ସ୍ତ୍ରୀଙ୍କ ପାଇଁ ଅଡ଼ୁଆରେ ସ୍ବାମୀ ! ଫସେଇ ଦେଲା 6 ଲକ୍ଷ ଟଙ୍କା…

ସ୍ଵାମୀ ଥାନା ଅଧିକାରୀ ହୋଇଥିବା ବେଳେ ସ୍ତ୍ରୀ ଅବକାରୀ ଅଧିକ୍ଷକ । ତେଣୁ ଉଭୟ ବାପଘରେ ଆଉ ଶାଶୁଘରେ ଭିଜିଲାନ୍ସ । ସ୍ତ୍ରୀଙ୍କ ପାଇଁ ହରଡଘଣାରେ ପଡିଛନ୍ତି ସ୍ଵାମୀ । ସୁନା ବିସ୍କୁଟ ସହ ପୁଳା ପୁଳା ସୁନା ଅଳଙ୍କାର ଜବତ ହୋଇଛି । ଭିଜିଲାନ୍ସ କବଜାରେ ଅବକାରୀ ବିଭାଗର ଅଧିକାରିଣୀ ଥିବା ବେଳେ ୬ ଲକ୍ଷ ଟଙ୍କା ଅଡୁଆରେ ପକାଇ ଦେଇଛି । ରାୟଗଡା ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକ ନିନା ବେଉରାଙ୍କ ବାପଘରେ ଏବଂ ଶାଶୁଘରେ ଭିଜିଲାନ୍ସ ଆରମ୍ଭ କରିଛି ଛାନଭିନ ।

ସ୍ତ୍ରୀ ଭିଜିଲାନ୍ସ ପଞ୍ଝାକୁ ଆସିବା ପରେ ପୋଲିସ ସ୍ଵାମୀଙ୍କ ପାଇଁ ଅଡୁଆ ବଢିଛି । ନିନାଙ୍କ ଭୁବନେଶ୍ବରର ପଲାସପଲ୍ଲୀ ସ୍ଥିତ ବାପଘରେ ଭିଜିଲାନ୍ସ ତନତନ କରି ଯାଞ୍ଚ କରି ସୁନା ବିସ୍କୁଟ ସହ ଅନେକ ସୁନାଗହଣା ଜବତ କରିଛି । ନିନାଙ୍କ ସ୍ଵାମୀ ମହଙ୍ଗା ଥାନାରେ ଆଇଆଇସି ଅଛନ୍ତି । ପତ୍ନୀ ନିନା ଏତେ ଟଙ୍କା କେଉଁଠୁ ଆଣିଲେ ଏବଂ କୁଆଡେ ନେଇ ଯାଉଥିଲେ ଏନେଇ ସ୍ଵାମୀ କିଛି ଜାଣି ନଥିବା କହିଛନ୍ତି ।

ତାଙ୍କୁ ଏନେଇ କୌଣସି ଖବର ଥିଲା କି ତାଙ୍କ ପତ୍ନୀ ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ ବୋଲି ପଚରା ଯିବାରୁ ସେ ଟଙ୍କା କଥା କିଛି ବି ଜାଣି ନଥିବା ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି । ସ୍ତ୍ରୀ ଙ୍କ ଏଭଳି କାର୍ଯ୍ୟ ପୋଲିସ ସ୍ଵାମୀଙ୍କ ସହ ଉଭୟଙ୍କ ଘରଲୋକଙ୍କୁ ମଧ୍ୟ ଅଡୁଆରେ ପକାଇ ଦେଇଛି ।

ରାୟଗଡାରୁ ୬ ଲକ୍ଷ ଟଙ୍କା ଧରି ବାହାରିଥିଲେ ନିନା ବେଉରା । ଅଧାବାଟରେ ଭିଜିଲାନ୍ସ ତାଙ୍କୁ କାବୁ କରି ଏହି ୬ ଲକ୍ଷ ଟଙ୍କାର ହିସାବ ମାଗିଥିଲେ । କିନ୍ତୁ ହିସାବ ଦେବା ବଦଳରେ ଅସ୍ପଷ୍ଟ କଥା ହୋଇଥିଲେ ନିନା ବେଉରା । ଏହାପରେ ଭିଜିଲାନ୍ସର ସନ୍ଦେହ ବଢିବା ପରେ ଏକ ଟିମ୍ ଯାଇ ତାଙ୍କ ବାପଘର ସମେତ ଶାଶୁଘରେ ମଧ୍ୟ ଛାନଭିନ ମଧ୍ୟ ଆରମ୍ଭ କରିଛି ।

ତେବେ ନିନା ଏତେ ଟଙ୍କା ନେଇ ଯାଉଥିବା ସୂଚନା ଭିଜିଲାନ୍ସ କିପରି ପାଇଲା ତାହା ମଧ୍ୟ ଠିକ ଭାବେ ଜଣା ପଡିନାହିଁ । ଏବେ ଭିଜିଲାନ୍ସର ଛାନଭିନ ଚାଲିଛି ଆଉ ଏହାପରେ ଆହୁରି ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।