ଭାରତର ସବୁଠୁ ଶକ୍ତିଶାଳୀ ମହିଳା ! ଯାହାଙ୍କ Body Building ଆଗରେ ପୁରୁଷ ମାନେ ବି ଫେଲ ମାରନ୍ତି, ଦେଖନ୍ତୁ ଏହି Video

ବଡି ବିଲଡିଙ୍ଗ ପୁରୁଷମାନଙ୍କ ଏକ ଖେଳ ବୋଲି ମାନାଯାଏ । କିନ୍ତୁ ଆଜିର ଦୁନିଆରେ ବଡି ବିଲଡିଙ୍ଗ କେବଳ ପୁରୁଷଙ୍କ ମଧ୍ୟରେ ସୀମିତ ନାହିଁ ବରଂ ମହିଳାମାନେ ମଧ୍ୟ ବଡି ବିଲଡିଙ୍ଗ କରୁଛନ୍ତି । ଭାରତୀୟ ମହିଳାମାନେ ମଧ୍ୟ ଏଥିରେ ପଛରେ ନାହାନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଭାରତୀୟ ବଡି ବିଲଡର ମାନଙ୍କ ବିଷୟରେ କହିବୁ ଯେଉଁମାନେ ବଡି ବିଲଡିଙ୍ଗ କରି କେବଳ ଭାରତରେ ନୁହେଁ ବରଂ ସାରା ଦୁନିଆରେ ନିଜ ନାଁ କମାଇ ପାରିଛନ୍ତି ।

୧- ୟୁରୋପା ଭୌମିକ

କଲିକତାରେ ରହୁଥିବା ୟୁରୋପା ମାତ୍ର ୧୬ ବର୍ଷ ବୟସରେ ହିଁ ବହୁତ ଭଲ ବଡି ବନାଇଥିଲେ । ସେ ୨୦୧୬ରେ ବିଶ୍ଵ ପ୍ରତିଯୋଗିତାରେ ବ୍ରୋଞ୍ଜ ମେଡାଲ ଜିତିଥିଲେ ଓ ୨୦୧୭ରେ ଏସିଆନ ବଡି ବିଲଡିଙ୍ଗ ଓ ଫିଜିକ୍ସ ସ୍ପୋର୍ଟ୍ସ ଚମ୍ପିୟାନସିପରେ ସିଲଭର ମେଡାଲ ମଧ୍ୟ ଜିତିଥିଲେ । ୟୁରୋପା ସେମାନଙ୍କ ପାଟି ବନ୍ଦ କରି ଦେଇଥିଲେ ଯେଉଁମାନେ ମାନୁଥିଲେ କି ବଡି ବିଲଡିଙ୍ଗରେ କେବଳ ପୁରୁଷମାନେ ନିଜ ପ୍ରତିଭା ଦେଖାଇ ପାରିବେ ।

୨- ସରିତା ଦେବୀ

ସରିତା ବାହାଘର ପରେ ୨୦୧୦ରେ ବଡି ବିଲଡିଙ୍ଗ ଖେଳ ଆରମ୍ଭ କରିଥିଲେ । ସେ ଦୁଇଟି ପିଲାଙ୍କ ମାଆ ହୋଇ ମଧ୍ୟ ନିଜ ଚେଷ୍ଟା ବଜାୟ ରଖିଥିଲେ । ସେ ୨୦୧୫ ଓ ୨୦୧୬ରେ ଏସିଆନ ବଡି ବିଲଡିଙ୍ଗ ଚମ୍ପିୟାନସିପ ଓ ନ୍ୟାସନାଲ ବଡି ବିଲଡିଙ୍ଗ ଚମ୍ପିୟାନସିପରେ ବ୍ରୋଞ୍ଜ ଏବଂ ଗୋଲ୍ଡ ମେଡାଲ ହସାଳ କରିଥିଲେ ।

 

୩- ୟାସ୍ମିନ ଚୌହାନ ମନକ

ଚଣ୍ଡିଗଡରେ ରହୁଥିବା ୟାସ୍ମିନ ମିସ ଇଣ୍ଡିଆ ଡବଲ, ମିସ ୱାର୍ଲ୍ଡ ଏବଂ ମିସ ଏସିଆ ଚମ୍ପିୟାନସିପରେ ବ୍ରୋଞ୍ଜ ମେଡାଲ ଜିଥିବା ଏକମାତ୍ର ଭାରତୀୟ ମହିଳା ବଡି ବିଲଡର ଅଟନ୍ତି । ପିଲାଦିନେ ଏକ ରୋଗ ଯୋଗୁଁ ୟାସ୍ମିନଙ୍କ ବାଳ ଝଡିବା ସହ ତାଙ୍କ ଶରୀରରେ ଚିହ୍ନ ଦେଖାଗଲା । ତାଙ୍କୁ ଡାକ୍ତର ବ୍ୟାୟମ କରିବାକୁ ପରାମର୍ଦ୍ଧ ଦେଇଥିଲେ । ସେବେଠାରୁ ସେ ବଡି ବିଲଡିଙ୍ଗରେ କ୍ଯାରିୟର କରିବାକୁ ଚେଷ୍ଟା ଚଳେଇଥିଲେ । ଆଜି ସେ ସବୁ ମହିଳାଙ୍କ ପାଇଁ ପ୍ରେରଣା ଅଟନ୍ତି ।

୪- ଶ୍ଵେତା ରାଠୋର

ଶ୍ଵେତ ଜଣେ ଏମିତି ବଡି ବିଲଡର ଅଟନ୍ତି ଯିଏ ୨୦୧୪ରେ 6th WBPF ୱାର୍ଲ୍ଡ ଚମ୍ପିୟାନସିପରେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ଏହା ବ୍ଯତୀତ ସେ ୨୦୧୪ରେ ୪୯ତମ ଏସିଆନ ଚମ୍ପିୟାନସିପ, ମିସ ୱାର୍ଲ୍ଡ ଏବଂ ୨୦୧୫ରେ ମିସ ଏସିଆ ସ୍ଥାନ ହାସଲ କରି ଭାରତକୁ ଗର୍ବିତ କରିଥିଲେ ।

୫- କରୁଣା ୱାଘମାରେ

କରୁଣା ଆନ୍ତର୍ଜାତୀୟ ସ୍ତରର ଭାରତର ପ୍ରଥମ ବଡି ବିଲଡର ଅଟନ୍ତି । ସେ ୪୬ତମ ଏସିଆନ ବଡି ବିଲଡିଙ୍ଗ ଚମ୍ପିୟାନସିପରେ ହରତକୁ ରିପ୍ରେସେଣ୍ଟ କରିଥିଲେ । ୨୦୧୨ରେ ସେ ମିସ ଇଣ୍ଡିଆ ଫିଟନେସ ଫିଜିକର ଟାଇଟଲ ମଧ୍ୟ ଜିତିଥିଲେ । ଅନେକ ଥର ଆନ୍ତର୍ଜାତୀୟ ସ୍ତରରେ ବିଜୟ ହାସଲ କରି ସାରା ବିଶ୍ବରେ ଭାରତର ନାଁ ଉଚ୍ଚ କରିଛନ୍ତି ।

୬- ଦୀପିକା ଚୌଧୁରୀ

ବଡି ବିଲଡିଙ୍ଗ ଓ ପ୍ୟାକ ବାହାର କରିବା ମାମଲାରେ ଦୀପିକା ପୁରୁଷଙ୍କୁ ମଧ୍ୟ ପଛରେ ପକାଇ ଦିଅନ୍ତି । ସେ ଭାରତର ପ୍ରଥମ ମହିଳା ଯିଏ ଆମେରିକାରେ ଇଣ୍ଟରନ୍ୟାସନାଲ ଫିଟନେସ କମ୍ପିଟିସନରେ ଭାଗ ନେଇ ବିଜୟ ହାସଲ କରିଥିଲେ ।

୭- ମମତା ଦେବୀ ୟମନାମ

୩୫ ବର୍ଷୀୟ ମମତା ଦେବୀ ଭାରତର ପ୍ରଥମ ମହିଳା ଯିଏକି ଇଣ୍ଟରନ୍ୟାସନାଲ କମ୍ପିଟିସନରେ ଅଂଶଗ୍ରହଣ କରି ଜିତିଥିଲେ । ସେ ନଭେମ୍ବର ୨୦୧୧ରେ ନିଜ ସ୍ବାମୀଙ୍କ ସାହାଯ୍ୟରେ ବଡି ବିଲଡିଙ୍ଗ ଟ୍ରେନିଂକୁ ଗମ୍ଭୀରତାର ସହ ନେଇଥିଲେ । ଏହାପରେ ସେ ୫୦ଜଣ ଏସିଆନ ବଡି ବିଲଡରଙ୍କ ମଧ୍ୟରୁ ଭାରତକୁ ଗୋଲ୍ଡ ମେଡାଲ ଜିତାଇଥିଲେ ।

ଆପଣଙ୍କୁ କେଉଁ ମହିଳା ବଡି ବିଲଡର ସବୁଠୁ ଅଧିକ ପସନ୍ଦ ଆମକୁ କମେଣ୍ଟ କରି ଜଣାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏହିପରି ରୋଚକ ତଥ୍ୟ ସବୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।