Mahanadi ରେ କାହିଁକି ବଢୁଛି ଦୁର୍ଘଟଣା ? ଗତ ଦୁଇ ବର୍ଷ ମଧ୍ୟରେ ଅଗ୍ନିଶମ ବିଭାଗ ପାଖକୁ ଆସିଛି 61 ରୁ ଅଧିକ Emergency Calls

ଦିନକୁ ଦିନ କା-ଳ ସାଜୁଛି ମହାନଦୀ । ତାଜା ଘଟଣାଟି ହେଉଛି ଗତକାଲି ସମ୍ବଲପୁରରେ ଦଳେଇପଡା ଘାଟରେ ଗାଧୋଇବା ବେଳେ ପେନସନ ପଡାର ମହମ୍ମଦ ଅଲତାବ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ପୁଅ ଏବଂ ଝିଅ ଭା-ସି ଯାଇଥିଲେ । ଗତକାଲି ପୁଅ ଏବଂ ବାପାଙ୍କୁ ଉ-ଦ୍ଧା-ର କରାଯାଇ ଥିବା ବେଳେ ଆଜି ବହୁ ଖୋଜାଖୋଜି ପରେ ଝିଅର ମୃ-ତ ଦେ-ହ ମିଳିଛି । ଏହି ଘଟଣା ସମଗ୍ର ସମ୍ବଲପୁରରେ ଶୋ-କା-କୁ-ଳ ପରିବେଶ ସୃଷ୍ଟି କରିଛି ।

ତଥ୍ୟ ଅନୁସାରେ କେବଳ ସମ୍ବଲପୁରରେ ଗତ ୫ ବର୍ଷ ମଧ୍ୟରେ ୨୧ ଟି ବୁ-ଡି ଘ-ଟ-ଣା ଘ-ଟି-ଛି, ଯେଉଁଥିରେ ୧୨ ରୁ ଅଧିକ ଜୀବନ ଚାଲି ଯାଇଛି । ୨୦୧୬ ମସିହା କଥା ମନେ ପକାନ୍ତୁ । ସେହି ବର୍ଷ ଅଗଷ୍ଟ ୩୧ ତାରିଖରେ କଟକ ଗଡଗଡିଆ ଘାଟରେ ଗାଧୋଉଥିବା ବେଳେ ମହାନଦୀରେ ଭା-ସି ଯାଇଥିଲେ ଭୁବନେଶ୍ବରର ଏକ ଇଞ୍ଜିନିୟରିଂ କଲେଜର ୪ ଜଣ ଛାତ୍ର । ସେମାନଙ୍କ ମଧ୍ୟରୁ ମାତ୍ର ଜଣେ ବଞ୍ଚି ଯାଇଥିଲେ ।

ସେମିତି ଗତ ଅଗଷ୍ଟ ୨୪ ତାରିଖରେ କଟକ ମହାନଦୀର ମୁଣ୍ଡଳୀ ଠାରେ ଓଡ୍ରାଫ ବୋଟ ଦୁ-ର୍ଘ-ଟ-ଣା-ଗ୍ର-ସ୍ତ ହୋଇ ଓ-ଟି-ଭି-ର ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସହ ଜଣେ ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କର ମଧ୍ୟ ମୃ-ତ୍ୟୁ ହୋଇଥିଲା । ମହାନଦୀରେ ବିଭିନ ସମୟରେ ଏମିତି ଛୋଟ ବଡ ଅ-ଘ-ଟ-ଣ ମାନ ଘ-ଟି ଚାଲିଛି । ଯାହାକୁ ରୋକିବା ପାଇଁ କଟକର ମହାନଦୀରେ ଗଡଗଡିଆ ଘାଟ ଓ ଯୋବ୍ରା ସହ ଅନ୍ୟ କିଛି ସ୍ଥାନକୁ ବି-ପ-ଦ ବୋଲି ଚିହ୍ନଟ କରି ନଦୀକୁ ନଯିବା ପାଇଁ ଫଳକ ଲଗାଇ ସତର୍କ କରିଛି ପ୍ରଶାସନ ।

ଯୋବ୍ରାରେ କିନ୍ତୁ ଏବେ ବି ନିର୍ଭୟରେ ସ୍ନାନ କରୁଛନ୍ତି ଲୋକେ । ପଚାରିବାରୁ କହୁଛନ୍ତି, ‘ପିଲାବେଳୁ ଗାଧୋଉଛୁ, ପହଁରା ଜାଣୁ । ଆମକୁ ନଦୀକୁ ଡ-ର ନାହିଁ ।’ ବେପରୁଆ ସ୍ନାନ ହେଉ କି ଦୁ-ର୍ଘ-ଟ-ଣା ଅବା ଆ-ତ୍ମ-ହ-ତ୍ୟା, ମହାନଦୀରେ ଜୀ-ବ-ନ ହା-ନି ଘ-ଟ-ଣା କିଛି ନୂଆ ନୁହେଁ । କେବଳ କଟକରେ ୨୦୧୯ରୁ ଆଜି ସୁଦ୍ଧା ୬୧ଟି କଲ୍ ପାଇଛି ଅଗ୍ନିଶମ ବିଭାଗ । ଯେଉଁଥିରୁ ୨୯ ଜଣଙ୍କ ଜୀବନ ରକ୍ଷା ପାଇଥିବା ବେଳେ ୩୨ ଜଣଙ୍କ ପ୍ରା-ଣ-ହା-ନି ହୋଇଛି ବୋଲି ସୂଚନା ଦେଇଛନ୍ତି ଚିଫ୍ ଫାୟାର ଅଫିସର ।

ସେ କହିଛନ୍ତି ରାଜ୍ୟରେ ୪୮୦ କିମି କୋଷ୍ଟାଲ ଲାଇନ ରହିଛି, ଯାହା ନଦୀ ନାଳ ଏବଂ ସମୁଦ୍ର ସଲଗ୍ନ । ଆ-ତ୍ମ-ହ-ତ-ୟା, ମା-ଛ-ମ-ରା ଓ ଗାଢୁଆ ଜନିତ ମୃ-ତ୍ୟୁ, ଦୈନିକ ୩-୪ ଟି ଦୁ-ର୍ଘ-ଟ-ଣା ଜନିତ ଖବର ଆସୁଛି । ସେ କହିଛନ୍ତି ସହରାଞ୍ଚଳରେ ଅଧିକାଂଶ ଲୋକେ ପହଁରା ଜାଣନ୍ତିନି। ନଦୀ ନାଳ କି ପୋଖରୀରେ ଗାଧୋଇବା ସେମାନଙ୍କୁ ଜଣାନାହିଁ ।

ସେଥିପାଇଁ ପ୍ରଶାସନ ପୂର୍ବରୁ ଆମ ନିଜକୁ ବ୍ୟକ୍ତିଗତ ଭାବେ ଏଥିପାଇଁ ସଚେତନ ରହିବା ଆବଶ୍ୟକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲୟକ କରନ୍ତୁ ।