କେବଳ ୩ ଫୁଟ ଅଟନ୍ତି ଏହି ମହିଳା IAS ଅଫିସର, ନିଜ କାମ ପାଇଁ ସାରା ଦେଶ ରେ ମହିଳା ମାନଙ୍କ ପାଇଁ ବନିଲେ ଉଦାହରଣ

ମଣିଷ ଚାହିଁବେ ତ କମ ସୁନ୍ଦର ଥିବ, କମ ଧନୀ ଥିବ, କମ ଉଚ୍ଚତା ବି ଥିବ କିନ୍ତୁ ଯଦି ମନରେ କିଛି କରିବା ପାଇଁ ଇଛା ରହିଥିବ ତେବେ ସବୁ କାମ ସହଜ ହୋଇଯିବ । କିଛି କରିବାର ଇଛା ମଣିଷକୁ କେଉଁ ଠାରୁ କେଉଁ ଠାକୁ ପହଞ୍ଚାଇ ଦେଇଥାଏ ଏହା କେବେ ବି ସେହି ଲୋକମାନେ ବିଶ୍ଵାସ କରିପାରି ନଥାନ୍ତି ।

କିଛି ଏମିତି ହିଁ କରି ଦେଖାଇଛନ୍ତି ଏହି ୩ ଫୁଟର ମହିଳା IAS ଅଫିସର, ନିଜର ଶିକ୍ଷା ଏବଂ ପରିଶ୍ରମ ବଳରେ ଆଜି ବଡ ବଡ ଲମ୍ବା ଲୋକମାନେ ତାଙ୍କ ଆଗରେ ମୁଣ୍ଡ ନୂଆଉଁଛନ୍ତି । ଦେହରାଦୂନ ରେ ପଢିଥିବା IAS ଅଫିସର ଆରତୀ ଡୋଗରା ନିଜର କାମ ଜରିଆରେ ଚର୍ଚାର ବିଷୟ ହୋଇଯାଇଛନ୍ତି । ସେ ଏମିତି ଏମିତି କାମ କରିଛନ୍ତି କି ନିଜେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାମରେ ବହୁତ ପ୍ରାବାଭିତ ହୋଇଛନ୍ତି ।

କେବଳ ୩ ଫୁଟର ଅଟନ୍ତି ଏହି ମହିଳା IAS ଅଫିସର

୧୮ ଡିସେମ୍ବରରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ନିଜର କାର୍ଯ୍ୟଭାର ସମ୍ବାଳିବା ମାତ୍ରେ ହିଁ ୪୦ IAS ଅଫିସରଙ୍କୁ ବଦଳାଇ ଦେଇଥିଲେ । ପଦବୀର ଏହି ପ୍ରଶାସନିକ ପରିବର୍ତ୍ତନ ହେବା ପରେ ଆରତୀ ଡୋଗରାଙ୍କୁ ସଂଯୁକ୍ତ ସଚିବର ଦାୟୁତ୍ଵ ଦିଆଯାଇଛି । ଏହା ପୂର୍ବରୁ ଆରତୀ ଆଜମେରର କଲେକ୍ଟର ପଦରେ କାର୍ଯ୍ୟରତ ଥିଲେ ।

ବର୍ଷ ୨୦୦୬ ବ୍ୟାଚରେ ପାସ ଆଉଟ ହୋଇଥିବା IAS ଆରତି ଡୋଗରା କେବଳ ମାତ୍ର ୩ ଫୁଟ ର ଅଟନ୍ତି କିନ୍ତୁ ସେ ନିଜର ପ୍ରଶାସନିକ ନିସ୍ପତି ଦ୍ଵାରା କେବଳ ରାଜସ୍ଥାନର ନୁହେଁ ପୁରା ଦେଶରେ ମହିଳାଙ୍କ ପାଇଁ ଏକ ଉଦାହରଣ ବାନିଛନ୍ତି । ଆରତୀଙ୍କର ପ୍ରଶଂସା ଦେଶର ପ୍ରଧାନ ମନ୍ତ୍ରୀ ବି କରୁଛନ୍ତି । ଆରତୀ ଅଜମେର ପୂର୍ବରୁ ବୀକାନେର କଲେକ୍ଟର ସହିତ ଅନ୍ୟ ମହତ୍ଵପୂର୍ଣ ପଦରେ ମଧ୍ୟ କାମ କରିସାରିଛନ୍ତି ।

IAS ଆରତୀଙ୍କ ମତରେ, ମଣିଷକୁ କେବେ ବି ଝିଅ ଏବଂ ପୁଅ ମଧ୍ୟରେ ପାର୍ଥକ୍ୟ ଦେଖିବା ଉଚିତ ନୁହେଁ ଏବଂ କୌଣସି ମହିଳା କିମ୍ବା ପୁରୁଷ ଅଫିସର ହୋଇଯାଉଛନ୍ତି ତେବେ ତାଙ୍କୁ ସମାନ ବ୍ୟବହାର କରିବା ଉଚିତ ।

ମହିଳାଙ୍କ ପାଇଁ କରିଛନ୍ତି କାମ

ମୋଦୀ ସରକାର ଦେଶରେ ସ୍ଵଛତା ଅଭିଯାନ ଆରମ୍ଭ କରିବା ପରେ ସମସ୍ତ ନାଗରିକଙ୍କୁ ଖୋଲାରେ ଶୌଚ କରିବାପାଇଁ  ମନା କରାଯାଉଥିଲା । ଏହି ସମୟରେ ଆରତୀ ବୀକାନେର କଲେକ୍ଟରର ପଦରେ କାର୍ଯ୍ୟରତ ଥିଲେ ଏବଂ ସେ “ବଂକୋ ବିକାଣୋ” ନାମକ ଏକ କୈଂପେନ ଚଲାଇଥିଲେ । ଏହି କୈଂପେନ ଦ୍ଵାରା ଏଡମିନିସ୍ଟ୍ରେଶନ ଲୋକମାନେ ସକାଳ ୪ ଟା ସମୟରେ ଗ୍ରାମରେ ବୁଲିବୁଲି ଲୋକମାନଙ୍କୁ ଖୋଲାରେ ଶୌଚ କରିବା ପାଇଁ ଅଟକାଉଥିଲେ ଏବଂ ତାଙ୍କୁ ଗ୍ରାମରେ ତିଆରି ହୋଇଥିବା ପକ୍କା ଶୌଚାଳୟକୁ ଯିବା ପାଇଁ କହୁଥିଲେ ।

ଏହାର ମନୀଟରିଂଗ ମୋବାଇଲ ସଫ୍ଟୱେଯର ଦ୍ଵାରା କରାଯାଉଥିଲା । ଏକ ରିପୋର୍ଟ ଅନୁସାରେ ଏହି କୈଂପେନ ୧୯୫ ଗ୍ରାମର ପଞ୍ଚାୟତରେ ଚଲାଯାଇଥିଲା । ଏହି କୈଂପେନ ପରେ ଆଖପାଖ ଜିଲ୍ଲାରେ ମଧ୍ୟ ଏହି କାମକୁ କରାଗଲା ଏବଂ ଏହା ପରେ ଆରତୀ ଡୋଗରାଙ୍କର ବହୁତ ପ୍ରଶଂସା କରାଯାଇଥିଲା । ଅପଣଙ୍କୁ କହିଦେଉଛୁ ଯେ ଆରତୀ ଡୋଗରାଙ୍କୁ ସ୍ଟେଟ ଲେବଲ ଠୁ ଆରମ୍ଭ କରି ନେଶନଲ ଲେବଲ ପର୍ଯ୍ୟନ୍ତ ବହୁତ ଆୱର୍ଡ୍ସ ମିଳି ସାରିଛି ।