ମକର ରାଶି (Capricorn) ମଇ 2022 ମାସିକ ରାଶିଫଳ, ଦେଖନ୍ତୁ ଆପଣଙ୍କ ପାଇଁ କେଉଁ ଖୁସି ଖବର ନେଇ ଆସିଛି ଏହି ମାସ ଓ ଅଶୁଭ ଖଣ୍ଡନ ପାଇଁ କଣ କରିବେ ପ୍ରତିକାର

ଗ୍ରହଙ୍କ ସ୍ଥିତି ଓ ଚଳନ ଆମ ଜୀବନରେ ବହୁତ ପ୍ରକାରର ପ୍ରଭାବ ପକାଇଥାଏ । ଗ୍ରହଙ୍କ ଅବସ୍ଥିତିକୁ ଆଧାର କରି ବ୍ୟକ୍ତିଙ୍କ ଜୀବନ ବିଷୟରେ ଅନେକ କିଛି ଜାଣି ହୋଇଥାଏ । ଆଜି ଆମେ ଆପଣଙ୍କ ପାଇଁ ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆସନ୍ତା ମଇ ମାସର ମାସିକ ରାଶିଫଳ ନେଇ ଆସିଛୁ, ଯାହା ଗ୍ରହଙ୍କ ଚଳନକୁ ଆଧାର କରି ପ୍ରସ୍ତୁତ କରାଯାଇଛି । ତେବେ ଚାଲନ୍ତୁ ଜାଣିବା ମକର ରାଶି ପାଇଁ ମଇ ମାସଟି କିପରି ବିତିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ।

ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି କଳା, ନୀଳ ଏବଂ ଆକାଶିଆ । ଶୁଭ କାର୍ଯ୍ୟ ପାଇଁ ଏହି ରଙ୍ଗର ପ୍ରୟୋଗ କଲେ ବିଶେଷ ଲାଭ ପ୍ରାପ୍ତି ହୁଏ । ରାଶିର ଶୁଭବାର ହେଉଛି ଶନିବାର । ଶୁଭଦେବତା ହେଉଛନ୍ତି ଭଗବାନ ଶିବ ଓ ଶନିଦେବ ଏବଂ ଶୁଭଦେବୀ ହେଉଛନ୍ତି ମା କାଳୀ । ଶୁଭ ସଂଖ୍ୟା ୮ ଏବଂ ପ୍ରତ୍ଯେକ ମାସର ୮, ୧୭ ଓ ୨୬ ତାରିଖ ହେଉଛି ଅତ୍ୟନ୍ତ ଶୁଭଦାୟକ । ଏହି ତାରିଖରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କଲେ ନିଶ୍ଚିତ ଭାବେ ସଫଳ ହେବେ ।

ମକର ରାଶି ପାଇଁ ମଇ ୨୦୨୨ ବହୁତ ଉତ୍ତମ ଏବଂ ଅନୁକୂଳ ରହିଛି । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି ଓ ବିଦ୍ୟାର୍ଥୀଙ୍କୁ ଉତ୍ତମ ଫଳ ପ୍ରାପ୍ତ ହେବ । ଶିକ୍ଷାକ୍ଷେତ୍ରରେ ଥିବା ଅବରୋଧ ଦୂର ହେବ । କ୍ଯାରିୟର ଦୃଷ୍ଟିରୁ ମାସଟି ଆପଣଙ୍କ ପାଇଁ ବେଶ ଉତ୍ତମ ଅନୁକୂଳ ରହିଛି । ମାସର ପୂର୍ବାଧ୍ୟାୟରେ ଆପଣଙ୍କୁ ବେଶ ଲାଭ ପ୍ରାପ୍ତି ହେବ । ଚାକିରି ସମ୍ବନ୍ଧରେ ଆପଣ ବିଦେଶ ଯାତ୍ରା କରିପାରନ୍ତି । ବେରୋଜଗାର ଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ମାସଟି ବେଶ ଭଲ ରହିଛି ।

ରୋଜଗାରର ଅବସର ମିଳିବା ସହ ଆପଣଙ୍କ ବାଣୀରେ ଆକର୍ଷିତ ହୋଇ ଲୋକେ ଆପଣଙ୍କ ପ୍ରତି ପ୍ରଭାବିତ ହେବେ । ମାସର ଉତ୍ତାରାର୍ଦ୍ଧରେ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ସମୟ ବେଶ ଅନୁକୂଳ ରହିଛି । ଏହି ସମୟରେ ବ୍ୟବସାୟ ବିସ୍ତାର କରିବାରେ ଆପଣ ସଫଳ ହେବେ । ଆର୍ଥିକ ସ୍ଥିତି ଦୃଷ୍ଟିରୁ ମାସଟି ବେଶ ଭଲ ରହିବ । ଫସି ରହିଥିବା ଧନ ଆପଣ ଫେରି ପାଇବେ ଓ ଭାଗ୍ଯର ପୂର୍ଣ୍ଣ ସହଯୋଗ ମଧ୍ୟ ପ୍ରାପ୍ତ ହେବ ।

ନୂତନ ବ୍ୟବସାୟରେ ଉନ୍ନତି ହେବ ଯାହାଫଳରେ ପ୍ରଚୁର ଆର୍ଥିକ ଲାଭ ପାଇବେ । ଆୟରେ ବୃଦ୍ଧି ହେବା ଦ୍ଵାରା ଆପଣ ଧନ ସଞ୍ଚୟ କରିବାରେ ସଫଳ ହେବେ । କିନ୍ତୁ କୌଣସି ପ୍ରକାରର ଅର୍ଥ ନେଣଦେଣ କରିବାରୁ ଆପଣ ଦୂରେଇ ରୁହନ୍ତୁ । ପ୍ରେମ ଜୀବନ ମଧ୍ୟ ମଜବୁତ ହେବ କିନ୍ତୁ ସାଥିଙ୍କ ସହ କଥା ହେବା ବେଳେ ସଂଯମତା ରକ୍ଷା କରନ୍ତୁ ।

ଦାମ୍ପତ୍ୟ ଜୀବନ ମଧ୍ୟ ବେଶ ଭଲ ରହିବ ଓ ପୂର୍ବରୁ ଥିବା ବାଦବିବାଦ ଦୂର ହେବ । ପାରିବାରିକ ଜୀବନ ଦୃଷ୍ଟିରୁ ମାସଟି ସାମାନ୍ଯ ରହିବ, ଯାହାଫଳରେ କଳହ ଦେଖା ଦେଇପାରେ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ଦିନ ହନୁମାନ ଚାଳିଶା ପାଠ କରନ୍ତୁ ଓ ପ୍ରତି ଶନିବାର ଭଗବାନ ଶିବଙ୍କ ମନ୍ଦିର ଯାଆନ୍ତୁ ।

ଏହାସହ କୌଣସି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ବା ଖାଇବାକୁ ଦିଅନ୍ତୁ । ଦେଖିବେ ସବୁ ସଙ୍କଟ ଦୂର ହୋଇଯିବ ଓ ଶନିଦେବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।