ଇତିହାସ ରେ ଏମିତି କେତେ କାହାଣୀ ସ୍ଵର୍ଣ ଅକ୍ଷରରେ ଲେଖା ଯାଇଛି, କିନ୍ତୁ ମହାରାଣା ପ୍ରତାପଙ୍କର ନାମ ଆସିଲେ ଲୋକମାନେ ଆଙ୍ଗୁଠି କାମୁଡି ପକାନ୍ତି । ଯାହାର କାରଣ ସେ ବହୁତ ବାହାଦୁର ଥିଲେ । ତେବେ ଆସନ୍ତୁ ଜାଣିବା ବୀର ମହାରାଣା ପ୍ରତାପଙ୍କ ଜିବନୀ ସହ ଜଡିତ କିଛି ତଥ୍ୟ ।
ମହାରାଣା ପ୍ରତାପଙ୍କ ଜୀବନୀ
ମହାରାଣା ପ୍ରତାପଙ୍କ ଜନ୍ମ ୯ ମେ ୧୫୪୦ ରେ ରାଜସ୍ଥାନ ରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ରାଣା ଉଦୟ ଏବଂ ମାତାଙ୍କ ନାମ ଜଯୱଂତୀବାଈ ଥିଲା । ସେ ୧୧ ଥର ବାହା ହୋଇଥିଲେ ଏବଂ ତାଙ୍କର ୧୭ ଟି ପୁତ୍ର ଥିଲେ । ସେ ବହୁତ ବାହାଦୂର ଥିଲେ ସେଥିପାଇଁ ସେ ଏକୁଟିଆ ହିଁ ଶତ୍ରୁ ସହିତ ଲଢିବା ପାଇଁ ତାଙ୍କ ଅଞ୍ଚଳକୁ ଚାଲି ଯାଉଥିଲେ । ମହାରାଣା ପ୍ରତାପ ପିଲାବେଳୁ ବଡ ପ୍ରତାପୀ ଏବଂ ସ୍ଵାଭିମାନ ଥିଲେ ।
ଭାରତର ବୀର ଯୋଦ୍ଧା ମହାରାଣା ପ୍ରତାପଙ୍କ ସ୍ଵତନ୍ତ୍ର ରହିବାକୁ ବହୁତ ଭଲ ଲାଗେ, ନିଜେ ସ୍ଵତନ୍ତ୍ର ରହିବା ପାଇଁ ମୁଗୋଲଙ୍କ ବିରୁଦ୍ଧରେ ମୋର୍ଚା ବାହାର କରିଥିଲେ । ମୁଗଲଙ୍କ ସମ୍ରାଟ ଅଶୋକ ବି ମହାରାଣା ପ୍ରତାପଙ୍କ ନାମରେ ଥର ଥର କମ୍ପୁ ଥିଲେ । ମୁଗଲଙ୍କ ସମ୍ରାଟଙ୍କୁ କେତେ ଥର ମହାରାଣା ପ୍ରତାପ ନିଜର ବିରତା ରେ ତାଙ୍କୁ ଧୁଳି ଚଟାଇ ସାରିଛନ୍ତି ।
ହଲଦିଘାଟ ର ଯୁଧ୍ୟ
ହଲିଦିଘାଟ ଯୁଧ୍ୟ ମହାରାଣା ପ୍ରତାପଙ୍କର ବିରତା ର ପରିଚୟ ଦେଇଥାଏ । ହଲଦିଘାଟ ଯୁଧ୍ୟ ୧୮ ଜୁନ, ୧୫୭୬ ମସିହାରେ ହୋଇଥିଲା, ଯାହା ଇତିହାସ ରେ ସ୍ଵର୍ଣ ଅକ୍ଷରରେ ଅଙ୍କିତ ଅଛି । ଏହି ଯୁଧ୍ୟରେ ମାତ୍ର ୨୦୦୦୦ ସୈନିକଙ୍କୁ ନେଇ ମହାରାଣା ପ୍ରତାପ ମୁଗଲଙ୍କ ୮୦୦୦୦ ସୈନିକଙ୍କ ସହ ମୁକାବିଲା କରିଥିଲେ ।
କମ ସୈନିକ ହେବା ପରେ ମଧ୍ୟ ମହାରାଣା ମୁଗଲଙ୍କ ଧଚିଆ ଉଡେଇ ଦେଇଥିଲେ । ମହାରାଣା ପ୍ରତାପଙ୍କ ଡ଼ରରେ ନିଜର ଜୀବନ ବଞ୍ଚାଇ ମୁଗଲଙ୍କ ସୈନିକମାନେ ଯୁଧ୍ୟ କ୍ଷେତ୍ର ଛାଡି ପଲୟାନ କଲେ ।
ମହାରାଣା ପ୍ରତାପଙ୍କୁ ଚେତକ ବହୁତ ପସନ୍ଦ ଥିଲା । ମହାରାଣା ପ୍ରତାପଙ୍କର ବହୁତ ଭଲ ଏବଂ ସୁନ୍ଦର ଘୋଡା ଥିଲା । ଚେତକର ବାହାଦୁରି ଇତିହାସରେ ମଧ୍ୟ ଲଖା ହୋଇଛି । ପିଲାବେଳେ ମହାରାଣା ପ୍ରତାପଙ୍କୁ ଘୋଡା ଚଳାଇବା ବହୁତ ପସନ୍ଦ ଥିଲା ।
ହଳଦୀଘାଟ ଯୁଧ୍ୟ ସମୟରେ ଚେତକ ବହୁତ କ୍ଷତ ବିକ୍ଷତ ହୋଇ ଯାଇଥିଲା । ଯାହା ଫଳରେ ତାହାର ମୁର୍ତ୍ୟୁ ହୋଇ ଯାଇଥିଲା । ଚେତକର ମୃତ୍ୟୁ ପରେ ମହାରାଣା ପ୍ରତାପ ବହୁତ ଦିନ ପର୍ଯ୍ୟନ୍ତ ମୌନ ହେଇ ଯାଇ ଥିଲେ ।