ମହାଭାରତ ପୂର୍ବରୁ ପୂର୍ବ ଜନ୍ମରେ ଏମାନେ କେଉଁ ଅବତାର ନେଇଥିଲେ ? କଣ ରହିଛି ଏମାନଙ୍କ ମହାଭାରତ ଯୁଗରେ ଜନ୍ମ ହେବାର ରହସ୍ୟ ?

ନମସ୍କାର ବନ୍ଧୁଗଣ, ମାହାଭାରତ ଯୁଦ୍ଧ ସମ୍ପର୍କରେ ଆପଣ ମାନେ ନିହାତି ଅବଗତ ଥିବେ । କାରଣ ଏହା ଏକ ଗାଥା ଅଟେ । ଯାହା ସମସ୍ତଙ୍କ କାନରେ ନିହାତି ବାଜିଥାଏ । ହିନ୍ଦୁ ଧର୍ମର ଏହା ଏକ ପ୍ରମୁଖ ଉଦାହରଣ ଅଟେ । କିଭଳି ସାମାନ୍ୟ ଏକ ଝିମିଟି ଖେଳରୁ ମହାଭାରତ ଯୁଦ୍ଧ ହୋଇଥିଲା ଏହାର ଉଦାହରଣ ଆଜି ଯାଏ ସମସ୍ତେ ଦେଇ ଆସୁଛନ୍ତି । ତେବେ ସେହି ମହାଭାରତରେ ରହିଥିବା ପ୍ରମୁଖ ବ୍ୟକ୍ତି ମାନଙ୍କ ପରିଚୟ ବି ଆପଣ ମାନେ ନିହାତି ଜାଣିଥିବେ  ।

ଆଜି ଆମେ ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ପାଇଁ ପାଇବେ ମାହାଭାରତରେ ରହିଥିବା ସମସ୍ତ ବ୍ୟକ୍ତିଙ୍କ ପୂର୍ବ ଜନ୍ମ ସମ୍ପର୍କରେ । ମହାଭାରତ ଯୁଦ୍ଧକୁ ନିଜ ଆଙ୍ଗୁଳି ନିର୍ଦେଶରେ ଚଲାଉଥିବା ଭଗବାନ ଶ୍ରୀକୃଷ୍ଣ ପୂର୍ବ ଜନ୍ମରେ ନାରାୟଣ ଥିଲେ । ଅର୍ଜୁନ ପୂର୍ବ ଜନ୍ମରେ ନର ଥିଲେ । ନର ଏବଂ ନାରାୟଣ ପୂର୍ବ ଜନ୍ମରେ ଜାଁଆଳା ଭ୍ରାତା ଥିଲେ । ମହାଭାରତ ସମୟରେ ପଣ୍ଡୁ ଏବଂ କୁନ୍ତୀଙ୍କର ତୃତୀୟ ପୁତ୍ର ଥିଲେ ଅର୍ଜୁନ ।

ନାରାୟଣ ଏବଂ ନର ପୂର୍ବରୁ ଅର୍ଜୁନ ଏବଂ ଶ୍ରୀକୃଷ୍ଣଙ୍କ ପୂର୍ବ ଜନ୍ମ ଥିଲା । ଶାନ୍ତନୁଙ୍କ ଏବଂ ଗଙ୍ଗା ମାତାଙ୍କର ପୁତ୍ର ଥିଲେ ଭୀଷ୍ମ । ପୂର୍ବ ଜନ୍ମରେ ଭୀଷ୍ମ ଜଣେ ପଶୁ ଥିଲେ । ପତ୍ନୀଙ୍କ କଥାରେ ପଡି ବଶିଷ୍ଠଙ୍କ ଗାଇକୁ ସେ ଚୋରାଇ ନେଇଥିଲେ । ବଶିଷ୍ଠ ଏହା ଜାଣିବା ପରେ ସେହି ଜନ୍ମରେ ତାଙ୍କୁ ଅଭିଶାପ ଦେଇଥିଲେ । ଏବଂ କହିଥିଲେ ଆସନ୍ତା କାଳରେ କେବେ ମଧ୍ୟ ତୁମେ ମୃତ୍ୟୁ ବରଣ କରିବ ନାହିଁ ।

ମୃତ୍ୟୁ ବରଣ ନକରି ତୁମେ ଯେତିକି ସମୟ ଅତିବାହିତ କରିବ ସେତିକି କଷ୍ଟ ପାଇବ । ଭୀଷ୍ମଙ୍କ ଭଉଣୀ ବିବାହ ପତିଙ୍କ ଭଉଣୀ ଅମ୍ବା ଥିଲେ । ସେ ଭୀଷ୍ମଙ୍କୁ ବିବାହ କରିବାର ମନବଳାଇ ଥିଲେ କିନ୍ତୁ ଭୀଷ୍ମ ରାଜି ହୋଇନଥିଲେ ଯାହାଫାଳରେ ଅମ୍ବା ତାଙ୍କୁ ଅଭିଶାପ ଦେଇ କହିଥିଲେ କି ସେ ଆର ଜନ୍ମରେ ଭୀଷ୍ମଙ୍କ ମୃତୁର କାରଣ ହେବେ । ତେଣୁ ମହାଭାରତ ସମୟରେ ଶ୍ରୀଖଣ୍ଡୀର ହୋଇ ଜନ୍ମ ନେଇଥିଲେ ଅମ୍ବା ।

ଶ୍ରୀଖଣ୍ଡୀ ହିଁ ଭୀଷ୍ମଙ୍କ ମୃତ୍ୟୁର କାରଣ ସାଜିଥିଲେ ମହାଭାରତ ସମୟରେ । ଦ୍ରୌପଦୀ ପୂର୍ବ ଜନ୍ମରେ ବିଧବା ଥିଲେ । ତେଣୁ ଆର ଜନ୍ମରେ ସର୍ବଗୁଣ ସମ୍ପର୍ଣ ସ୍ଵାମୀ ପାଇବାର ବର ମାଗିଥିଲେ ଭଗବାନଙ୍କୁ । ହେଲେ ସଂସାରରେ ତ କେହି ସର୍ବ ଗୁଣ ସମ୍ପର୍ଣ ନଥାନ୍ତି ତେଣୁ ଭଗବାନ ପଞ୍ଚୁ ପାଣ୍ଡବଙ୍କ ପତ୍ନୀ ବନାଇ ଦେଲେ ।

କାରଣ ପଞ୍ଚୁ ପାଣ୍ଡବଙ୍କ ପାଖରେ ଅଲଗା ଗୁଣ ସବୁ ରହିଥିଲା ସେମାନେ ମିଶି ସର୍ବ ଗୁଣ ସମ୍ପର୍ଣ ବୋଲାଉଥିଲେ । ପୂର୍ବ ଜନ୍ମରେ କର୍ଣ ଦମ୍ଭୋର୍ଭବ ରାକ୍ଷସ ଥିଲେ । ଅର୍ଜୁନ ପୂର୍ବ ଜନ୍ମରେ ନର ଏବଂ ଶ୍ରୀକୃଷ୍ଣ ନାରାୟଣ  ହୋଇ ପୂର୍ବ ଜନ୍ମରେ କର୍ଣଙ୍କ ମୃତ୍ୟୁର କାରଣ ସାଜିଥିଲେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।