ବହୁତ ବର୍ଷ ପରେ ମହାଶିବରାତ୍ରିରେ ବନୁଛି ରାଜଯୋଗ, ଜାଣନ୍ତୁ କେଉଁ ପ୍ରକାରର ପୂଜା କରିଲେ ମିଳିବ ଭୋଲେନାଥଙ୍କ କୃପା

ମହାଶିବରାତ୍ରି ଦିନଟି ଭୋଲେନାଥଙ୍କ କୃପା ପ୍ରାପ୍ତି କରିବାର ସବୁଠୁ ଉତ୍ତମ ଦିନ ଅଟେ । ଏଥର ଶିବରାତ୍ରି ୨୧ ଫେବ୍ରୁୟାରୀ ୨୦୨୦ ମାନେ ଶୁକ୍ରବାର ଦିନ ପଡୁଛି । କହିବାକୁ ଗଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କୁହାଯାଉଛି କି ଏଥର ର ମହାଶିବରାତ୍ରି ବହୁତ ଖାସ ଅଟେ । କାରଣ ଏହି ବର୍ଷ ମହାଶିବରାତ୍ରି ଦିନ ଶନି ନିଜର ଗତି ପରିବର୍ତ୍ତନ କରି ମକର ରାଶିରେ ପ୍ରବେଶ କରିବେ ।

ଯେଉଁ କାରଣରୁ ଶଶ ଯୋଗ ବନୁଛି । ଯାହାକି ଏକ ରାଜଯୋଗ ଅଟେ । ଏହାର ଅତିରିକ୍ତ ମକର ରାଶିରେ ଶନି ଓ ଚନ୍ଦ୍ରମା ରହିବେ । ମହାଶିବରାତ୍ରି ଦିନ କୁମ୍ଭରେ ସୂର୍ଯ୍ୟ ଓ ବୁଧର ଯୋଡି ରହିବ ଓ ଶୁକ୍ର ବି ନିଜର ଉଚ୍ଚ ରାଶି ମୀନରେ ରହିବେ । କହିବାକୁ ଗଲେ ଏହି ସବୁ ରାଶି ଗୁଡିକର ଗୋଚର ଯୋଗୁ ଏହି ଦିନଟି ବହୁତ ହିଁ ଖାସ ହୋଇ ଯାଉଛି । ଏହି ସ୍ଥିତିରେ ଆପଣ କେଉଁ ପ୍ରକାରରେ ଭୋଲେନାଥଙ୍କ ପୂଜା କରି ତାଙ୍କୁ ପ୍ରସନ୍ନ କରି ପାରିବେ, ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ ।

ମହାଶିବରାତ୍ରିରେ ଏହି କାମ ଦ୍ଵାରା ଭଗବାନ ଶିବ ହେବେ ପ୍ରସନ୍ନ

·    ମହାଶିବରାତ୍ରି ଦିନଟି ଭଗବାନ ଶିବଙ୍କୁ ଖୁସି କରିବାର ସବୁଠୁ ଉତ୍ତମ ଦିନ ହୋଇଥାଏ । ଏହି ଦିନ ସମସ୍ତେ ଭଗବାନ ଶିବଙ୍କ ବ୍ରତ ରଖନ୍ତି ଓ ଉପାସନା ବି କରିଥାନ୍ତି । ଯଦି ଆପଣ ମହାଶିବରାତ୍ରି ଦିନ ଶିବଙ୍କ ଆରାଧନା କରିବେ ତେବେ ଏହା ଦ୍ଵାରା ମହାଦେବ ବିଶେଷ ରୂପରେ ପ୍ରସନ୍ନ ହେବେ ।

·    ଆପଣ ଶିବରାତ୍ରି ଦିନ ପ୍ରାତଃ କାଳରେ ଜଲ୍ଦି ଉଠି ସ୍ନାନ କରି ଶିବ ମନ୍ଦିର ଯାଆନ୍ତୁ ଓ ଶିବ ମନ୍ଦିରରେ ସ୍ଥାପିତ ଶିବଲିଙ୍ଗର ପୂଜା କରନ୍ତୁ ଓ ଜଳ ଚଢାନ୍ତୁ । ଏହା ପରେ ଶିବଲିଙ୍ଗରେ ଘିଅ, ଦହି ଓ ଚିନି ଅର୍ପଣ କରନ୍ତୁ କିମ୍ବା ଆପଣ ଶିବଲିଙ୍ଗ ଉପରେ କ୍ଷୀର ବି ଚଢାଇ ପାରିବେ ।

·    ଆପଣ ଶିବଲିଙ୍ଗକୁ ଜଳ ଦ୍ଵାରା ଭଲ ଭାବରେ ସଫା କରି ଦିଅନ୍ତୁ । ଏହା ପରେ ଶିବଲିଙ୍ଗକୁ ଚନ୍ଦନର ତିଳକ, ବେଲପତ୍ର ଓ ଫଳ ଅର୍ପଣ କରନ୍ତୁ, ଏହା ପରେ ଆପଣ ଶିବଲିଙ୍ଗ ସମ୍ମୁଖରେ ଘିଅର ଦୀପ ଜଳାଇ ଦିଅନ୍ତୁ ଓ ଭଗବାନ ଶିବଙ୍କୁ ବିଧି ବିଧାନ ପୂର୍ବକ ପୂଜା କରନ୍ତୁ । ମାତ୍ର ଏହି ଛୋଟ କାର୍ଯ୍ୟ ଓ ବିଧି ବିଧାନ ପୂର୍ବକ ଭୋଲେନାଥଙ୍କ ପୂଜା କରିବା ଦ୍ଵାରା ଆପଣ ଏହି ରାଜଯୋଗର ଲାଭ ଉଠାଇ ପାରିବେ । ଯଦି ଆପଣ ଏହି ପ୍ରକାରର ଭୋଲେନାଥଙ୍କ ପୂଜା କରିବେ ତେବେ ଆପଣଙ୍କ ଉପରେ ଭୋଲେନାଥଙ୍କ କୃପା ଦୃଷ୍ଟି ଅବଶ୍ୟ ରହିବ ।