ତପସ୍ୱିନୀ ଓ ସୁମିତ କୁ ସାମ୍ନାସାମ୍ନି ବସେଇଲେ SDJM କୋର୍ଟ, ଏକାଠି ରହିବାକୁ ରାଜି ହେଲେ ତପସ୍ୱିନୀ ଓ ସୁମିତ ?

ବହୁ ଚର୍ଚିତ ତପସ୍ୱିନୀ ଓ ସୁମିତଙ୍କ ମାମଲାରେ ଗତକାଲି ଏସଡ଼ିଜିଏମ କୋର୍ଟ ଉଭୟ ପକ୍ଷକୁ ଡାକି କାଉନ୍ସିଲିଙ୍ଗ କରିଥିଲେ । ଆଜି ବି ଦୁଇ ଜଣଙ୍କୁ କୋର୍ଟ ଡକା ଯାଇ ଥିଲା । ଆଜି ତପସ୍ୱିନୀ, ସୁମିତ ଓ ତାଙ୍କ ବାପା କୋର୍ଟକୁ ଆସିଥିଲେ । ଉଭୟ ପକ୍ଷ ସହ କୋର୍ଟ କଣ ସବୁ ଆଲୋଚନା କରିଛି ତାହା ବର୍ତ୍ତମାନ ପ୍ରକାଶ ପାଇ ନାହିଁ । ଏହା ଶାୟତ କୋର୍ଟ ଉଭୟ ପକ୍ଷକୁ କହିଥିଲେ କି ସେମାନେ ମିଡିଆ ସାମ୍ନାରେ କୌଣସି ବି ପ୍ରକାରର ପ୍ରତିକ୍ରିୟା ରଖିବେ ନାହିଁ ।

ତପସ୍ଵିନୀଙ୍କ ଓକିଲଙ୍କ ଅନୁସାରେ ଗତକାଲି ଏସଡ଼ିଜିଏମ କୋର୍ଟ ଦୁଇ ଜଣଙ୍କୁ ଗତ ୩ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ବୁଝାଇ ଥିଲେ । ଏହା ପରେ ଆଜି ଦୁଇ ଜଣ ସଠିକ ସମୟରେ କୋର୍ଟ ପହଞ୍ଚି ଥିଲେ । ଆଜି ଆବଧ କୋର୍ଟରେ କେବଳ ପୁଅ ଓ ଝିଅ ରହିଥିଲେ ।

କୌଣସି ବି ଓକିଲ କିମ୍ବା ଆଉ କେହି ବି ନ ଥିଲେ । କୋର୍ଟ କିଛି ସମୟ କାଉନ୍ସିଲିଙ୍ଗ ପରେ ୨୪ ଘଣ୍ଟା ମଧ୍ୟରେ କୋର୍ଟ ତାଙ୍କୁ ତାଙ୍କର ମତାମତ ଦେବା ପାଇଁ କହିଥିଲେ । ସେମାନେ କଣ ମତ ଦେଇଛନ୍ତି ଏହା ବିଷୟରେ ବି କୌଣସି ସୂଚନା ନାହିଁ । ଝିଅ କୋର୍ଟରୁ ବାହାରିବା ସମୟରେ କାନ୍ଦି କାନ୍ଦି ବାହାରିଛି ସେଥିପାଇଁ ଆମେ ସମସ୍ତେ ଝିଅ ସପକ୍ଷରେ ନିଷ୍ପତି ନିଆ ଯାଇ ନାହିଁ ବୋଲି ଅନୁମାନ କରୁଛୁ । କହିଦେଉଛୁ କି ଆଇନ ଆଖିରେ କେବଳ କଳା ପଟି ବନ୍ଧା ଯାଇଛି ସେ ଅସଲରେ ଅନ୍ଧ ନୁହେଁ ।

କୋର୍ଟ ସମସ୍ତ କାଗଜପତ୍ର ଦେଖି ନିଷ୍ପତି ନେଇଥାଏ । ଆମ ଆଇନ ଉପରେ ବିଶ୍ଵାସ ରଖୁଛି କି ଝିଅ ସପକ୍ଷରେ ନିଷ୍ପତି ନିଆଯିବ । ଝିଅକୁ ତାର ଶଶୁର ଘରେ ରହିବା ପାଇଁ ଅନୁମତି ମିଳିବ । କାରଣ ଝିଅ ଶଶୁର ଘରେ ରହିଲେ ହିଁ ତେବେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଭଲ ରହିବ । କୋର୍ଟ ଉପରେ ଆମେ ଆଶା ରଖିଛୁ । ଆମେ ନିଶ୍ଚିତ ଅଛୁ ଯେ ଝିଅ ତାର ଶଶୁର ଘରେ ହିଁ ରହିବ । କହିଦେଉଛୁ କି ଗତକାଲି କାଉନ୍ସିଲିଙ୍ଗ ହୋଇଥିଲା ଓ ଆଜି କୋର୍ଟ ଦୁଇ ଜଣଙ୍କର ମତାମତ ନେଲେ ।

ଉଭୟଙ୍କ ଓକିଲଙ୍କ ମଧ୍ୟରେ ଚର୍ଚା ହେଲା କୋର୍ଟ ସାମ୍ନାରେ । ବର୍ତ୍ତମାନ କୋର୍ଟ ଦୁଇ ଜଣ ପକ୍ଷର ମତାମତକୁ ଚିନ୍ତା କରି କିଛି ସମୟ ପରେ ନିଜର ରାୟ ଦେବେ । ସୂଚନା ଅନୁସାରେ ତପସ୍ୱିନୀ କୋର୍ଟ ଭିତରେ ହସି ହସି ଯାଇଥିଲେ ଯେତେବେଳେ ସେ ବାହାରକୁ ବାହାରିଲେ ତେବେ ତାଙ୍କର ଚେହେରାରେ ସେହି ହସ ନ ଥିଲା । ସେ କାନ୍ଦ କାନ୍ଦ ମୁହଁ ନେଇ ବାହାରକୁ ଆସୁଥିଲେ । ସମସ୍ତେ ମନରେ ଏହି ମାମଲାକୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠଛି । ଯାହାକି କୋର୍ଟର ନିଷ୍ପତି ଆସିବା ପରେ ହିଁ ଜଣା ପଡିବ ।