ହଜିଯାଇଛି ଆଧାର କାର୍ଡ ତ ଚିନ୍ତା କରନ୍ତୁ ନାହିଁ, ଏହି ଉପାୟରେ ତୁରନ୍ତ ପାଆନ୍ତୁ ନିଜର ଆଧାର କାର୍ଡ – ଶେୟାର କରି ସମସ୍ତଙ୍କୁ ଜଣାନ୍ତୁ

ହଜିଯାଇଛି ଆଧାର କାର୍ଡ ତ ଚିନ୍ତା କରନ୍ତୁ ନାହିଁ ଆଜିକାଲି ଆଧାର କାର୍ଡ ଜୀବନର ଏକ ଅଭିନ୍ନ ଅଙ୍ଗ ହୋଇସାରିଛି । ଆଧାର କାର୍ଡ ବିନା କୌଣସି କାମ ପୂରଣ ହେଉ ନାହିଁ । ଆପଣଙ୍କୁ ସରକାରୀ ଅଫିସରେ କାମ ହେଉ ବା ଆପଣଙ୍କୁ କୌଣସି ଆଡମିସନ କରିବାର ହେଉ ପ୍ରତିଟି ଜାଗାରେ ଆପଣଙ୍କୁ ଆଧାର କାର୍ଡର ଆବଶ୍ୟକତା ପଡିଥାଏ । ଏମିତିରେ ଯଦି ଆପଣଙ୍କର ଆଧାର କାର୍ଡ ହଜି ଯାଇଥାଏ ଓ ଆପଙ୍କର କୌଣସି ଜରୁରୀ କାମ ଥାଏ ତେବେ ଆପଣଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

ଆଜ୍ଞା ହଁ ଆଧାର କାର୍ଡ ଯଦି ଆପଣଙ୍କର ହଜିଯାଏ ତେବେ ଆପଣଙ୍କୁ ବହୁତ ପ୍ରକାରର ସମସ୍ୟାରେ ସମ୍ମୁଖୀନ ହେବାକୁ ପଡିଥାଏ , କିନ୍ତୁ ଆମେ ଆପଣଙ୍କ ପାଇଁ ଏହାର ସମାଧାନ ନେଇ ଆସିଛୁ । ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି ।

ଆଜ୍ଞା ହଁ , ଯଦି ଆପଣଙ୍କର ଆଧାର କାର୍ଡ ହଜିଯାଏ ତେବେ ଆପଣଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ , କାରଣ ସରକାର ଏହାର ମଧ୍ୟ ସମାଧାନ ବାହାର କରି ସାରିଲେଣି । ଏବେ ଆପଣ ନିଜର ହଜିଯାଇଥିବା ଆଧାର କାର୍ଡକୁ ଖୁବ ସହଜରେ ପାଇପାରିବେ । ଏହା ପାଇଁ ଆପଣଙ୍କ ପାଖରେ କେବଳ ଏକ ସ୍ମାର୍ଟ ଫୋନ ଥିବା ଦରକାର ଏବଂ ନିଜ ମୋବାଇଲ ରୁ ନିଜ ଆଧାର କାର୍ଡ ଭେରିଫାଏ କରି ପାରନ୍ତି ।

ଏଥି ପାଇଁ ଆପଣଙ୍କୁ ସରକାରଙ୍କ ଦ୍ଵାରା ଲଞ୍ଚ କରାଯାଇଥିବା ଆପକୁ ଫଟାଫଟ ନିଜ ଫୋନରେ ଡାଉନଲୋଡ କରିବାର ଅଛି ଓ ଏହି ସମସ୍ୟାକୁ ଗୁଡ ବାଏ କରିବାର ଅଛି । UIDAI mAadhaar ଆପ ଲଞ୍ଚ କରିଛନ୍ତି । ଏହା ଆପଣଙ୍କର ହଜିଯାଇଥିବା ଆଧାର କାର୍ଡକୁ ପୁଣି ପାଇବାର କାମ କରିଥାଏ । ଏଠି ଆପଣଙ୍କୁ ନିଜ ଫୋନରେ mAadhaar କୁ ଡାଉନଲୋଡ କରିବାର ଅଛି, ଏହା ପରେ ଆପଣଙ୍କୁ ନିଜର ଆଧାର କାର୍ଡର ନମ୍ବର ଏହି ଆପ ମାଧ୍ୟମରେ ମିଳିଯିବ ।

କେବଳ ଏତିକି ନୁହେଁ ଏହାକୁ ଦେଖାଇ ମଧ୍ୟ ଆପଣ ନିଜର ଜରୁରୀ କାମ ପୂରଣ କରି ପାରିବେ । ଏତିକି ନୁହେଁ ଏହି ଆପ ରେ QR କୋର୍ଡ ଓ ଇ-KYC ର ଫିଚର ମଧ୍ୟ ଦିଆଯାଇଛି, ଯାହା ଦ୍ଵାରା ଆପଣ କେଉଁଠି ବି ଆଧାର କାର୍ଡ ବ୍ୟବହାର କରିପାରିବେ ।

ଆମେ ଜଣାଇ ଦେଉଛୁ କି ଯଦି ଆପଣ mAadhaar ଆପ କୁ ନିଜ ଫୋନ ରେ ଡାଉନଲୋଡ କରି ଏହାର ଆନନ୍ଦ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ନମ୍ବର ଆପଣଙ୍କର ଆଧାର କାର୍ଡରେ ରେଜିଷ୍ଟର ହୋଇଥିବା ଜରୁରୀ ଅଟେ , ଯଦି ଆପଣଙ୍କ ମୋବାଇଲ ନମ୍ବର ଆପଣଙ୍କର ଆଧାର କାର୍ଡରେ ଯୋଡା ହୋଇନଥାଏ ତେବେ ଆପଣ ଏହି ଆପର ଲାଭ ଉଠାଇ ପାରିବେ ନାହିଁ । ଏଥିପାଇଁ ଯଦି ଆପଣଙ୍କର ମୋବାଇଲ ନମ୍ବର ଆପଣଙ୍କର ଆଧାର କାର୍ଡରେ ଲିଙ୍କ ହୋଇନାହିଁ ତେବେ ଜଲଦି ଆଧାର କାର୍ଡ ସେଣ୍ଟରକୁ ଯାଇ ଏହାକୁ ଲିଙ୍କ କରାନ୍ତୁ ଓ mAadhaar ଆପର ଲାଭ ଉଠାନ୍ତୁ ।

ଆଶାକରୁଛୁ ଆଧାର ସମନ୍ଧିତ ଏହି ଲେଖାଟି ଆପଣାକୁ ନିଶ୍ଚୟ ସାହାଯ୍ୟ କରିବ । ଶେୟାର କରି ସମସ୍ତଙ୍କୁ ଜଣାନ୍ତୁ । ଆମେ ଆଗକୁ ଆପଣଙ୍କ ପାଇଁ ନେଇ ଆସିବୁ ଏମିତି ଅନେକ ଟିପ୍ସ ଆଣ୍ଡ ଟ୍ରିକ୍ସ, ଆଗକୁ ଏମିତି ଅପଡେଟସ୍ ପାଇବା ପାଇଁ ଆମ ପେଜକୁ ଲାଇକ ନିଶ୍ଚୟ କରନ୍ତୁ ।