Vastu Tips- ଧନକୁ ଚୁମ୍ବକ ଭଳି ଟାଣିଥାଏ ଏହି ଫୁଲ, କେବଳ କରି ଦିଅନ୍ତୁ ଏହି ଗୋଟିଏ ଉପାୟ ଦେଖିବେ ଜୀବନରେ କେବେ ଧନର ଅଭାବ ହେବନାହିଁ

ଭଗବାନ ଶିବଙ୍କର ଅତିପ୍ରିୟ ଫୁଲ ହେଉଛି ନୀଳ ରଙ୍ଗର ଫୁଲ ଅପରାଜିତା । ସେଥିପାଇଁ ଏହାକୁ ନୀଳକଣ୍ଠ ବୋଲି ମଧ୍ୟ କୁହାଯାଏ । ଭାରତରେ କାଶ୍ମୀରରୁ ନେଇ କନ୍ୟା କୁମାରୀ ପର୍ଯ୍ୟନ୍ତ ସବୁଠି ଏହି ଫୁଲ ଦେଖିବାକୁ ମିଳେ । ଫୁଲଟି ସଂପୂର୍ଣ୍ଣ ଭାବେ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଟେ । କିନ୍ତୁ ଏହାସହ ଜ୍ଯୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ମଧ୍ୟ ଅପରାଜିତା ଫୁଲର ଅନେକ ମହତ୍ଵ ରହିଛି । ପୁରାଣ ଶାସ୍ତ୍ର ଅନୁସାରେ ଏହି ଫୁଲକୁ ବ୍ୟବହାର କରି କିପରି ଧନୀ ହୋଇପାରିବେ ଆସନ୍ତୁ ଜାଣିବା ।

ଅପରାଜିତା ଫୁଲ ଭଗବାନ ଶିବଙ୍କ ବ୍ଯତୀତ ମାତା ପାର୍ବତୀ, ଗଣେଶ, କାର୍ତ୍ତିକ, ହନୁମାନ, ଶନିଦେବଙ୍କ ସହ ଲକ୍ଷ୍ମୀ ନାରାୟଣଙ୍କର ମଧ୍ୟ ଅତିପ୍ରିୟ ଅଟେ । ତେଣୁ ଘରେ ରୋଜଗାରରେ ବୃଦ୍ଧି ପାଇବା ପାଇଁ ଆପଣ ଅପରାଜିତା ଫୁଲକୁ ବ୍ୟବହାର କରି ଏହି ସବୁ ନିୟମ କରିପାରିବେ । ଶନିବାର ଦିନ ଅପରାଜିତା ଫୁଲର ଏକ ମାଳ ପ୍ରସ୍ତୁତ କରି ତାହା ଭଗବାନ ହନୁମାନଙ୍କୁ ଅର୍ପଣ କରନ୍ତୁ ଓ ଏହାପରେ ସେହି ମାଳକୁ ଆଣି ଶନିବାର ଦିନ ରାତିରେ ଘରର ମୁଖ୍ୟଦ୍ଵାରରେ ଟାଙ୍ଗି ଦିଅନ୍ତୁ ।

ଏହିପରି କରିବା ଦ୍ଵାରା ଘରର ନଜର ଦୋଷ ଦୂର ହେବା ସହ ଘରୁ ସମସ୍ତ ତନ୍ତ୍ର ମନ୍ତ୍ର ଏବଂ ନକରାତ୍ମକ ଊର୍ଜାର ନାଶ ହୋଇଥାଏ । ଏହାସହ ଆପଣଙ୍କ ଘରେ ଆଉ ନକରାତ୍ମକ ଊର୍ଜା ପ୍ରବେଶ କରିପାରେ ନାହିଁ । ଏପରି କରିବା ଦ୍ଵାରା ଘରେ ସକାରାତ୍ମକତା ବୃଦ୍ଧି ପାଇବା ସହ ଘରେ ଧନ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଏ ।

କରଜରୁ ମୁକ୍ତି ପାଇବା ପାଇଁ ଏବଂ ଧନ ବୃଦ୍ଧି ପାଇଁ ସୋମବାର କିମ୍ବା ଶନିବାର ଦିନ ରାତିରେ ୫ଟି ଅପରାଜିତା ଫୁଲ ନେଇ ପ୍ରବାହିତ ହେଉଥିବା ଜଳସ୍ରୋତରେ ଭସାଇ ଦିଅନ୍ତୁ । ଧ୍ୟାନ ରଖନ୍ତୁ ଏହି ନିୟମ କରିବା ବେଳେ ଯେପରି କାହାକୁ ଜଣାଇବେ ନାହିଁ, କେହି ଆପଣଙ୍କୁ ଦେଖିବେ ନାହିଁ କିମ୍ବା କାହା ସହ କଥା ମଧ୍ୟ ହେବେ ନାହିଁ । ନିୟମିତ ଭାବେ ୫ ସପ୍ତାହ ପର୍ଯ୍ୟନ୍ତ ଏହି ନିୟମ କରନ୍ତୁ ଦେଖିବେ ଏହାର ଲାଭ ନିଶ୍ଚିତ ପାଇବେ ।

ମନ ପସନ୍ଦର ଚାକିରି ପାଇବାକୁ ଚାହୁଁଥିଲେ ପ୍ରତିଦିନ ମା ଦୂର୍ଗା କିମ୍ବା ମା ଲକ୍ଷ୍ମୀଙ୍କୁ ୧୧ଟି ଲେଖାଏଁ ଅପରାଜିତା ଫୁଲ ଅର୍ପଣ କରନ୍ତୁ । ଆପଣଙ୍କ ମନୋସ୍କାମନା ପୂରଣ ନହେବା ପର୍ଯ୍ୟନ୍ତ ନିୟମିତ ଭାବେ ଏପରି କରନ୍ତୁ, ଦେଖିବେ ନିଶ୍ଚୟ ଫଳପ୍ରଦ ହେବେ । ଯଦି ପ୍ରତିଦିନ ଏପରି କରିବା ସମ୍ଭବ ହେଉନାହିଁ ତେବେ ନବରାତ୍ରିରେ ନଅ ଦିନ ପର୍ଯ୍ୟନ୍ତ ଏପରି କରନ୍ତୁ । ନଚେତ ପ୍ରତି ମଙ୍ଗଳବାର ଦିନ ୨୧ଟି ମଙ୍ଗଳବାର ଯାଏଁ ଏହି ବିଧି କରିପାରିବେ ।

ପ୍ରତି ସୋମବାର ଦିନ ଧଳା ବସ୍ତ୍ର ପରିଧାନ କରି ଅପରାଜିତା ଫୁଲ ଶିବଲିଙ୍ଗରେ ଚଢାଇବା ଦ୍ଵାରା ଆପଣଙ୍କ ଉନ୍ନତିର ବାଟ ଖୋଲି ଯାଇଥାଏ । ବ୍ୟବସାୟରେ ଉନ୍ନତି ହେବା ସହ ଭଲ ଚାକିରି ମଧ୍ୟ ପ୍ରାପ୍ତ ହୋଇଥାଏ ଓ ଧନ ସମ୍ବନ୍ଧିତ ସମସ୍ତ ସମସ୍ଯା ଦୂର ହୋଇଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।