ବିଦ୍ୟୁତ ବିଲ କୁ ନେଇ ଚିନ୍ତିତ ରହୁଛନ୍ତି କି ? ଆପଣାନ୍ତୁ ଏହି ସବୁ Tips, କମିଯିବ ଇଲେକ୍ଟ୍ରି ବିଲ, ଦେଖନ୍ତୁ ଏନେଇ କଣ କହୁଛନ୍ତି ଟେକ୍ନିକାଲ ଏକ୍ସପର୍ଟ Prafulla Kishore Mohanty

ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ ଟିଭି, ଫ୍ରିଜ, ୱାସିଙ୍ଗ ମେସିନ ଓ ଗ୍ରାଇଣ୍ଡର ଆଦି ବ୍ୟବହାର କରାଯାଉଛି । କିନ୍ତୁ ଏହି ସବୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିଦ୍ୟୁତରେ ଚାଲୁଥିବାରୁ ଏହି ସବୁର ବ୍ୟବହାର ହେତୁ ବିଦ୍ୟୁତ ବିଲ୍ ମଧ୍ୟ ବଢିଥାଏ । ତେବେ ଏହି ସବୁ ବିଦ୍ୟୁତ ଉପକରଣ ଆମେ ବ୍ୟବହାର କରୁଥିଲେ ମଧ୍ୟ ଏହି ସବୁର ବ୍ୟବହାର ଓ ରକ୍ଷଣାବେକ୍ଷଣା ବିଷୟରେ ଆମେ ଖୁବ୍ ଜାଣିଛୁ । ସଂପୂର୍ଣ୍ଣ ଭାବେ ଏହି ସବୁ ବିଷୟରେ ଜ୍ଞାନ ନଥିବା ଯୋଗୁଁ ଏହି ସବୁ ଜିନିଷ ଶୀଘ୍ର ଖରାପ ହୋଇଯାଏ ପୁଣି ଅଧିକ ବିଦ୍ୟତୁ ଖର୍ଚ୍ଚ ମଧ୍ୟ କରାଏ ।

ଆଧୁନିକ ଯୁଗରେ ଜନସଂଖ୍ୟା ବୃଦ୍ଧି ପାଇଁ ବିଦ୍ୟୁତ ସମସ୍ଯା ଯେଉଁ ଭଳି ଭାବେ ବୃଦ୍ଧି ପାଉଛି ତାହା ଆପଣ ଜାଣିଥିବେ । ତେବେ ଅଧିକ ବିଉଳି ଖର୍ଚ୍ଚରୁ ବଞ୍ଚିବା ପାଇଁ ଏହି ସବୁ ବିଦ୍ୟୁତ ଉପକରଣର କିପରି ଉଚିତ ବ୍ୟବହାର କରିବେ ସେ ସମ୍ପର୍କରେ ଟେକ୍ନିକାଲ ଏକ୍ସପର୍ଟ ପ୍ରଫୁଲ୍ଲ କିଶୋର ମହାନ୍ତିଙ୍କ ତଥ୍ୟ ଆପଣଙ୍କର ନିଶ୍ଚୟ କାମରେ ଲାଗିବ । ଏସି ବ୍ୟବହାର କରୁଥିବା ଲୋକମାନେ ସାଧାରଣତଃ ୱାଟର ଲିକେଜ ସମସ୍ଯାର ସାମନା କରନ୍ତି ।

ଏଥିପାଇଁ ନିୟମିତ ଭାବେ ଫିଲ୍ଟର ଦୁଇଟି ଖୋଲି ତାକୁ ଯଦି ପରିଷ୍କାର କରାଯାଏ ତେବେ ଡ୍ରେନ ମଧ୍ୟକୁ ଆଉ ମଇଳା ଯିବ ନାହିଁ । ବାରମ୍ବାର ପାଣି ଯିବା ଦ୍ଵାରା ଡ୍ରେନକୁ ମଇଳା ଯାଏ ଓ ଶିଉଳି ମଧ୍ୟ ଜମେ । ଯାହାଫଳରେ ତା ମଧ୍ୟରେ ଜମାଟ ବାନ୍ଧି ରୁହେ । ଏସି କେତେ ପରିମାଣରେ ବିଦ୍ୟୁତ ଟାଣୁଛି ଏହା ଆପଣଙ୍କ ରୁମ୍ ଉପରେ ନିର୍ଭର କରେ । ଯଦି ଆପଣଙ୍କ ରୁମ୍ ଏୟାର ଟାଇଟ ନରହୁଛି ତେବେ ଆପଣଙ୍କ ପାୱାର କଞ୍ଜପ୍ସନ ବଢିପାରେ । ଏହାସହ କାଚର ଡୋର ରଖିଥିଲେ ମଧ୍ୟ ପାୱାର କଞ୍ଜପ୍ସନ ହାଇ ହୋଇଥାଏ ।

ଯଦି ବାହାରର ତାପମାତ୍ରା ୪୦॰ ରହିଛି ଏବଂ ରୁମ୍ ର ତାପମାତ୍ରା ୩୮॰ ଅଛି ତେବେ ଆପଣ ଏସି ତାପମାତ୍ରା ସେହି ଅନୁସାରେ ୨୬॰ ହିଁ ରଖନ୍ତୁ । ଯାହାଫଳରେ ଆପଣଙ୍କ ବିଦ୍ୟୁତ କଞ୍ଜପ୍ସନ କମ୍ ଆସିବ । ସେହିପରି ଆପଣ ଯଦି ସଂପୂର୍ଣ୍ଣ ଭାବେ ଅଟୋମାଟିକ ୱାସିଙ୍ଗ ମେସିନ ବ୍ୟବହାର କରୁଛନ୍ତି ତେବେ ସେମି ଅଟୋମାଟିକ ୱାସିଙ୍ଗ ମେସିନ ଅପେକ୍ଷା ଆପଣଙ୍କ ବିଦ୍ୟୁତ କଞ୍ଜପ୍ସନ ଅଧିକ ରହିବ । କାରଣ ଦୁଇ ପ୍ରକାରର ୱାସିଙ୍ଗ ମେସିନରେ ଲାଗିଥିବା ମଟର ବା ଇଞ୍ଜିନ ଉପରେ ଏହା ନିର୍ଭର କରେ ।

ସେହିଭଳି ରେଫ୍ରିଜରେଟର ବ୍ୟବହାର କରୁଥିଲେ ଏହାର ଡୋରକୁ ବାରମ୍ବାର ଖୋଲନ୍ତୁ ନାହିଁ କି ଅଧିକ ସମୟ ପର୍ଯ୍ୟନ୍ତ ଖୋଲା ରଖନ୍ତୁ ନାହିଁ । ଏହା ଦ୍ବାରା ମଧ୍ୟ ଆପଣଙ୍କ ପାୱାର କଞ୍ଜପ୍ସନ ବଢିବ । ଏହାସହ ଏହାର ଫ୍ରିଜକୁ ମଧ୍ୟ ବାରମ୍ବାର ଅନ ଏବଂ ଅଫ କରନ୍ତୁ ନାହିଁ । ଏହି ସବୁ ନିୟମ ମାନିଲେ ଆପଣ ନିଜ ବିଦ୍ୟୁତ ଖର୍ଚ୍ଚ ବଞ୍ଚାଇ ପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।