ହନୁମାନ ଙ୍କର ଏହି ମନ୍ଦିର ରେ ମୂର୍ତ୍ତି ମୁହଁ ରୁ ଆସେ ରାମ ନାମ ର ଧ୍ୱନି, ମୂର୍ତ୍ତି ଖାଇଥାନ୍ତି ପ୍ରସାଦ – ପଢନ୍ତୁ ଏହି ଅଲୌକିକ କଥା

ମହାବଳୀ ହନୁମାନଙ୍କର ଶକ୍ତି ଏବଂ ଚମତ୍କାରୀତା ବିଷୟରେ ଲୋକମାନେ ଭଲ ଭାବରେ ଜାଣିଛନ୍ତି । ବର୍ତ୍ତମାନ ସମୟରେ ମହାବଳୀ ହନୁମାନ ଏକ ମାତ୍ର ଦେବତା ଅଟନ୍ତି ଯିଏକି ଅମର ଅଛନ୍ତି ବୋଲି କୁହାଯାଏ । ଦୁନିଆର ବିଭିନ୍ନ ଜାଗାରେ ହନୁମାନଙ୍କର ମନ୍ଦିର ଅଛି ଏବଂ ସମସ୍ତ ମନ୍ଦିରର ନିଜର ନିଜର ଚମତ୍କାରିତା ଯୋଗୁ ଶ୍ରଦ୍ଧାଳୁମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ ।

ଏହିଭଳି ଏକ ଚମତ୍କାରିତା ମନ୍ଦିର ବିଷୟରେ ଆଜି ଆମେ ଆପଣଙ୍କ ଆଗରେ ଏହି ଲେଖା ମାଧ୍ୟମରେ ପ୍ରକାଶିତ କରିବୁ । ଏହି ମନ୍ଦିର ଭକ୍ତମାନଙ୍କର ଆସ୍ଥାର କେନ୍ଦ୍ର ଅଟେ ଏବଂ ଏଠାରେ ସମସ୍ତ ଭକ୍ତମାନଙ୍କର ମନୋକାମନା ପୂର୍ଣ୍ଣ ହୋଇଥାଏ ।

ଆମେ ଯେଉଁ ହନୁମାନଙ୍କ ମନ୍ଦିର ବିଷୟରେ କହିବାକୁ ଯାଉଛୁ ତାହା ଉତ୍ତର ପ୍ରଦେଶର ଇଟାବାରୁ ପାଖାପାଖି ୧୨ କିଲୋମିଟର ଦୂରରେ ଥାନା ସିବିଲ ଲାଇନ କ୍ଷେତ୍ର ର ଗ୍ରାମ ରୁରା ପାଖାପାଖି ଯମୁନା ନଦୀର ନିକଟରେ ପିଲୁବା ମହାବୀର ମନ୍ଦିର ଅବସ୍ଥିତ । ବିପୁଳ ସଂଖ୍ୟାରେ ଭକ୍ତମାନେ ଏହି ମନ୍ଦିରକୁ ଦର୍ଶନ ପାଇଁ ଆସିଥାନ୍ତି ।

ଏହି ମନ୍ଦିର ବିଷୟରେ ଏଠାକାର ଲୋକମାନେ କୁହନ୍ତି କି ଏହି ମନ୍ଦିରର ହନୁମାନଙ୍କ ମୂର୍ତ୍ତିରୁ ରାମ ନାମର ଧ୍ୱନି ଶୁଣା ଯାଇଥାଏ ଏବଂ ମୂର୍ତ୍ତିରୁ ନିଶ୍ଵାସ ପ୍ରଶ୍ଵାସର ଆଭାସ ଶୁଣାଯାଏ । ଏହି ମନ୍ଦିରରେ ମହାବୀର ହନୁମାନଙ୍କର ମୂର୍ତ୍ତି ଦକ୍ଷିଣ ଦିଗକୁ ମୁହଁ କରି ଶୋଇଛନ୍ତି । ମୁହଁରେ ଯେତେ ବି ଲଡୁ, କ୍ଷୀର, କଦଳୀ ଦିଆଯାଏ ସେ ଗୁଡିକ କୁଆଡେ ପଳାଏ ତାହା ଆଜି ପର୍ଯ୍ୟନ୍ତ କେହି ଜାଣିପାରି ନାହାନ୍ତି ।

ହନୁମାନଙ୍କର ଏହି ଚମତ୍କାରିତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଆନ୍ତି ଏବଂ ଏହାକୁ ଦେଖି ଭକ୍ତମାନଙ୍କର ଏହି ମନ୍ଦିର ପ୍ରତି ଆସ୍ଥା ଆହୁରି ବଢି ଯାଏ । ଏହି ମନ୍ଦିର ପାଖାପାଖି ୩୦୦ ବର୍ଷ ପୂର୍ବର, ଏହି କ୍ଷେତ୍ର ପ୍ରତାପ ନଗରର ରାଜା ହୁକୁମଚନ୍ଦ ପ୍ରତାପ ସିଂହ ଚୋହାନଙ୍କ ଅଧୀନରେ ଥିଲା । ତାଙ୍କୁ ମହାବଳୀ ହନୁମାନ ନିଜର ମୂର୍ତ୍ତି ଏଠି ଥିବାର ସ୍ଵପ୍ନ ଦେଇଥିଲେ । ଏହା ପରେ ରାଜା ସେହି ସ୍ଥାନରେ ଆସି ହନୁମାନଙ୍କର ମୂର୍ତ୍ତିକୁ ଉଠାଇବା ପାଇଁ ଚେଷ୍ଟା କରିଲେ କିନ୍ତୁ ଉଠାଇ ପାରିଲେ ନାହିଁ ।

ଏହା ପରେ ସେ ବିଧି ବିଧାନ ଅନୁସାରେ ଏଠାରେ ମୂର୍ତ୍ତିକୁ ପ୍ରତିଷ୍ଠା କରି ଏକ ମନ୍ଦିର ନିର୍ମାଣ କରିଦେଲେ । ଦକ୍ଷିଣ ମୁଖୀ ହନୁମାନଙ୍କର ପ୍ରତିମାର ମୁଖରୁ ସବୁ ବେଳେ ପାଣି ଦେଖା ଯାଇଥାଏ । ଆପଣ ହନୁମାନଙ୍କ ମୁହଁରେ ଗୋଟିଏ ସମୟରେ ଯେତେ ବି ପ୍ରସାଦ ଦିଅନ୍ତୁ ତାହା ସଙ୍ଗେ ସଙ୍ଗେ ତାଙ୍କ ଭିତରକୁ ଚାଲି ଯାଇଥାଏ । କିନ୍ତୁ ଆଜି ପର୍ଯ୍ୟନ୍ତ କେହି ବି ଏହି ଚମତ୍କାର ପଛରେ ଥିବା ରହସ୍ୟକୁ ଖୋଜି ପାରି ନାହାନ୍ତି ।

ଭକ୍ତିରେ ଗୋଟିଏ ଶେୟାର ନିଶ୍ଚୟ କରିବେ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।