ପତ୍ନୀଙ୍କ ପ୍ରେମରେ ତିଆରି କରି ଦେଲେ ଆଉ ଏକ ତାଜମହଲ, Photo ଦେଖିଲେ ଆଖି ଲାଖି ରହିଯିବ

ପିଲାଠୁ ବୁଢା ସମସ୍ତେ ଜାଣିଛନ୍ତି ପ୍ରେମର ପ୍ରତୀକ ତାଜମହଲର କାହାଣୀ । ଉତ୍ତରପ୍ରଦେଶର ଆଗ୍ରାକୁ ବିଶ୍ଵ ଦରବାରରେ ପରିଚିତ କରାଇଛି ଏହି ମୋଗଲ କାଳର କୀର୍ତ୍ତିରାଜି । ପତ୍ନୀ ମୁମତାଜଙ୍କ ପ୍ରେମରେ ମୋଗଲ ବାଦଶାହ ଶାହାଜାହାନ ନିର୍ମାଣ କରିଥିଲେ ଏହି ଅଦ୍ଵିତୀୟ କୀର୍ତ୍ତି । ଯାହା ବିଶ୍ଵ ସପ୍ତାଶ୍ଚର୍ଜ୍ୟ ତାଲିକାରେ ସ୍ଥାନ ପାଇଛି । ଆଜି ଆମେ ଆପଣଙ୍କୁ ତାଜମହଲ ପରି ଆଉ ଏକ ତାଜମହଲ ବିଷୟରେ କହିବାକୁ ଯାଉଛୁ । ଇଏ ବି ଏକ ତାଜମହଲ ।

ମଧ୍ୟପ୍ରଦେଶର ବୁରହାନପୁରରେ ରହିଛି ଏହି ଅବିକଳ ତାଜମହଲ । ଠିକ ଶାହାଜାହାନଙ୍କ ଭେଟି ଭଳି । ଜଣେ ସ୍ଵାମୀ ନିଜ ପତ୍ନୀଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରିଛନ୍ତି ତାଜମହଲ ସଦୃଶ୍ୟ ଆକର୍ଷଣୀୟ ମହଲା । ବୁରହାନପୁର ବାସିନ୍ଦା ଅନନ୍ତ ଚେକସେ ନିଜ ପତ୍ନୀଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରିଛନ୍ତି ଏହି ମହଲ । ମହଲ ଭିତରେ ବିରାଟ ହଲ୍ ସନଗକୁ ରହିଛି ଚାରୋଟି ବେଡରୁମ୍, ଗୋଟିଏ ଲାଇବ୍ରେରୀ ଓ ଗୋଟିଏ ପ୍ରାର୍ଥନା ଘର ।

କେବଳ ଏତିକି ନୁହେଁ, ଘର ଭିତର ଓ ବାହାରର ଆଲୋକ ବ୍ୟବସ୍ଥା ଏମିତି କରାଯାଇଛି ଯେ ତାହା ଅନ୍ଧାରରେ ପ୍ରକୃତ ତାଜମହଲ ପରି ଝଟକୁଛି । ମହଲା ନିର୍ମାଣ ପାଇଁ ଲାଗିଛି ପ୍ରାୟ ତିନି ବର୍ଷ । ଏହି ମହଲ ନିର୍ମାଣ କରିଥିବା ଇଞ୍ଜିନିୟର କୁହନ୍ତି ଯେ ଏଥିପାଇଁ ତାଙ୍କୁ ଅନେକ ଚ୍ୟାଲେଞ୍ଜର ସମୁଖୀନ ହେବାକୁ ପଡିଥିଲା । ଏଥିପାଇଁ ଅସଲ ତାଜମହଲକୁ ସେ ତନତନ କରି ଅଧ୍ୟୟନ କରିଥିଲେ ଓ ଘରର ଆଭ୍ଯନ୍ତରୀଣ ନିର୍ମାଣ ପାଇଁ ସେ ପଶ୍ଚିମବଙ୍ଗ ଏବଂ ଇନ୍ଦୋରର ଚିତ୍ରକର ମାନଙ୍କ ସହ ସହଯୋଗ ଲୋଡିଥିଲେ ।

ଚକସେ ଆଶା ରଖିଛନ୍ତି ଯେ ତାଙ୍କ ଦ୍ଵାରା ନିର୍ମିତ ଅବିକଳ ତାଜମହଲକୁ ଦେଖିବାକୁ ପର୍ଯ୍ୟଟକ ନିଶ୍ଚୟ ଆସିବେ । ଚକସେ କହିଛନ୍ତି ଯେ ମୋଗଲ ବାଦଶାହ ଶାହାଜାହାନଙ୍କ ବେଗମ ମୁମତାଜ ବୁରହାନପୁରରେ ମୃତ୍ୟୁବରଣ କରିଥିଲେ ତେଣୁ ସେଠାରେ ତାଜମହଲ ନିର୍ମାଣ କରାଯିବା ଉଚିତ ଥିଲା । ପ୍ରଥମେ ତାପ୍ତି ନଦୀ କୂଳରେ ତାଜମହଲ ନିର୍ମାଣ କରାଯିବାର ଥିଲା, କିନ୍ତୁ ପରେ ତାହା ଆଗ୍ରାରେ ନିର୍ମାଣ କରାଗଲା ।

ଆଉ ଏବେ ଏହି ବ୍ୟକ୍ତିଜନକ ବୁରହାନପୁରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିଜ ପତ୍ନୀଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରିଛନ୍ତି ଏହି ଅବିକଳ ତାଜମହଲ । ଏହି ତାଜମହଲ ଦେଖି ଆପଣଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।