ମହିଳାର ଗୋଡରେ ଦେଢଘଣ୍ଟା ପର୍ଯ୍ୟନ୍ତ ଗୁଡେଇ ହୋଇ ରହିଲା ନାଗ ସାପ, ଲୋକ ଆରମ୍ଭ କରି ଦେଲେ ପୂଜା – ଆଉ ତା ପରେ…

ମଣିଷ ସହିତ କେତେବେଳେ କଣ ଅସୁବିଧା ହୋଇଯାଏ କାହାକୁ କିଛି ଜଣା ନଥାଏ । ବହୁତ କିଛି ଘଟଣା ହୋଇଥାଏ ଯାହା ଆମକୁ ଆଶ୍ଚର୍ଯ୍ୟ କରିଦିଏ କିନ୍ତୁ ମଣିଷ ଯଦି ଚାଲାକ ଥିବ ତେବେ ସେହି ସମସ୍ୟା ର ସହଜରେ ସାମ୍ନା କରି ପାରିବେ । ଆଜି ଆମେ ଏମିତି ଏକ ଘଟଣା ବିଷୟରେ ଆପଣଙ୍କୁ କହିବୁ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ବିହାରର ମୁଂଗେର ରେ କଲ୍ୟାଣଟୋଲା ନାମକ ଗୋଟିଏ ଗାଁ ଅଛି, ଯେଉଁଠି ଗୋଟିଏ ମହିଳା (ଯାହାର ନାମ ପୁତୁଳ ଦେବୀ) ନିଜର ଘରର ତଳେ ବିଛଣା ବିଛାଇ ମଶାରୀ ଟଙ୍ଗାଇ ଭିତରେ ଶୋଇଥିଲା । ଶୋଇବା ସମୟରେ ତାହାର ଗୋଡ ମଶାରୀ ବାହାରକୁ ଚାଲିଗଲା, ତାଙ୍କୁ ଲାଗିଲା କି ତାଙ୍କ ଗୋଡରେ କିଛି ଲାଗିଛି ।

ସେହି ମହିଳା ନିଜର ଆଖି ଖୋଲିଲେ ଏବଂ ଦେଖିଲେ କି ତାଙ୍କ ଗୋଡରେ ଗୋଟିଏ ନାଗ ସାପ ବାନ୍ଧି ହୋଇ ଫଣା ଟେକି ରହିଛି । ସେ ପୁରା ପୁରୀ ଡରିଗଲେ । ସେ ଡରି ଯାଇ ତାଙ୍କ ପୁଅ କୁମାରଙ୍କୁ ଡାକିଲେ । ସେ ନିଜର ମାଙ୍କୁ ଦେଖି ଡରିଗଲେ । ସେହି ମହିଳା କିନ୍ତୁ ନିଜର ଗୋଡକୁ ହଲାଇଲେ ନାହିଁ ।

ଏହା ପରେ ତାଙ୍କ ପୁଅ ଆଖ ପାଖ ଲୋକମାନଙ୍କକୁ ଡାକିଲା ଏବଂ ଘରର ସମସ୍ତ ବ୍ୟକ୍ତି ଉଠିଲେ, କିଛି ସମୟ ମଧ୍ୟରେ ସେଠି ଭିଡ ହୋଇଗଲା । ସେହି ସମୟରେ ନାଗ ସାପ ପୁରା ପୁରୀ ଫଣା ଟେକି ବସିଥିଲା, ସେ ସେଠି କିଛି କରୁ ନଥିଲା କି ଯାଉ ନଥିଲା କେବଳ ମହିଳାକୁ ଗୋଟିଏ ଲୟରେ ଦେଖୁଥିଲା । ତାହା ପରେ ଆଖପାଖ ଲୋକମାନେ ଭଗବାନଙ୍କୁ ପାର୍ଥନା କରିବାକୁ ଲାଗିଲେ, କିଛି ଲୋକମାନେ ଭଜନ କୀର୍ତ୍ତନ କରିବା ଆରମ୍ଭ କରିଦେଲେ, କିଛି ସମୟ ପରେ ସାପଟି କାହାକୁ କିଛି ନ କରି ସେହି ଜାଗାରୁ ଚାଲିଗଲା ।

ଏହି କଥା ପୁରା ଗାଁ ସାରା ଖେଳିଗଲା । ଲୋକମାନେ ସେହି ମହିଳା ପାଖକୁ ଆସିବାକୁ ଲାଗିଲେ । ଲୋକମାନେ ଆଶ୍ଚର୍ଯ୍ୟ ଥିଲେ କି ସାପଟି ମହିଳାକୁ ଗୋଟିଏ ଲୟରେ ଦେଖୁଥିଲା ଏବଂ ମହିଳାକୁ କିଛି କ୍ଷତି କରିଲା ନାହିଁ । ଯଦି ମହିଳାକୁ ସାପଟା କାମୁଡି ଥାନ୍ତା ତେବେ କଣ ହୋଇଥାନ୍ତା ଏହା ଆପଣ ମାନେ ଜାଣିଥିବେ । ତେଣୁ ସବୁବେଳେ ସତର୍କ ରୁହନ୍ତୁ ଓ ସାପ କାମୁଡାର ପ୍ରଥିମିକ ଚିକିତ୍ସା ସମ୍ବନ୍ଧରେ ନିଜକୁ ଅବଗତ କରାଇ ନିଅନ୍ତୁ, ଆପଣଙ୍କର ବହୁତ କାମରେ ଆସିପାରେ।

ସାପ କାମୁଡିବା ପରେ ତୁରନ୍ତ କରନ୍ତୁ ଏହି ଉପାୟ

1. ଯଦି କୌଣସି ବ୍ୟକ୍ତିଙ୍କୁ ସାପ କାମୁଡିଛି ତାକୁ ସିଧା ଶୁଏଇ ଦିଅନ୍ତୁ, ଓ ତୁରନ୍ତ ହସ୍ପିଟାଲ ନେଇ ଯାଆନ୍ତୁ ।

2. ସାପ ଠିକ ଭାବରେ ଦେଖି ଚିହ୍ନିବାକୁ ଚେଷ୍ଟା କରନ୍ତୁ, ଯାହା କି ଚିକିତ୍ସା ସମୟରେ ଡାକ୍ତରଙ୍କୁ ସାହାଜ୍ଯ କରିବ ।

୩. ପୀଡିତଙ୍କ ଦେହରୁ ସମସ୍ତ ଗହଣା, ଘଣ୍ଟା ଆଦି ବାହାର କରି ଦିଅନ୍ତୁ, ତାଙ୍କୁ ବେହୋସ ହେବାକୁ ଦିଅନ୍ତୁ ନାହିଁ, ନେଚେତ ତାଙ୍କର ନିଶ୍ଵାସ ବନ୍ଦ ହେଇ ପାରେ ।

ସଚେତନତା ଆଣିବା ପାଇଁ ଗୋଟେ ଶେୟାର କରିବେ ।