କଞ୍ଚା ପିଆଜର ସେବନ ଏହି ୨ ଜଣଙ୍କ ପାଇଁ ହୋଇପାରେ ବିଷ, ଭୁଲରେ ବି କରିବା କଥା ନୁହେଁ ଏହାର ସେବନ

କହିବାକୁ ଗଲେ ପିଆଜ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ପିଆଜରେ ଭରପୁର ମାତ୍ରାରେ ପୋଷକ ତତ୍ଵ ଓ ପ୍ରୋଟେକ୍ଟିବ କଂପାଉଂଡ ଥାଏ, ଯାହା ଭିନ୍ନ ଭିନ୍ନ ରୋଗ ସହିତ ଲଢିବା ପାଇଁ ସାହାର୍ଯ୍ୟ କରିଥାଏ । ଆଜି ପର୍ଯ୍ୟନ୍ତ ଆପଣମାନେ କଞ୍ଚା ପିଆଜରୁ ହେଉଥିବା ଲାଭ ବିଷୟରେ ଶୁଣିଥିବେ କିନ୍ତୁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ କଞ୍ଚା ପିଆଜରୁ ହେଉଥିବା କ୍ଷତି ବିଷୟରେ କହିବାକୁ ଯାଉଛୁ । କହିବାକୁ ଗଲେ

କିଛି ଖାସ ଲୋକମାନଙ୍କୁ କଞ୍ଚା ପିଆଜର ସେବନ କରିବା ଉଚିତ ନୁହେଁ ।

କଞ୍ଚା ପିଆଜ ଖାଇବାର ଲାଭ

ବ୍ଲଡ ପ୍ରେଶରକୁ ନର୍ମାଲ ରଖେ

କଞ୍ଚା ପିଆଜ ହାଈ ବ୍ଲଡ ପ୍ରେଶରକୁ ନର୍ମାଲ ରଖିବାରେ ସାହାର୍ଯ୍ୟ କରିଥାଏ । ଏହା ବନ୍ଦ ହୋଇଯାଇଥିବା ରକ୍ତ ଧମନୀକୁ ଖୋଲି ଦେଇଥାଏ । ଯାହା ଦ୍ଵାରା ହାର୍ଟ ରୋଗ ହେବାର ସମ୍ଭାବନା କମ ହୋଇଯାଏ ।

ଡାଇବେଟିସରେ ପାଇଁ ଭଲ

କଞ୍ଚା ପିଆଜ ଡାଇବେଟିସ ପାଇଁ ବି ଲାଭଦାୟକ ହୋଇଥାଏ । ଏହା ଶରୀରରେ ଇଂସୁଲିନର ମାତ୍ରାକୁ ବଢାଇଥାଏ ।

ପେଟରେ ସମସ୍ୟା

କଞ୍ଚା ପିଆଜରେ ଅଧିକ ମାତ୍ରାରେ ଫାଇବର ମିଳିଥାଏ । ଯାହା ପେଟର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାର୍ଯ୍ୟ କରିଥାଏ । ଏହା ପେଟକୁ ପୂରାପୂରି ସଫା ବି କରି ଦେଇଥାଏ । ସେଥିପାଇଁ ଯେଉଁ ଲୋକମାନଙ୍କୁ ପେଟର ସମସ୍ୟା ଅଛି ସେମାନଙ୍କୁ କଞ୍ଚା ପିଆଜର ସେବନ ନିଶ୍ଚିତ କରିବା ଉଚିତ ।

ଏହି ୨ ଜଣ ରୋଗୀଙ୍କ ପାଇଁ ଉଚିତ ନୁହେଁ ପିଆଜର ସେବନ

ଲିବର ସମସ୍ୟାରେ ପୀଡିତ ଥିବା ଲୋକମାନେ

ଯେଉଁ ଲୋକମାନେ ଲିବର ସମସ୍ୟାରେ ପୀଡିତ ଅଛନ୍ତି ତାଙ୍କ ପାଇଁ କଞ୍ଚା ପିଆଜର ସେବନ ବିଷ ସମାନ ହୋଇଥାଏ । କହିବାକୁ ଗଲେ କଞ୍ଚା ପିଆଜ ଲିବରର ସମସ୍ୟାକୁ ଆହୁରି ବଢାଇ ଦେଇଥାଏ । ଯେଉଁ କାରଣରୁ ଆପଣଙ୍କୁ ବିଭନ୍ନ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ସେଥିପାଇଁ ଯଦି ଆପଣ ଲିବର ଜନିତ କୌଣସି ସମସ୍ୟାରେ ପୀଡିତ ଅଛନ୍ତି ତେବେ କଞ୍ଚା ପିଆଜ ଖାଇବା ବନ୍ଦ କରି ଦିଅନ୍ତୁ ।

ରକ୍ତ ହୀନତାରେ ପୀଡିତ ଥିବା ଲୋକମାନେ

ଏହା ଛଡା ଯେଉଁ ଲୋକମାନେ ରକ୍ତ ହୀନତାରେ ପୀଡିତ ଅଛନ୍ତି ସେମାନଙ୍କୁ ବି କଞ୍ଚା ପିଆଜର ସେବନ କରିବା ଉଚିତ ନୁହେଁ । ରକ୍ତ ହୀନତା ଯୋଗୁ ବ୍ୟକ୍ତି ‘ଏନିମିୟା’ ନାମକ ରୋଗରେ ଗ୍ରସିତ ବି ହୋଇପାରେ । ଏହି ରୋଗରେ ଆଇରନ କମ ହୋଇଥାଏ, ଯେଉଁ କାରଣରୁ ରକ୍ତ ତିଆରି ହେବା ବନ୍ଦ ହୋଇଯାଏ । ସେଥିପାଇଁ ଯଦି ଆପଣଙ୍କର ଶରୀରରେ ରକ୍ତର ମାତ୍ରା କମ ଅଛି ତେବେ କଞ୍ଚା ପିଆଜର ସେବନ ବନ୍ଦ କରି ଦିଅନ୍ତୁ ।

ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।