କ୍ରିକେଟ ଜଗତରୁ ଆସିଲା ବଡ ଦୁଃଖଦ ଖବର, ଅକାଳରେ ମୃତ୍ୟୁବରଣ କଲେ ଏହି ମହାନ କ୍ରିକେଟର

କ୍ରିକେଟ ଜଗତ ତଥା କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ଯାହା ଅନେକ କ୍ରିକେଟ ପ୍ରେମୀ ତଥା କ୍ରିକେଟ ସହ ଜଡିତ ସମସ୍ତ ଲୋକଙ୍କୁ ମର୍ମାହତ କରିଛି । କ୍ରିକେଟ ଦୁନିଆ ଏହି ମହାନ ହସ୍ତୀଙ୍କୁ ହରାଇ ଦେଇଛି । ସେ ହେଉଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ତଥା ଅଲରାଉଣ୍ଡର ଆଣ୍ଡ୍ର୍ଯୁ ସାଇମଣ୍ଡସ । ଆଜ୍ଞା ହଁ, ଆଉ ଆମ ଗହଣରେ ନାହାନ୍ତି ଏହି ମହାନ କ୍ରିକେଟର ଆଣ୍ଡ୍ର୍ଯୁ ସାଇମଣ୍ଡସ । ନିଜ ପ୍ରଦର୍ଶନରେ ଅଷ୍ଟ୍ରେଲିଆ ପାଇଁ ସେ ଅନେକ ଥର ଗର୍ବ ଓ ଗୌରବ ଆଣି ଦେଇଛନ୍ତି ।

ଆମ ଦେଶ ଭାରତରେ ମଧ୍ୟ ଆଣ୍ଡ୍ର୍ଯୁ ସାଇମଣ୍ଡସଙ୍କ ଫ୍ୟାନ୍ସ କିଛି କମ୍ ନୁହନ୍ତି । ତାଙ୍କ ଧୂଆଁଦାର ବ୍ୟାଟିଂ ବଡ ବଡ ବୋଲର ମାନଙ୍କୁ ମଧ୍ୟ କନ୍ଦେଇ ଦିଏ । ସେ କ୍ରିଚକୁ ଆସିଲେ ଏକ ପ୍ରକାର ଭୟଭୀତ ହୋଇଯାନ୍ତି ବିପକ୍ଷ ଦଳ । କିନ୍ତୁ ଏକ ଦୁର୍ଭାଗ୍ୟବଶତଃ ସେ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଗତ ଶନିବାର ଦିନ ରାତିରେ ତାଙ୍କ ନିଜ ରାଜ୍ୟ କୁଇନ୍ସଲାଣ୍ଡର ଟାଉନ୍ସଭିଲେ ନାମକ ସହରରେ ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଏହି ଦୁର୍ଘଟଣା ଯୋଗୁଁ ସାଇମଣ୍ଡସ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ସୂଚନା ଦେଇଛି ପୋଲିସ । ରାତି ପ୍ରାୟ ୧୧ଟା ସମୟରେ ହାର୍ଭେରେଞ୍ଜ ରୋଡରେ କାର୍ ରେ ଯିବା ବେଳେ ଏକ ବ୍ରିଜ ନିକଟରେ ତାଙ୍କ କାର୍ ଟି ଓଲଟି ପଡିଥିଲା । ଏହାପରେ ସାଇମଣ୍ଡସଙ୍କୁ ସାଙ୍ଗେ ସାଙ୍ଗେ ମେଡିକାଲକୁ ନିଆ ଯାଇଥିଲା, କିନ୍ତୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଘୋଷଣା କରିଥିଲେ ଡାକ୍ତର ।

ଆଣ୍ଡ୍ର୍ଯୁ ସାଇମଣ୍ଡସ ଅଷ୍ଟ୍ରେଲିଆ ପାଇଁ ୨୬ଟି ଟେଷ୍ଟ ମ୍ଯାଚ, ୧୯୮ଟି ଦିନିକିଆ ଏବଂ ୧୪ଟି ଟି-୨୦ ମ୍ଯାଚ ଖେଳିଛନ୍ତି । ଅଷ୍ଟ୍ରେଲିଆ ଟିମ୍ ର ଦୁଇଥର ବିଶ୍ଵବିଜୟୀ ଦଳରେ ସେ ପ୍ରତିନିଧିତ୍ଵ କରିଥିଲେ । ତାଙ୍କର ଅକାଳ ମୃତ୍ୟୁରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଗଭୀର ଶୋକ ପ୍ରକାଶ କରିଛି । ଏହା ପୂର୍ବରୁ ମାର୍ଚ୍ଚ ୪ ତାରିଖରେ ଅଷ୍ଟ୍ରେଲିଆର ଏହି କିମ୍ବଦନ୍ତୀ ସ୍ପିନର ଶେନ ୱାର୍ଣ୍ଣଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା ।

ଅଷ୍ଟ୍ରେଲିଆ ପାଇଁ ତଥା ସାରା ବିଶ୍ଵର କ୍ରିକେଟ ଜଗତ ପାଇଁ ଲଗାତର ଏହିସବୁ ଦୁଃଖଦ ଖବର ସାମ୍ନାକୁ ଆସିବା ପରେ ଶୋକ ପ୍ରକାଶ କରୁଛନ୍ତି ସେମାନଙ୍କ ପ୍ରଶଂସକ ଏବଂ ଶୁଭେଚ୍ଛୁ ମାନେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।