ଇଏ ହେଉଛନ୍ତି ଦୁନିଆର ଏକ ମାତ୍ର ବ୍ୟାଟ୍ସମ୍ୟାନ ଯିଏ ଥରେ କି ଦୁଇଥର ନୁହେଁ ବରଂ ୨୪ଥର ଶେଷ ବଲ୍ ରେ ମାରିଛନ୍ତି ଛକା

ଶ୍ରୀଲଙ୍କାରେ ଖେଳା ଯାଇଥିବା ନିଦାସ ଟ୍ରଫିର ଫାଇନାଲ ମ୍ୟାଚରେ ଭାରତ ଏବଂ ବଙ୍ଗଳାଦେଶ ମଧ୍ୟରେ ଜବରଦସ୍ତ ଖେଳ ଦେଖିବାକୁ ମିଳିଥିଲା । ଏହି ମ୍ୟାଚକୁ ଦେଖି ଲାଗୁଥିଲା କି ଭାରତ ହାରି ଯିବ କିନ୍ତୁ ଶେଷ ୨ ଓଭରରେ ଭାରତକୁ ୩୪ ରନ ଦରକାର ଥିଲା । ଦିନେଶ କାର୍ତିକ ନିଜର ଜବରଦସ୍ତ ବ୍ୟାଟିଙ୍ଗ ଦେଖାଇ ଭାରତକୁ ଏକ ଐତିହାସିକ ବିଜୟ ଦେଇଥିଲେ । ଦିନେଶ କାର୍ତିକ ମ୍ୟାଚ ର ଶେଷ ବଲରେ ଛକା ମାରି ମ୍ୟାଚ ଜିତାଇ ଥିଲେ ।

ଏହି ବ୍ୟାଟସମାନ ମାନେ ଅନ୍ତିମ ବଳରେ ଛକା ମାରି ଜିତାଇଛନ୍ତି ମ୍ୟାଚ

ଏହି ଲିସ୍ଟରେ ପାକିସ୍ତାନ ର ଜାବେଦ ମିୟାଦାଦ, ଶ୍ରୀଳଙ୍କାର କପୁଗେଦେରା, ଦକ୍ଷିଣ ଆଫ୍ରିକାର ନେପୀୟର, ଜିମ୍ବାବ୍ୱେ ର ବ୍ରେନ୍ଡନ ଟେଲର, ନ୍ଯୂଜୀଲୈଂଡ ର ମୈକଲେରନ, ଏହି ସମସ୍ତ ବ୍ୟାଟସମାନ ବି ଶେଷ ବଲରେ ଛକା ମାରି ନିଜ ଟିମକୁ ଜିତାଇ ଛନ୍ତି ।

ଏହି ବ୍ୟାଟସମାନ ୨୪ ଥର ଶେଷ ବଲରେ ମାରିଛନ୍ତି ଛକା

ଅନ୍ତିମ ବଲରେ ବହୁତ ବ୍ୟାଟ୍ସମ୍ୟାନ ମାନେ ଛକା ମାରି ନିଜର ଟିମକୁ ଜିତାଇ ଛନ୍ତି । କିନ୍ତୁ ଏହି ଲିସ୍ଟରେ ଜଣେ ଭାରତୀୟ ଖେଳାଳିଙ୍କର ନାମ ଆସିଥାଏ ଯିଏକି ଥରେ କି ଦୁଇ ଥର ନୁହେଁ ପୁରା ୨୪ ଥର ମ୍ୟାଚରେ ଶେଷ ବଲରେ ଛକା ମାରି ଛନ୍ତି । ଏହି ଖେଳାନୀଙ୍କ ନାମ ମ୍ୟାଚର ଶେଷ ବଲରେ ସବୁଠୁ ବେଶୀ ଛକା ମାରିବାର ରେକର୍ଡ ଅଛି ।

ତେବେ ଆପଣଙ୍କୁ କହିଦେଉଛୁ ଯେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଭାରତୀୟ ଟିମର ପୂର୍ବ କପ୍ତାନ ଏବଂ ବର୍ତମାନର ୱିକେଟକୀପର ମହେଂଦ୍ର ସିଂହ ଧୋନୀ ଅଟନ୍ତି । ଧୋନୀ ଯେତେବେଳ ଇଂଟରନେଶନଲ ମ୍ୟାଚ ଖେଳିବା ଆରମ୍ଭ କରିଲେ ସେହି ସମୟରୁ ଆଜି ପର୍ଯ୍ୟନ୍ତ ସେ ଥରେ କିମ୍ବା ଦୁଇ ଥର ନୁହେଁ ୨୪ ଥର ମ୍ୟାଚର ଶେଷ ବଲରେ ଛକା ମାରିଛନ୍ତି ।

କପ୍ତାନ କୁଲ ନାମରେ ଜଣା ଯାଉଥିବା ଧୋନୀ ବର୍ତ୍ତମାନ ପର୍ଯ୍ୟନ୍ତ ୱନଡେ କ୍ରିକେଟର ମ୍ୟାଚରେ ୧୩ ଥର ଏବଂ ଟି – ୨୦ ରେ ୮ ଥର ଶେଷ ବଲରେ ଛକା ମାରି ଛନ୍ତି । ଏହି ରେକର୍ଡ କେବଳ ଧୋନୀ ଙ୍କ ନାଁ ରେ ହିଁ ଅଛି। ପୋଷ୍ଟଟି ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ । ଆଗକୁ ଏମିତି ଖେଳ ସମ୍ବଧୀୟ ଖବର ଗୁଡିକ ପାଇଁ ଆମ ପେଜ କୁ ଲାଇକ କରନ୍ତୁ, ଧନ୍ୟବାଦ ।