ମହାନ ଗଦାଧାରୀ ବଳରାମ ମହାଭାରତ ଯୁଦ୍ଧରେ କାହିଁକି ଲଢି ନଥିଲେ ? କଣ ଥିଲା ଏହା ପଛର ପ୍ରକୃତ ରହସ୍ୟ ?

ଭଗବାନ ଶ୍ରୀ କୃଷ୍ଣଙ୍କ ଠାରୁ ଆରମ୍ଭ କରି ଅନେକ ଯୋଦ୍ଧାମାନେ ମହାଭାରତ ଯୁଦ୍ଧରେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମହାନ ଯୋଦ୍ଧା ଏହି ଯୁଦ୍ଧରେ ଭାଗ ନେଇ ନ ଥିଲେ । ସେହି ମହାନ ଯୋଦ୍ଧା ଜଣକ  ଭଗବାନ କୃଷ୍ଣଙ୍କ ବଡ ଭାଇ ବଳରାମ ଅଟନ୍ତି । ବଳରାମ କାହିଁକି ମହାଭାରତ ଯୁଦ୍ଧରେ ଭାଗ ନେଇ ନଥିଲେ ସେହି ବିଷୟରେ ଆମେ ଆପଣମାନଙ୍କୁ ବିସ୍ତୃତ ଭାବରେ ବିବରଣୀ ଦେବାକୁ ଯାଉଛୁ । ଭଗବାନ ଶ୍ରୀ କୃଷ୍ଣଙ୍କ ବଡ ଭାଇ ବଳରାମ ଶେଷନାଗଙ୍କ ଅବତାର ଥିଲେ ।

ବାସୁଦେବ ଓ ଦେବକୀଙ୍କ ୬ଟି ସନ୍ତାନ ହେବା ପରେ ବଳରାମ ଶେଷନାଗଙ୍କ ଅବତାରରେ ଜନ୍ମ ହୋଇଥିଲେ । ବଳରାମଙ୍କ ଜନ୍ମର କିଛି ସମୟ ପୂର୍ବରୁ ବାସୁଦେବଙ୍କ ପ୍ରଥମ ସ୍ତ୍ରୀ ରୋହିଣୀ ସେମାନଙ୍କୁ କାରାଗାରକୁ ଦେଖା କରିବାକୁ ଯାଇଥିଲେ ।  ସେହି ସମୟରେ ରୋହିଣୀ ନିଜ ଯୋଗ ଶକ୍ତି ବଳରେ ଦେବକିଙ୍କ ଗର୍ଭରୁ ବଳରାମଙ୍କୁ ନିଜ ଗର୍ଭକୁ ନେଇଯାଇଥିଲେ। ବଳରାମଙ୍କର ଗର୍ଭରୁ ସ୍ଥାନ ପରିବର୍ତ୍ତନ ହୋଇଥିବାରୁ ସେ  ସଂକର୍ଷଣ ନାମରେ ପରିଚିତ ଅଟନ୍ତି । ଭଗବାନ କୃଷ୍ଣ ଶାନ୍ତ ସ୍ଵଭାବର ହୋଇଥିଲେ ବଳରାମ ଶେଷନାଗଙ୍କ ଅବତାର ହୋଇଥିବାରୁ କ୍ରୋଧ ସ୍ଵଭାବର ଅଟନ୍ତି ।

ମହାଭାରତ ଯୁଦ୍ଧରେ ସବୁ ରାଜ୍ୟର ଛୋଟ ବଡ ରାଜାମାନେ ଭାଗ ନେଇଥିଲେ । ଏହି ଯୁଦ୍ଧରେ କୌରବଙ୍କ ସହ କୃଷ୍ଣଙ୍କର ୧୧ ଅଶ୍ବରୋହିଣୀ ସେନା ଥିବାବେଳେ ପାଣ୍ଡବଙ୍କ ପାଖରେ ୮ ଅଶ୍ବରୋହିଣୀ ସେନା ଥିଲା । ଏହି ସମୟରେ ଭଗବାନ କୃଷ୍ଣ ନିଶସ୍ତ୍ର ଭାବେ କୌରବଙ୍କ ସାଥ ଦେଇଥିଲେ। ବଳରାମ ମହାଭାରତ ଯୁଦ୍ଧରେ ଭାଗ ନ ନେଇ ତୀର୍ଥ କରିବାକୁ ବାହାରି ଯାଇଥିଲେ । ଦୁଇ ପକ୍ଷ ତାଙ୍କର ସମ୍ଭଧୀୟ ହୋଇଥିବାରୁ ଅଧର୍ମର ସାଥ ନ ଦେବାକୁ ବଡ ଭାଇ ବଳରାମ ଶ୍ରୀ କୃଷ୍ଣଙ୍କୁ ପରାମର୍ଶ ଦେଇଥିଲେ ।

ବଳରାମ ଦୁର୍ଜ୍ୟଧନଙ୍କୁ ଯୁଦ୍ଧରେ ଶସ୍ତ୍ର ବ୍ୟବହାର ନ କରିବାକୁ କଥା ଦେଇ ଥିବାରୁ ଭଗବାନ କୃଷ୍ଣ ନିଶସ୍ତ୍ର ଭାବେ ଲଢିବାକୁ ପ୍ରଣ ନେଇଥିଲେ । ଧର୍ମର ସ୍ଥାପନ ପାଇଁ ଏହି ଯୁଦ୍ଧ ହେବା ଜରୁରୀ ବୋଲି ଶ୍ରୀ କୃଷ୍ଣ ବଳରାମଙ୍କୁ କହିଥିଲେ । ମହାଭାରତ ଯୁଦ୍ଧରେ ଭଗବାନ କୃଷ୍ଣ ନିଶସ୍ତ୍ର ହୋଇ ଯୁଦ୍ଧ କରି ଥିବାରୁ ପାଣ୍ଡବମାନେ ଜିତିଥିଲେ ଓ ବଡ ଭାଇ ବଳରାମଙ୍କ ବଚନର ମାନ ମଧ୍ୟ ରହିଥିଲା । ମହାଭାରତ ଯୁଦ୍ଧର କିଛି ଦିନ ପୂର୍ବରୁ ବଳରାମ ପାଣ୍ଡବମାନଙ୍କୁ ଦେଖା କରିବାକୁ ଯାଇଥିଲେ ।

ସେଠାରେ ବଳରାମଙ୍କୁ ଦେଖି ସମସ୍ତେ ତାଙ୍କର ଅଭିବାଦନ କରିଥିଲେ । ବଳରାମ ନିଜ ନିଷ୍ପତି ବଦଳାଇ ଦେଇଥିବେ ବୋଲି ଦୁର୍ଜ୍ୟଧନ ତାଙ୍କୁ ପ୍ରଶ୍ନ କରିଥିଲେ ।କିନ୍ତୁ ବଳରାମ ଉତ୍ତରରେ କହିଥିଲେ ଯେ “ଦୁଇ ପକ୍ଷ ମୋର ସମ୍ପର୍କୀୟ ହୋଇଥିବାରୁ ଅଧର୍ମର ସାଥ ନ ଦେବାଟା ମୁଁ ଉଚିତ ମନେ କରୁଛି” । ଭୀମ ଓ ଦୁର୍ଜ୍ୟଧନ ଦୁହେଁ ବଳରାମଙ୍କର ଭାଇ ହୋଇଥିବାରୁ ସେ ଏହି ଯୁଦ୍ଧହରେ ଭାଗ ନେବାକୁ ମନା କରିଥିଲେ ।

ଏହା କହି ବଳରାମ ସମସ୍ତଙ୍କ ଠାରୁ ବିଦାୟ ନେଇ ତୀର୍ଥ ଯାତ୍ରାରେ ବାହାରି ପଡିଥିଲେ । ଏହି ମୁଖ୍ୟ କାରଣ ଯୋଗୁ ବଳରାମ ମହାଭାରତ ଯୁଦ୍ଧହରେ ଭାଗ ନେଇ ନ ଥିଲେ । ଆଶା କରୁଛୁ ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଆମ ପେଜକୁ ଗୋଟେ ଲାଇକ କରନ୍ତୁ ।