ମହାମୃତ୍ୟୁଞ୍ଜୟ ମନ୍ତ୍ର : ଅକାଳ ମୁର୍ତ୍ୟୁରୁ ଦେଇଥାଏ ମୁକ୍ତି, ଦୂର କରିଥାଏ ସମସ୍ତ ଅସାଧ୍ୟ ରୋଗ, ଜାଣନ୍ତୁ ଏହାର ବିଧି

ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କୁ ତ୍ରିଦେବ କୁହାଯାଏ । ଭଗବାନ ଶିବଙ୍କୁ ସଂହାର ଦେବତା ବୋଲି ବି କୁହାଯାଏ । ଏହିଭଳି ଭାବରେ ଭଗବାନ ଶିବ ୧୨ଟି ନାମରେ ପ୍ରଖ୍ୟାତ ଅଛନ୍ତି । ମହିଳାଙ୍କ ଠାରୁ ଆରମ୍ଭ କରି ପୁରୁଷ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଭକ୍ତି କରିଥାନ୍ତି । ଭୋଳାନାଥଙ୍କର ପୂଜା ଯଦି ଭକ୍ତିର ସହିତ କରାଯାଏ ତେବେ ସେ ନିଜର ଭକ୍ତ ମାନଙ୍କର ଦୁଃଖକୁ ନିଶ୍ଚିତ ଶୁଣିଥାନ୍ତି ।

ଆଜିର ଏହି ପୋଷ୍ଟରେ ଆମେ ଆପଣମାନଙ୍କୁ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ । ଏହି ମନ୍ତ୍ର ଜପ ଦ୍ଵାରା ଆପଣ ଅକାଳ ମୁର୍ତ୍ୟୁରୁ ମୁକ୍ତିର ବରଦାନ ପାଇ ପାରିବେ । ଏହି ମନ୍ତ୍ର ଜପ ଦ୍ଵାରା ଭକ୍ତମାନଙ୍କୁ ଅସାଧ୍ୟ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।

ମହାମୃତ୍ୟୁଞ୍ଜୟ ମନ୍ତ୍ର

ତ୍ର୍ୟମ୍ବକଂ ୟଜାମହେ ସୁଗନ୍ଧିଂ ପୁଷ୍ଟିବର୍ଧନମ୍ ।

ଉର୍ବାରୁକମିବ ବନ୍ଧନାନ୍ ମୃତ୍ୟୁର୍ମୁକ୍ଷୀୟ ମାମୃତାତ୍ II

କେଉଁ ସମସ୍ୟାରେ ଏହି ମନ୍ତ୍ରକୁ କେତେ ଥର କରିବେ ଜପ

·    ଯଦି ଆପଣ ଭୟରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଏହି ମନ୍ତ୍ରକୁ ୧୧୦୦ ଥର ଜପ କରନ୍ତୁ ।

·    ରୋଗରୁ ମୁକ୍ତି ପାଇବା ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ ୧୧୦୦୦ ଥର କରନ୍ତୁ ।

·    ପୁତ୍ର ପ୍ରାପ୍ତି, ଉନ୍ନତି, ଅକାଳ ମୁର୍ତ୍ୟୁରୁ ବଞ୍ଚିବା ପାଇଁ ଏହି ମନ୍ତ୍ରକୁ ୧.୫ ଲକ୍ଷ ଥର ଜପ କରନ୍ତୁ ।

ମନେ ରଖନ୍ତୁ ଏହି ମନ୍ତ୍ରର ଫଳ ସେତେବେଳ ଆପଣଙ୍କୁ ପ୍ରାପ୍ତି ହେବ ଯେତେବେଳ ଆପଣ ଏହାକୁ ପୂର୍ଣ୍ଣ ଶ୍ରଦ୍ଧା ଓ ବିଶ୍ୱାସର ସହ ଜପ କରି ଭଗବାନ ଶିବଙ୍କର ସାଧନା କରିବେ ।

ମହାମୃତ୍ୟୁଞ୍ଜୟ ମନ୍ତ୍ରର ଉତ୍ପତ୍ତିର କଥା

ପୌରାଣିକ ମାନ୍ୟତା ଅନୁସାରେ ଋଷି ମୃକଣ୍ଡୁ ଓ ତାଙ୍କର ପତ୍ନୀ ମରୁଦ୍ମତି ପୁତ୍ର ପ୍ରାପ୍ତି ପାଇଁ ଭୋଳାନାଥଙ୍କର କଠୋର ତପସ୍ୟା କରିଲେ । ତାଙ୍କର ତପସ୍ୟାରେ ଖୁସି ହୋଇ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଲେ ଓ ସେମାନଙ୍କ ସାମ୍ନାରେ ମନୋକାମନା ପୂର୍ତ୍ତି କରିବା ପାଇଁ ଦୁଇଟି ବିକଳ୍ପ ରଖିଲେ । ପ୍ରଥମ – ଅଳ୍ପାୟୁ, ବୁଦ୍ଧିମାନ ପୁତ୍ର ଓ ଦ୍ଵିତୀୟ – ଦୀର୍ଘାୟୁ ମନ୍ଦବୁଦ୍ଧି ପୁତ୍ର । ଏହା ପରେ ଋଷି ମୃକଣ୍ଡୁ ଅଳ୍ପାୟୁ ବୁଦ୍ଧିମାନ ପୁତ୍ର ଇଚ୍ଛା କରିଲେ ଯାହାର ପରିଣାମ ସ୍ୱରୂପ ତାଙ୍କୁ ଏକ ପୁତ୍ର ପ୍ରାପ୍ତି ହେଲା ଯାହାର ନାମ ସେ ମାର୍କଣ୍ଡେୟ ରଖିଲେ ।

କିନ୍ତୁ ମାର୍କଣ୍ଡେୟର ଜୀବନକାଳ କେବଳ ୧୬ ବର୍ଷ ପର୍ଯ୍ୟନ୍ତ ହିଁ ଥିଲା । ଯେତେବେଳେ ମାର୍କଣ୍ଡେୟକୁ ଏହି କଥା ବିଷୟରେ ଜଣା ପଡିଲା ତେବେ ସେ ଭଗବାନ ଶିବଙ୍କର ତପସ୍ୟା କରିଲେ । ଏହା ପରେ ୧୬ ବର୍ଷ ହେବା ମାତ୍ରେ ହିଁ ଯମରାଜ ମାର୍କଣ୍ଡେୟର ପ୍ରାଣ ନେବା ପାଇଁ ଆସିଗଲେ । କିନ୍ତୁ ସେତେବେଳେ ମାର୍କଣ୍ଡେୟ ସେହି ସ୍ଥାନରୁ କାଶି ଚାଲିଗଲେ । ଯମରାଜ ବି ତାଙ୍କ ପଛେ ପଛେ ଗଲେ ।

ମାର୍କଣ୍ଡେୟ ଦୌଡି ଦୌଡି କିଛି ଦୂରରେ ଥିବା କୈଥୀ ନାମକ ଏକ ଗ୍ରାମର ମନ୍ଦିରର ଶିବଲିଙ୍ଗଙ୍କୁ ଆଲିଙ୍ଗନ କରିଲେ ଓ ଭଗବାନ ଶିବଙ୍କୁ ଆହ୍ଵାନ କରିବାକୁ ଲାଗିଲେ । ମାର୍କଣ୍ଡେୟର ଆହ୍ଵାନ ଶୁଣି ମହାଦେବ ପ୍ରକଟ ହେଲେ ଓ ଭଗବାନ ଶିବଙ୍କର ତୃତୀୟ ନେତ୍ରରୁ ମହାମୃତ୍ୟୁଞ୍ଜୟ ମନ୍ତ୍ର ର ଉତ୍ପତ୍ତି ହେଲା । ଏହା ପରେ ଭଗବାନ ଶିବ ମାର୍କଣ୍ଡେୟକୁ ଅମର ବରଦାନ ଦେଲେ । ଏହା ପରେ ଯମରାଜ ଯମଲୋକକୁ ଫେରିଗଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।