ଦେଖନ୍ତୁ ଭିଡିଓ : ଫୋନ ରେ କଥା ହେବାରେ ଏତେ ବିଜି କି ଅଟୋ ରେ ପିଲାକୁ ହିଁ ଭୁଲିଗଲା ମା’

ଟ୍ବିଟର ରେ ଶୁକ୍ରବାର ଦିନ ଗୋଟିଏ ଭିଡିଓ ଚର୍ଚ୍ଚାର ବିଷୟ ହୋଇଥିଲା । ୨୫ ସେକେଣ୍ଡ ର ଏହି ଭିଡିଓରେ ଏମିତି କିଛି ହେଉଛି, ଯାହାକୁ ଭାବିଲେ ଦେହ ସିତେଇ ଉଠେ । ଶୁକ୍ରବାର ଦିନ ୩ଟା ରେ ଏହି ଭିଡିଓ ସେୟାର କରା ଯାଇଛି । ଯାହାକୁ ଗୋଟିଏ ଘଣ୍ଟାରେ ୧ ହଜାର ରୁ ଅଧିକ ଲୋକ ଦେଖି ସାରିଛନ୍ତି । ଭିଡିଓରେ ଗୋଟିଏ ମହିଳା ଫୋନରେ କଥା ହେଉଥିବା ଅବସ୍ଥାରେ ଯାଉଛି ଓ ପଛରୁ ଗୋଟିଏ ଲୋକ

କୋଳରେ ଗୋଟିଏ ଛୋଟ ପିଲାକୁ ଧରି ତା’କୁ ଡାକୁଛି । ସେହି ଲୋକଟି ଜୋର ରେ ଚିଲାଇ ମହିଳା ଜଣଙ୍କୁ ଅଟକାଉଛି ।

ତା’ ପାଖକୁ ଯାଇ ତା’ର ପିଲାକୁ ଦେଉଛି ଓ ପଚାରୁଛି କି ପିଲାଟି ଆପଣଙ୍କର ଅଟେ ନା ? ମହିଳା ଜଣଙ୍କ ହଁ କହି ପିଲାଟିକୁ କୋଳାଇ ନେଉଛି । ଆଖ ପାଖରେ ବହୁତ ସାରା ଲୋକ ମଧ୍ୟ ଠିଆ ହୋଇଥିବାର ନଜର ଆସୁଛନ୍ତି ।

ଏହି ଭିଡିଓ କୁ @Amit_smiling ନାମକ ଜଣେ ୟୁଜର ସେୟାର କରିଛନ୍ତି । ଭିଡିଓ ସେୟାର କରି ସେ ଲେଖିଛନ୍ତି ସାଧାରଣତଃ ଲୋକ ଅଟୋରେ ନିଜର ଛତା ବା ବ୍ୟାଗ ଭୁଲି ଯାଆନ୍ତି, ଏହି ମ୍ୟାଡମ ତ ନିଜର ପିଲାକୁ ହିଁ ଭୁଲିଗଲେ ।’

ୟୁଜରମାନେ କହିଲେ Fake ଲାଗୁଛି

ଏହି ଭିଡିଓଟି କେଉଁ ଜାଗାର ତାହା ଜଣା ନାହିଁ । ଭିଡିଓ ସତ ଅଟେ ନା କୌଣସି ବିଜ୍ଞାପନ ନା କୌଣସି ଫିଲ୍ମର ସୁଟ ଅଟେ ଏହା ମଧ୍ୟ ଜଣା ନାହିଁ । ଟ୍ବିଟରରେ କିଛି ୟୁଜର ଏହାର ସତ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ୟୁଜରଙ୍କୁ ଲାଗୁଛି କି ଏହି ଭିଡିଓ ଫର୍ଜି ଅଟେ । ଅର୍ଥାତ କୌଣସି ଡ୍ରାମା ବା ବିଜ୍ଞାପନ ପାଇଁ ସୁଟ କରା ଯାଉଛି । ସେହିଠାରେ କିଛି ୟୁଜର ମଧ୍ୟ ଚିନ୍ତା ଜାହିର କରିଛନ୍ତି ।

https://twitter.com/nitishkharat7/status/1164833087663960065

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।