ଆପଣ ଗୁଗଲ ରେ ଏସବୁ ଦେଖୁଛନ୍ତି କି ? ହୋଇଯାନ୍ତୁ ସତର୍କ ! ନଚେତ ଯାଇପାରନ୍ତି ଜେଲ୍…

ଏହିପରି କିଛି ଜିନିଷ ଯଦି ଗୁଗୁଲରେ ସର୍ଚ କରୁଛନ୍ତି କିମ୍ବା ଦେଖୁଛନ୍ତି ତେବେ ଏବେଠୁ ସାବଧାନ ହୋଇଯାନ୍ତୁ । ନଚେତ ଆପଣଙ୍କୁ ଜେଲ୍ ହୋଇପାରେ । ଆମ ଦୈନନ୍ଦିନ ଜୀବନରେ ଗୁଗୁଲ ଏତେ ଜରୁରୀ ହୋଇପଡିଛି କି ଯେକୌଣସି ସୂଚନା ଜାଣିବା ପାଇଁ ଆମେ ସମସ୍ତେ ପ୍ରଥମେ ଗୁଗୁଲ ଖୋଲିଥାଉ । କିନ୍ତୁ ଆପଣ ଜାଣିବା ଉଚିତ କି ଆମେ ଗୁଗୁଲରେ ଯାହାବି ସର୍ଚ କରୁଛୁ ତାହା ଉପରେ ନଜର ରଖାଯାଏ । ତେବେ ଚାଲନ୍ତୁ ଜାଣିବା କଣ ସବୁ ଗୁଗୁଲରେ ସର୍ଚ କରିବା ଉଚିତ ନୁହେଁ ।

ପ୍ରଥମରେ ହେଉଛି ବୋମା ତିଆରି କରିବା ଉପାୟ । ଯଦି ଆପଣ ଗୁଗୁଲରେ ଏହି ଉପାୟ ସର୍ଚ କରନ୍ତି ତେବେ ଆପଣ ସୁରକ୍ଷା ଏଜେନ୍ସିର ରାଡ଼ାରକୁ ଆସିପାରନ୍ତି ଓ ଆପଣଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରେ । ତେଣୁ ଗୁଗୁଲରେ ବୋମା ତିଆରି କରିବା ପଦ୍ଧତିକୁ କେବେବି ଖୋଜିବେ ନାହିଁ ।

ଦ୍ଵିତୀୟରେ ଯଦି ଆପଣ ଗୁଗୁଲରେ ଏପରି କିଛି ବିଷୟବସ୍ତୁ ଖୋଜନ୍ତି ଯାହା ପିଲା ମାନଙ୍କର ଶୋଷଣ ବା ଶିଶୁ ଅଶ୍ଳୀଳତା ସହ ଜଡିତ ତେବେ ଗୁଗୁଲ ଆପଣଙ୍କୁଇ ଦଣ୍ଡ ଦେଇପାରେ । ଭାରତୀୟ ଆଇନରେ ମଧ୍ୟ ଏଥିପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି । ଆପଣ ପୋସ୍କୋ ଆକ୍ଟ ଅନୁଯାୟୀ ୫-୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଯାଇପାରନ୍ତି ।

ଯଦି ଆପଣ ଗୁଗୁଲରେ ଗର୍ଭପାତ ସମ୍ପର୍କରେ ସୂଚନା ଖୋଜନ୍ତି ତେବେ ଆପଣ ଆଇନ କବଳରେ ଧରାପଡିବେ । ଭାରତରେ ଗର୍ଭପାତ କରିବା ଆଇନଗତ ଅପରାଧ ଅଟେ । ଏଥିପାଇଁ କେବଳ ଡାକ୍ତରଙ୍କ ପାଖେ ଅନୁମତି ଥାଏ । ସାଇବର ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଆମେ ଗୁଗୁଲରେ ଯାହାବି ସର୍ଚ କରୁ ତାହା ମାସ ମାସ ଧାରୀଉ କୁକିସ ଓ ସର୍ଚ ହିଷ୍ଟ୍ରିରେ ଷ୍ଟୋର ହୋଇ ରୁହେ ।

ତେଣୁ ଏହି ସବୁ ସମ୍ବନ୍ଧୀୟ କିଛି କି-ୱାର୍ଡ ରହିଛି ଯାହା ଆପଣ ଗୁଗୁଲରେ ବିଲକୁଲ ମଧ୍ୟ ସର୍ଚ କରିବା ଉଚିତ ନୁହେଁ । ଚାଇଲ୍ଡ ପର୍ଣ୍ଣ, ଆବୋର୍ସନ ଓ ବମ୍ ମେକିଂ ଭଳି କି-ୱାର୍ଡ ସବୁ ଖୋଜିବା ଦଣ୍ଡନୀୟ ଅପରାଧ ଅଟେ । ଏହିସବୁ ଜିନିଷ ଗୁଗୁଲରେ ଖୋଜିବା ଦ୍ଵାରା ଆପଣଙ୍କୁ ଜେଲ ହୋଇପାରେ । ଆପଣ ଗୁଗୁଲରେ ଯାହା ଖୋଜୁଛନ୍ତି ତାହା କିଛି ଲୋକ ତଥା ସୁରକ୍ଷା ଦଳ ନଜର ରଖୁଛନ୍ତି ।

ଏପରି ପରିସ୍ଥିତିରେ ଏହି ବିପଦଜନକ କି-ୱାର୍ଡ ନଜର ଆସିଲେ ତାକୁ ଟ୍ରାକ କରାଯାଏ । ତେଣୁ ଆପଣ ଏହିସବୁ କେକେବି ଗୁଗୁଲରେ ସର୍ଚ କରନ୍ତୁ ନାହିଁ କି ନିଜକୁ ବିପଦରେ ପକାନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।