନିଜ ସଫଳତାର ରାଜ୍

ଲୋକେ ଜଣେ ପତ୍ନୀଙ୍କୁ ସମ୍ଭାଳି ପାରନ୍ତିନି, ଆଉ ଏହି ଯୁବକ ଜଣକ ୧୦ ଜଣ ପତ୍ନୀଙ୍କ ସହ ରୁହନ୍ତି । ଆଉ ସବୁଠୁ ଖାସ୍ କଥା ହେଲା ଏହି ଯୁବକଙ୍କ ସବୁ ପତ୍ନୀ ତାଙ୍କ ଉପରେ ଖୁସି ରୁହନ୍ତି । ତେବେ ତାଙ୍କ ସଫଳତାର ରାଜ୍ କଣ ତାହା ଏହି ଯୁବକ ନିଜେ ଖୁଲାସା କରିଛନ୍ତି । ‘ଡେଲି ଷ୍ଟାର’ ମୁତାବକ ଏକା ସାଥିରେ ୯ଜଣ ମହିଳାଙ୍କୁ ବିବାହ କରି ଚର୍ଚ୍ଚାରେ ରହିଥିବା ବ୍ରାଜିଲର ଏହି ମଡେଲଙ୍କ ନ୍କାମ ହେଉଛି ଆର୍ଥର ଓ ଉର୍ସୋ (Arthur O Urso) ।

ଆର୍ଥର ପୂର୍ବରୁ ବିବାହିତ ଥିଲେ, କିନ୍ତୁ ‘Free Love’ ଉତ୍ସବ ମନାଇବା ପାଇଁ ଏବଂ ‘ଏକ ବିବାହ’ କୁ ବିରଧ କରିବା ଉଦ୍ଦେଶ୍ୟରେ ସେ ଆହୁରି ୯ଜଣ ମହିଳାଙ୍କୁ ବିବାହ କରିଛନ୍ତି । ତେବେ ବିବାହିତ ଆର୍ଥର ପୂର୍ବରୁ ବହୁତ ମୋଟା ଥିଲେ ଓ ଏହା ଯୋଗୁଁ ବହୁତ ଚିନ୍ତିତ ରହୁଥିଲେ । ତାଙ୍କ ଓଜନ ପ୍ରାୟ ୧୦୦କେଜି ପାର୍ ଚାଲି ଯାଇଥିଲା । ସେ ଏହାଠୁ ମୁକ୍ତି ପାଇବାକୁ ଠାଣି ନେଲେ ଓ ଧୀରେ ଧୀରେ କରି ୨୮କେଜି ଓଜନ କମାଇଲେ । ଓଜନ କମିବା ପରେ ଆର୍ଥର ମଡେଲି॰ ଆରମ୍ଭ କରିଦେଲେ ।

ଆର୍ଥରଙ୍କ କହିବା ମୁତାବକ ଯଦି ସେ ଓଜନ କମାଇ ନଥାନ୍ତେ ତେବେ ୯ଜଣ ମହିଳାଙ୍କୁ ବିବାହ କରିପାରି ନଥାନ୍ତେ । ତେବେ ଓଜନ କମାଇବା ପାଇଁ ଆର୍ଥର ସୋମବାରରୁ ଶନିବାର ଯାଏ ଜିମ୍ ରେ ଝାଳ ବୁହାଇ ପରିଶ୍ରମ କରନ୍ତି ଓ ରବିବାର ଦିନ ବିଶ୍ରାମ ନିଅନ୍ତି । ସେହିଭଳି ଖାଦ୍ୟପେୟ ବିଷୟରେ ଆର୍ଥର କୁହନ୍ତି କି, ଓଜନ କମାଇବା ସମୟ ମଧ୍ୟରେ ସେ ଏପରି କୌଣସି ଖାଦ୍ଯ ଖାଉ ନଥିଲେ ଯେଉଁଥିରେ ଲୁଣ, ଚିନି ଏବଂ ଚର୍ବି ଥିବ । ସେ ସନ୍ତୁଳିତ ଆହାର ନେବା ପାଇଁ କଡା ନିୟମ ବନାଇଥିଲେ ।

ଆର୍ଥର ଯେତେବେଳେ ଘରେ ଆରାମରେ ବସି ଖାଉଥିଲେ ଏବଂ ଘରୁ ବାହାରୁ ନଥିଲେ ସେହି ସମୟରେ ସେ ବହୁତ ଅଧିକ ମୋଟା ହୋଇଗଲେ । ଆଉ ଏହି ସବୁ ମଧ୍ୟରେ ସେ ମାନସିକ ଅବସାଦରେ ମଧ୍ୟ ରହୁଥିଲେ । ତେଣୁ ନୂଆ ଜୀବନଶୈଳୀ ତାଙ୍କୁ ଓଜନ କମାଇବାରେ ସଫଳତା ଆଣିଥିଲା । ଆର୍ଥରଙ୍କ କହିବା ଅନୁସାରେ ୨୮ କିଲୋ ଓଜନ କମାଇବା ପରେ ତାଙ୍କ ଜୀବନ ଖୁବ ସହଜ ହୋଇ ଯାଇଥିଲା ।

ତାଙ୍କ ଆକର୍ଷକ ଲୁକ୍ ରେ ଅନେକ ମହିଳା ଫିଦା ରହୁଥିଲେ । ଆପଣଙ୍କୁ ଜଣାଇ ଦେଉଛୁ ଯେ ଆର୍ଥର ଓ ଉର୍ସୋଙ୍କ ପ୍ରଥମ ପତ୍ନୀଙ୍କ ନାମ ହେଉଛି ଲୁଆନା କାଜାକୀ (Luana Kazaki) । ତେବେ ଏହା ପୂର୍ବରୁ ଆର୍ଥର ଏବଂ ତାଙ୍କ ପତ୍ନୀ ଲୁଆନା ସାରା ଦୁନିଆ ଲୋକଙ୍କୁ ଏହା କହି ଚମକାଇ ଦେଇଥିଲେ କି, ସେ ଏକ ଆଡଲ୍ଟ ସାଇଟରୁ ପ୍ରତ୍ଯେକ ମାସ ୫୦ ଲକ୍ଷ ଟଙ୍କାରୁ ମଧ୍ୟ ଅଧିକ ମୋଟା ରକମର ରୋଜଗାର କରୁଛନ୍ତି ।

ନିଜ ଓପନ ରିଲେସନଶିପକୁ ନେଇ ଆର୍ଥର ଏବଂ ଲୁଆନା ସବୁବେଳେ ଖୁବ ଚର୍ଚ୍ଚାରେ ରୁହନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।