ଭଡକିଲେ Sura Bhai, କହିଲେ ତୁମେ କଲେ ଲୀଳା ଆଉ ଆମେ କଲେ… ଦେଖନ୍ତୁ ପୁରା Video

ଏବେ ଦେଶକୁ କରୋନାର ତୃତୀୟ ଲହର ଲହର ଭୟ ଘାରିଥିବା ବେଳେ ରାଜ୍ୟ ସରକାର ଡିସେମ୍ବର ମାସର କୋଭିଡ ଗାଇଡଲାଇନ ଜାରି କରିଛନ୍ତି । ଯଦି କଟକଣା ଏବେଠୁ ଢିଲା ହୋଇଯାଏ ଏବଂ କୋଭିଡ ନିୟମ ଲୋକେ ଅମାନ୍ଯ କରନ୍ତି ତେବେ ତୃତୀୟ ଲହର ଆସିବାକୁ ଆଉ ବିଶେଷ ଡେରି ହେବନାହିଁ । ସେପଟେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏନେଇ ଚେତାବନୀ ଜାରି କରିସାରିଛି । ସେଥିପାଇଁ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଜ୍ୟ ମାନଙ୍କରେ ମଧ୍ୟ କୋଭିଡ ନିୟମ ଜାରି ହୋଇଛି ।

ସେଥିରେ ଅନେକ କଟକଣା ପୂର୍ବପରି ବଳବତ୍ତର ଥିବା ବେଳେ କିଛି ନୂଆ କଟକଣା ମଧ୍ୟ ଲଗାଇଛନ୍ତି ସରକାର । ତେବେ ଏଥିରେ ରାଜନୈତିକ ଦଳ ମାନଙ୍କର ରାଲିରେ କେବଳ ୫୦ ରୁ ୧୦୦ ଜଣ ଯୋଗ ଦେଇପାରିବେ ଏବଂ ସନ୍ଧ୍ୟା ପୂର୍ବରୁ ହିଁ ରାଲି କରିପାରିବେ ବୋଲି ନିର୍ଦ୍ଦେଶ ରହିଛି । ତେବେ ଏହିପରି କୋଭିଡ କଟକଣାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓରଫ ସୁର ଭାଇ । ବିଜେଡି ଦଳ ନିଜେ କୋଭିଡ ଗାଇଡଲାଇନକୁ ଅମାନ୍ଯ କରୁଥିବା ସେ କହିଛନ୍ତି ।

ବିଜେଡି ରାଲିରେ ଯାଉଥିବା ୮୦ ଭାଗ ଲୋକଙ୍କ ମୁହଁରେ ମାସ୍କ ଦେଖିବାକୁ ମିଳୁନି କି ସେମାନଙ୍କ ମଧ୍ୟରେ କୌଣସି ସାମାଜିକ ଦୂରତା ଦେଖିବାକୁ ମିଳୁନି । ରାଲିରେ କେବଳ ୫୦-୧୦୦ ଜଣ ଯାଇପାରିବେ ବୋଲି କହୁଥିବା ବେଳେ ବିଜେଡି ରାଲିରେ ୨୦୦୦ ଲୋକ ଦେଖିବାକୁ ମିଳୁଛି । ଏସବୁ କଣ ଜନ ସାଧାରଣ ଜାଣିପାରୁ ନାହାନ୍ତି ବୋଲି ସୁର ଭାଇ ପ୍ରଶ୍ନ କରିଛନ୍ତି । କିଛି ସମୟ ପୂର୍ବରୁ ରାସ୍ତାରେ ଯାଇଥିବା ଏକ ରାଲିକୁ ଦେଖିବା ପରେ ସୁର ଭାଇ ଏଭଳି ପ୍ରତିକ୍ରିୟା ଦେଇଥିଲେ ।

ଏନେଇ ସେ ରାଜ୍ୟ ସରକାର, ମୁଖ୍ୟ ସଚିବ ଓ ପୋଲିସ ଡିଜି ଆଦି ସମସ୍ତଙ୍କୁ ପ୍ରଶ୍ନ କରିଛନ୍ତି । ଯଦି ସେମାନଙ୍କୁ ଏଭଳି କୋଭିଡ ନିୟମ ଭାଙ୍ଗିବାକୁ ଅନୁମତି ଅଛି ତେବେ ଅନ୍ୟ ରାଜନୈତିକ ଦଳଙ୍କୁ ଓ ଜନ ସାଧାରଣଙ୍କୁ ମଧ୍ୟ ଅନୁମତି ଦିଆଯାଉ ବୋଲି ସେ କହିଛନ୍ତି । ଓଡିଶାର ଗରିବ ଜନ ସାଧାରଣଙ୍କ ପଇସାରେ ବିଧାନସଭା ଚାଲିଛି ବୋଲି ସେ କହିଛନ୍ତି । ଏହାସହ ବାଚସ୍ପତିଙ୍କୁ ଓଡିଶା ସରକାରଙ୍କ ହାତବାରିସି ବୋଲି ସେ କହିବାକୁ ପଛାଇ ନାହାନ୍ତି ।

ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ବାଚସ୍ପତି ଆସି କେବଳ ଚାରିପଦ କଥା କହି ସଭା ସାଙ୍ଗ କାଟି ଦେଇଥିବା ମଧ୍ୟ ସୁର ଭାଇଙ୍କୁ ବିଲକୁଲ ଭଲ ଲାଗିନାହିଁ । ଏନେଇ ମଧ୍ୟ ସେ ବାଚସ୍ପତିଙ୍କ ଉପରେ ଖୁବ୍ ଭଡକିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।