ସବୁ ଦିନ ପାଇଁ Sumit ଘର ଛାଡି ଚାଲିଯିବେ Tapaswini ? ଏମିତି କଣ ହେଲା କି ଆଜି…

ଆଜି ବି ସମାଧାନ ହୋଇ ପରିନାହିଁ ବହୁଚର୍ଚ୍ଚିତ ସୁମିତ ଓ ତପସ୍ଵିନୀ ବିବାଦ । କିନ୍ତୁ ଏବେ ତପସ୍ଵିନୀ ଓ ସୁମିତଙ୍କ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିବା ନେଇ ଆଶଙ୍କା ବଢିବାରେ ଲାଗିଛି । ଆଉ କେହି କାହା ମୁହଁ ଚାହିଁବେନି ଓ ତପସ୍ଵିନୀ ସୁମିତଙ୍କ ଘର ଛାଡି ଚାଲିଯିବେ ବୋଲି ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଅତୀତର ସବୁ ସ୍ମୃତିକୁ ସମାଧି ଦେଇ ଦୁହେଁ ଦୁହିଁଙ୍କୁ ଭୁଲିଯିବେ । ତେବେ ଡିଭୋର୍ସ ପରେ ତପସ୍ଵିନୀଙ୍କ ଜୀବନ କିପରି ହେବ ତାକୁ ନେଇ ମଧ୍ୟ ଆଲୋଚନା ହେଉଛି । ଡିଭୋର୍ସ ପରେ ସୁମିତ କଣ ଆଉ କାହାର ହାତ ଧରିବାକୁ ଯାଉଛନ୍ତି କି ?

ସୁମିତ ଏବେବି ତପସ୍ଵିନୀଙ୍କୁ ଡିଭୋର୍ସ ଦେବା ପାଇଁ ପୁରା ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ତପସ୍ଵିନୀ କିନ୍ତୁ ତାଙ୍କୁ ଡିଭୋର୍ସ ଦେବା ପାଇଁ ବିଲକୁଲ ରାଜି ନାହାନ୍ତି । ତପସ୍ଵିନୀ ଯଦି ଏଥିପାଇଁ ଅନୁମତି ଦେବେ ନାହିଁ ତେବେ କଣ ଡିଭୋର୍ସ ହୋଇପାରିବ କି ବୋଲି ପ୍ରଶ୍ନ ଉଠୁଛି । ଆଇନ ଅନୁସାରେ ମନ ମତାନ୍ତର ପାଇଁ ହେଉ ଅବା ଡୋମେଷ୍ଟିକ ଭାଓଲେନ୍ସ ପାଇଁ ହେଉ ଯଦି ଜଣେ ଅନ୍ୟଜଣଙ୍କ ସହ ରହିବାକୁ ଇଚ୍ଛା କରୁନାହିଁ ତେବେ କୌଣସି କାରଣରୁ ମଧ୍ୟ ଅଲଗା ରହିବା ପାଇଁ ସେ ନିୟମର ସହାୟତା ନେଇପାରିବେ ।

ଏହିସବୁ ଦେଖି ଲାଗୁଛି କି ତପସ୍ଵିନୀ ଓ ସୁମିତଙ୍କ ମିଳନ ଆଉ ସମ୍ଭବ ନୁହେଁ । ଯେଉଁ ସ୍ବାମୀଙ୍କ ସହ ତାଙ୍କ ନାମ ଯୋଡି ହୋଇ ରହିଥିଲା ତାଙ୍କ ଠାରୁ ସବୁଦିନ ପାଇଁ ଅଲଗା ହେବା ତପସ୍ଵିନୀଙ୍କ ପାଇଁ ସହଜ ହେବନାହିଁ । ତପସ୍ଵିନୀଙ୍କ ସବୁ ଚେଷ୍ଟା ବିଫଳ ହୋଇଥିବାର ଦେଖିବାକୁ ମିଳୁଛି । ସମସ୍ତ ମଧ୍ୟସ୍ଥତା, କୋର୍ଟର ଚେଷ୍ଟା ଓ ପିତାମାତା ଗୁରୁଜନଙ୍କ ପରାମର୍ଶ ସବୁକିଛି ବିଫଳ ହୋଇଛି ।

ଅଭିମାନ ହେଉ କି ରାଗ, ସବୁ ଶେଷ କରିବାକୁ ଜିଦ୍ କରି ଶେଷରେ ଡିଭୋର୍ସ ପାଇଁ ମନ ସ୍ଥିର କରି ନେଇଛନ୍ତି ସୁମିତ । ବର୍ତ୍ତମାନ ତପସ୍ଵିନୀ ସୁମିତଙ୍କ ଘରେ ରହୁଥିବା ବେଳେ ଡିଭୋର୍ସକୁ ମଧ୍ୟ ସ୍ଵୀକାର କରିବା ପାଇଁ ରାଜି ହେଉନାହାନ୍ତି । କିନ୍ତୁ ଯଦି ସୁମିତ ତାଙ୍କୁ ନ ଆପଣାନ୍ତି ତେବେ ସବୁଦିନ ପାଇଁ ତପସ୍ଵିନୀଙ୍କୁ ସୁମିତଙ୍କ ଘର ଛାଡି ଚାଲିଯିବାକୁ ହେବ । ସେପଟେ ସୁମିତ ଡିଭୋର୍ସ ସିନା ଦେବେ କିନ୍ତୁ ତପସ୍ଵିନୀଙ୍କ ଭରଣପୋଷଣ ପାଇଁ ଟଙ୍କା କିନ୍ତୁ ଦେବେ ।

ହୁଏତ ଏହି ଦୁହେଁ ଆଉ କେବେ ମିଶି ନପାରନ୍ତି । ଯେଉଁ ଯୋଡି ମିଶିଯାନ୍ତୁ ବୋଲି ରାଜ୍ୟ ସାରା ଲୋକେ ଅପେକ୍ଷା କରିଥିଲେ ହୁଏତ ସେହି ଯୋଡି ଆଉ କେବେବି ଏକାଠି ହେବେନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।