ଆପଣଙ୍କ ନଖରେ ବି ରହିଛି କି ଏମିତି ଚିହ୍ନ ? ଜାଣନ୍ତୁ ନିଜ ଭବିଷ୍ୟତ ବିଷୟରେ କିଛି ଖାସ କଥା (Astro Tips)

ମନୁଷ୍ୟଙ୍କ ହାତ ଏବଂ ପାଦର ଉପରି ଭାଗରେ ଏକ ଶକ୍ତିଶାଳୀ କବଚ ଭଳି ରହିଥାଏ ନଖ । ମନୁଷ୍ୟ ବ୍ଯତୀତ ମାଙ୍କଡ ଏବଂ ଅନ୍ୟ କିଛି ପ୍ରାଣୀ ମାନଙ୍କର ମଧ୍ୟ ନଖ ରହିଛି । ନଖଟି ପ୍ରୋଟିନ ଏବଂ କ୍ୟାରୋଟିନ ଦ୍ଵାରା ପ୍ରସ୍ତୁତ ହୋଇଥାଏ । ପଶୁ ମାନଙ୍କର ସିଙ୍ଘରେ ମଧ୍ୟ ଏହି ପଦାର୍ଥ ରହିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ଯେକ ଚିହ୍ନର ଅଲଗା ଅଲଗା ଅର୍ଥ ଥାଏ । ବ୍ୟକ୍ତିଙ୍କ କପାଳର ରେଖା ଠାରୁ ନେଇ ହାତର ରେଖା ଯାଏ ଏବଂ ଶରୀରରେ ଥିବା କଳାଜାଇ ଏବଂ ନଖ ମଧ୍ୟ ତାଙ୍କର ଚରିତ୍ର ଏବଂ ଜୀବନ ସହ ଜଡିତ ହୋଇଥାଏ ।

ଏହିସବୁ ଚିହ୍ନ ବ୍ୟକ୍ତିଙ୍କ ଭବିଷ୍ୟତ ବିଷୟରେ ସୂଚନା ତଥା ବହୁତ ଜରୁରୀ ତଥ୍ୟ ଦେଇଥାନ୍ତି । ଏହି ସବୁ ଚିହ୍ନ ମାଧ୍ୟମରେ ବ୍ୟକ୍ତିଙ୍କ ଭବିଷ୍ୟତ ଜୀବନରେ କଣ ଘଟଣା ଘଟିବାକୁ ଯାଉଛି ତାହା ସେ ଜାଣିପାରେ । ଆପଣ ଅନେକ ଥର ଦେଖିଥିବେ କି ଆକାଶରେ ଥିବା ଚିହ୍ନ ଭଳି ବ୍ୟକ୍ତିଙ୍କ ନଖରେ ମଧ୍ୟ ଅର୍ଦ୍ଧ ଚନ୍ଦ୍ର ଭଳି ଏକ ଚିହ୍ନ ରହିଥାଏ । ଆଜିକାଲି ବହୁତ ଲୋକଙ୍କୁ ଏହାର ଅର୍ଥ ଜଣା ନାହିଁ । ତେଣୁ ଆଜି ଆମେ ଆପଣଙ୍କୁ ବ୍ୟକ୍ତିଙ୍କ ହାତର ନଖରେ ଥିବା ଅର୍ଦ୍ଧ ଚନ୍ଦ୍ର ଭଳି ଚିହ୍ନ ତାଙ୍କ ଭବିଷ୍ୟତ ବିଷୟରେ କଣ ସଂକେତ ଦେଇଥାଏ ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କ ହାତରେ ଏହିପରି ଅର୍ଦ୍ଧ ଚନ୍ଦ୍ରର ଚିହ୍ନ ରହିଥାଏ ସେମାନଙ୍କ ପାଖରେ ଯେତେ ଧନ ଥାଉ ନା କାହିଁକି ସେମାନଙ୍କ ଜୀବନ ବହୁତ ମୁସ୍କିଲରେ ବିତିଥାଏ । ନଖରେ ଏହିଭଳି ଅର୍ଦ୍ଧ ଚନ୍ଦ୍ର ଥିବା ବ୍ୟକ୍ତିଙ୍କ ହୃଦୟ ଖୁବ ନିର୍ମଳ ହୋଇଥାଏ ଏବଂ ଏମାନେ ସର୍ବଦା ଅନ୍ୟ ମାନଙ୍କର ସାହାଯ୍ୟ କରିଥାନ୍ତି । ନଖରେ ଏହିଭଳି ଅର୍ଦ୍ଧ ଚନ୍ଦ୍ର ଥିବା ବ୍ୟକ୍ତି ସେମାନଙ୍କ ଜୀବନର ଆରମ୍ଭରେ ଟିକେ ସମସ୍ୟାରେ ରହିଥାନ୍ତି ।

କିନ୍ତୁ ଯେତେବେଳେ ସେମାନେ କଠିନ ପରିଶ୍ରମ କରିଥାନ୍ତି ସେମାନଙ୍କ ଜୀବନ ଆରାମରେ ବିତାଇଥାନ୍ତି । ଏବଂ ଶେଷରେ ଏମାନେ ନିଶ୍ଚୟ ସଫଳତା ପାଇଥାନ୍ତି । ଏମାନେ ଧୀରେ ଧୀରେ ସଫଳତା ଆଡକୁ ଗତି କରିଥାନ୍ତି । ବହୁତ କାର୍ଯ୍ୟ ସେମାନଙ୍କ ପାଇଁ ବହୁତ ସହଜ ଏବଂ ସରଳ ହୋଇଯାଏ । ଏମାନେ ଜୀବନରେ ପ୍ରଚୁର ଧନର ଅଧିକାରୀ ହୋଇଥାନ୍ତି । କଠିନ ପରିଶ୍ରମ ଓ ନିଷ୍ଠା ସହ ଯେକୌଣସି କାର୍ଯ୍ୟରେ ଏମାନେ ହାତ ଦିଅନ୍ତି ସେଥିରେ ନିଶ୍ଚୟ ସଫଳ ହୁଅନ୍ତି ।

ଏମାନଙ୍କୁ ବହୁତ ସୁନ୍ଦର ଜୀବନସାଥୀ ମିଳିଥାନ୍ତି । ନଖରେ ଏହିଭଳି ଚିହ୍ନ ଥିବା ଲୋକେ ସାମାନ୍ଯ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି । ଏହିପରି ବ୍ୟକ୍ତିଙ୍କ ଦାମ୍ପତ୍ୟ ଜୀବନ ଖୁବ ସୁଖରେ କଟିଥାଏ । ସଫଳତା ଯୋଗୁଁ ଘର ପରିବାର ଏବଂ ସମାଜରେ ଏମାନଙ୍କ ମାନ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଏ । ଏମାନଙ୍କ ପରିବାର ଲୋକ ସବୁବେଳେ ଏମାନଙ୍କ ଉପରେ ପ୍ରସନ୍ନ ରୁହନ୍ତି । ତେବେ ଆପଣଙ୍କ ହାତରେ ଅର୍ଦ୍ଧ ଚନ୍ଦ୍ର ଚିହ୍ନ ଅଛି କି ନାହିଁ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।