ମୁମ୍ବାଇରେ ଚମକିଲେ ଓଡିଆ ଝିଅ, ଓଡିଶା ପାଇଁ ଗର୍ବ ଆଣିଲେ ଢେଙ୍କାନାଳ ଝିଅ Swapna Priyadarshini, ନିଜ ସଫଳତା କୁ ନେଇ କଣ କହିଲେ ସ୍ଵପ୍ନା, ଦେଖନ୍ତୁ video

ପ୍ରଥମ ଓଡିଆ ଝିଅ ଭାବେ ସୁପର ମଡେଲ ପ୍ରତିଯୋଗୀତାରେ ଭାଗ ନେଇ ରାଜ୍ୟ ତଥା ନିଜ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ସ୍ଵପ୍ନା । ଢେଙ୍କାନାଳର କୁଞ୍ଜକାନ୍ତରେ ସ୍ଵପ୍ନାଙ୍କ ଘର । ପିଲାଟି ବେଳୁ ଆକ୍ଟି॰ ଓ ମଡେଲି॰ ପ୍ରତି ରହିଥିବା ଆହେତୁକ ଦୁର୍ବଳତା ସ୍ଵପ୍ନାଙ୍କୁ ମାୟାନଗରୀ ମୁମ୍ବାଇରେ ପହଞ୍ଚାଇ ଦେଇଛି । ଏମଟିଭି ର ରିୟାଲିଟି ଶୋ ସୁପର ମଡେଲ ଅଫ ଦି ଇୟର ସିଜିନ-୨ ରେ ସେ ଦ୍ଵିତୀୟ ରନର୍ସ ଅଫ ସ୍ଥାନ ହାସଲ କରିଛନ୍ତି । ଏହି ରିୟାଲିଟି ଶୋରେ ଦେଶର ବିଭିନ୍ନ ସ୍ଥାନରୁ ୧୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।

ଓଡିଶାର ପ୍ରସିଦ୍ଧ ରଙ୍ଗବତୀ ଗୀତରେ ସେ ମଞ୍ଚ ଦୁଲୁକାଇ ଦେଇଥିଲେ । ଏହି ଶୋରେ ଜଜ୍ ଭୂମିକାରେ ରହିଥିବା ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଓ ମିଲିନ୍ଦ ସୋମନ ମଧ୍ୟ ସ୍ଵପ୍ନାଙ୍କ ସହ ନାଚିଥିଲେ । ଗତ ଜୁଲାଇରେ ଏହି ପ୍ରତିଯୋଗୀତା ପାଇଁ ସ୍ଵପ୍ନା ଅଡିସନ ଦେଇଥିଲେ । ମାତ୍ର ୧୯ ବର୍ଷ ବୟସରେ ସ୍ଵପ୍ନା ପ୍ରଥମ ଓଡିଆ ଝିଅ ଭାବେ ଏହି ଶୋରେ ସଫଳତା ହାସଲ କରିଛନ୍ତି ।

ଆଉ ଏଥିପାଇଁ ସେ ଅତ୍ୟନ୍ତ ଗର୍ବିତ ବୋଲି କହିଛନ୍ତି । ବାପା ବିଶ୍ଵଜିତ ଓ ମା ମଧୁମିତା ରାଉତରାୟଙ୍କ ଏକମାତ୍ର ଅଲିଅଳି ଝିଅ ହେଉଛନ୍ତି ସ୍ଵପ୍ନା । ପିଲାଟି ବେଳୁ ମଡେଲି॰ ପ ଆକ୍ଟି॰ରେ ରୁଚି ଥିବାରୁ ସେ ୨୦୧୫ରେ ପ୍ରଥମେ ମଡେଲି॰ ଦୁନିଆରେ ପାଦ ଦେଇଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ୨୦୧୮ରେ ମିଆଁମାରର ୟାଙ୍ଗୁନ ଠାରେ ଅନୁଷ୍ଠିତ ମିସ୍ ଟୁରିଜିମ ଓ କଲଚର ୟୁନିଭର୍ସରେ ତୃତୀୟ ରନର୍ସ ଅଫରେ ସ୍ଥାନ ପାଇଥିଲେ ସ୍ଵପ୍ନା ।

କେବଳ ସେତିକି ନୁହେଁ ସେ ମିସ୍ ଛତିଶଗଡ ଉପାଧି ମଧ୍ୟ ହାସଲ କରିଛନ୍ତି । ଦୁଇ ବର୍ଷ ତଳେ ସେ ଏକ ଓଲିଉଡ ଚଳଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ଅନ୍ୟ ଏକ ଓଡିଆ ଚଳଚିତ୍ର ସୁଟି॰ ସାରିଥିବା ବେଳେ ରିଲିଜ ଅପେକ୍ଷାରେ ରହିଛି । ମାତ୍ର ୧୯ ବର୍ଷ ବୟସରେ ଝିଅର ଏହି ସଫଳତା ପାଇଁ ଖୁସି ଥିବା କହିଛନ୍ତି ତାଙ୍କ ବାପା ମା ।

ଆଗକୁ ସୁଯୋଗ ମିଳିଲେ ବଲିଉଡରେ ମଧ୍ୟ କାମ କରିବା ସହ ଜଣେ ଆନ୍ତର୍ଜାତୀୟ ସ୍ତରର ମଡେଲ ହେବା ପାଇଁ ଆଶା ରଖିଛନ୍ତି ସ୍ଵପ୍ନା । ସ୍ଵପ୍ନାଙ୍କ ପରିଶ୍ରମ ଓ ତାଙ୍କ ପିତାମାତାଙ୍କ ସହଯୋଗ ଆଜି ତାଙ୍କୁ ଏହି ସବୁ ସଫଳତା ହାସଲ କରିବାରେ ସାହାଯ୍ୟ କରିଛି ।

ସେ ପିଲାବେଳୁ ଏହି ସବୁ ମଡେଲି॰ ଶୋର ବହୁତ ବଡ ଫ୍ୟାନ ଥିବା ବେଳେ ଆଜି ସେହି ଶୋରେ ଭାଗ ନେଇ ସଫଳତା ହାସଲ କରି ପାରିଥିବାରୁ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ତେବେ ସେ ଆଗକୁ ଆହୁରି ସଫଳତା ହାସଲ କରିବା ସହ ଆମ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆମର ଆଶା ଏବଂ ବିଶ୍ବାସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।