ମହିଳାଙ୍କୁ ଦୁର୍ବ୍ୟବହାର କଲେ ବରିଷ୍ଠ ବିଧାୟକ, ଯାହା କହିଲେ ଶୁଣିଲେ ଆପଣ ମଧ୍ୟ ତାଟକା ହୋଇଯିବେ, ଦେଖନ୍ତୁ Video

ରାଜ୍ୟ ସରକାରଙ୍କ ସମସ୍ତ ଘୋଷଣା ପାଣିର ଗାର ହୋଇଛି । ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣାତ୍ମକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ସରକାର । ଜମାକାରୀଙ୍କ ସମସ୍ଯାକୁନେଇ ସମସ୍ତ ବିଧାୟକଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନେଇଥିଲା ମିଳିତ ମଞ୍ଚ । କିନ୍ତୁ ଆନନ୍ଦପୁର ବିଜେଡି ବିଧାୟକ ଭାଗିରଥୀ ସେଠୀ ମିଳିତ ମଞ୍ଚର ଯୁଗ୍ମ ଆବାହକ ଅନୁରାଧା ସୁବୁଦ୍ଧିଙ୍କୁ ଦୁର୍ବ୍ୟବହାର କରିଥିବା ଅ-ଭି-ଯୋ-ଗ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଜମାକାରୀ ମାନେ ପଇସା ଫେରି ନାହାନ୍ତି ଏବଂ ତାଙ୍କ ନିର୍ବାଚନ ମଣ୍ଡଳୀର କିଛି ତଥ୍ୟ ମଧ୍ୟ ସେ ତାଙ୍କ ପାଖକୁ ନେଇକରି ଆସିଛନ୍ତି ବୋଲି କହିଥିଲେ । ବିଧାୟକ ତାଙ୍କ ଏରିଆର ଜମାକାରୀଙ୍କ ପାଇଁ ଚିନ୍ତା କରିପାରିବେ ବୋଲି ସେ କହିଥିଲେ । କିନ୍ତୁ ବିଧାୟକ ଅନୁରାଧାଙ୍କୁ ସିଧାସଳଖ ତୁ କିଏ ବୋଲି ପ୍ରଶ୍ନ କରିଥିଲେ । ଅନୁରାଧା ଜମାକାରୀ ମିଳିତ ମଞ୍ଚର ସଦସ୍ୟା ବୋଲି ପରିଚୟ ଦେଇ ସାରିଛନ୍ତି ବୋଲି କହିଥିଲେ । ଏହା ଶୁଣିବା ପରେ ବିଧାୟକ ସିଧା ଜବାବ ଦେଇଥିଲେ କି ମୁଁ ତୁମକୁ କାହିଁକି ଉତ୍ତର ଦେବି ?

ତେବେ ଅନୁରାଧା ସେଠାକୁ କୌଣସି ପ୍ରଶ୍ନ କରିବାକୁ ଆସି ନାହାନ୍ତି ବୋଲି କହିବା ସହ ଜମାକାରୀ ମାନେ କିପରି ତାଙ୍କ ଫେରି ପାଇବେ ସେନେଇ ଆଲୋଚନା କରିବାକୁ ଆସିଛୁ ବୋଲି କହିଥିଲେ । କିନ୍ତୁ ଅନୁରାଧାଙ୍କ ସହ ଦୁ-ର୍ବ୍ୟ-ବ-ହା-ର କରିଥିଲେ ଆନନ୍ଦପୁର ବିଜେଡି ବିଧାୟକ । ସେ ତୁ ତା କରି କଥାବାର୍ତ୍ତା ହେବା ସହ ଏତେ ଅଧିକ ଉତ୍ତ୍ୟକ୍ତ ହୋଇ ଯାଇଥିଲେ ଯେ ଅନୁରାଧା ମଧ୍ୟ ହଠାତ ଘା-ବ-ରେ-ଇ ଯାଇଥିଲେ । ଏହା କହିବା ବେଳେ ସେ କାନ୍ଦି ପକାଇଥିଲେ ।

ସେ ଜଣେ ବରିଷ୍ଠ ବିଧାୟକ ହୋଇଥିବାରୁ ତାଙ୍କ ଏରିଆ ଲୋକଙ୍କ ଲାଭ ପାଇଁ ସେମାନେ ତାଙ୍କ ପାଖକୁ ଯାଇଥିଲେ କିନ୍ତୁ ସେମାନଙ୍କର କୌଣସି କଥା ନ ଶୁଣିବା ସହ ଉତ୍ତ୍ୟକ୍ତ ହୋଇଯାଇଥିଲେ ବିଧାୟକ । ବିଧାୟକଙ୍କ ବ୍ୟବହାର ଦେଖି ଅନୁରାଧାଙ୍କୁ ଲାଗିଥିଲା କି ଆଉ ଟିକେ ପରେ ସତେ ଯେମିତି ବିଧାୟକ ତାଙ୍କୁ ମା-ର-ପି-ଟ କରିବା ବି ଆରମ୍ଭ କରିଦେବେ । ଉତ୍ତ୍ୟକ୍ତ ହେବା ସହ ବିଧାୟକ ଅତ୍ୟନ୍ତ ଖ-ରା-ପ ଭା-ଷା-ରେ ଅନୁରାଧାଙ୍କୁ ଗା-ଳି ଦେଇଥିଲେ, ଯାହା ଅନୁରାଧା ନିଜେ ପ୍ରକାଶ କରିପାରି ନଥିଲେ ।

ଏହି କଥା ପ୍ରକାଶ କରିବା ବେଳେ ଅନୁରାଧା ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ଏପରିକି ଆନ୍ଦୋଳନକାରୀଙ୍କୁ ସଫା କରିଦେଲେ ସବୁ ଠିକ ହୋଇଯିବ ବୋଲି ଧ-ମ-କ ଦେଇଥିଲେ । ତେବେ ଜଣେ ବରିଷ୍ଠ ବିଧାୟକଙ୍କ ଏହିପରି ଦୁ-ର୍ବ୍ୟ-ବ-ହା-ର ସର୍ବସାଧାରଣରେ ଅତ୍ୟନ୍ତ ନିନ୍ଦାର ବିଷୟ ବୋଲି କୁହାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବାକୁ ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।