ପ୍ରିନ୍ସିପାଲ କରିଲା ୭ମ ଶ୍ରେଣୀର ଛାତ୍ରୀକୁ ଅଶୀଳ ବ୍ୟବହାର, ଅଧ୍ୟାପିକା କ୍ୟାମେରାରେ କରିଲେ ସୁଟ, ଦେଖନ୍ତୁ ଭିଡିଓ

ରାଜସ୍ଥାନର ଭରତପୁରରେ ଥିବା ସରକାରୀ ସ୍କୁଲର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ସ୍କୁଲର ପ୍ରିନ୍ସିପାଲ ଏକ ଅମାନୁଷିକ କାର୍ଯ୍ୟ କରୁଥିବାର ନଜର ଆସୁଛି । ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ଗାଁ ର ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖା ଦେଇଛି । ଗ୍ରାମ ଲୋକମାନେ ପ୍ରିନ୍ସିପାଲକୁ ତା’ର ଅମାନୁଷିକ କାର୍ଯ୍ୟ ପାଇଁ କଠୋର ଦଣ୍ଡ ଦେବା ପାଇଁ କମ୍ପ୍ଲେନ କରିଛନ୍ତି । ଏହା ସହିତ ଛାତ୍ରୀର ଦାଦା ପୋଲିସ ଷ୍ଟେସନରେ କେସ କରି ସାରିଛନ୍ତି । ଏହି ଘଟଣାଟି ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି, ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

କ୍ୟାମେରାରେ ସୁଟ୍ ହେଲା ପ୍ରିନ୍ସିପାଲର କରନାମା


ଏହି ମାମଲାଟି ଭରତପୁର ଜିଲ୍ଲାର ବେର ଥାନା ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲର ଅଟେ । ଏହି ସରକାରୀ ସ୍କୁଲରେ ଗାଁ ଓ ଆଖପାଖ ଅଞ୍ଚଳର ବହୁତ ପିଲା ପଢନ୍ତି । ସ୍କୁଲର ପ୍ରିନ୍ସିପାଲ ପଦମ ସିଂହ ମିଣାଙ୍କର ଏକ ଭିଡିଓ ବର୍ତ୍ତମାନ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ପଦମ ସିଂହ ଏକ ୧୨ ବର୍ଷର ଛାତ୍ରୀ ସହ ଅଶୀଳ ବ୍ୟବହାର କରୁଥିବାର ନଜର ଆସୁଛି । ଏହି ଭିଡିଓକୁ ସ୍କୁଲର ଏକ ଅଧ୍ୟାପକ ସୁଟ୍ କରିଛନ୍ତି । ଭିଡିଓରେ ପୁରା ନଜର ଆସୁଛି କି ପ୍ରିନ୍ସିପାଲ ଆସୁଛି, ଛାତ୍ରୀ ଜଣକୁ ଧରି ଅଶୀଳ ବ୍ୟବହାର କରି କିସ୍ କରୁଛି ।

ଛାତ୍ରୀ ମାନଙ୍କ ଦ୍ଵାରା ସ୍କୁଲରେ ଝାଡୁ ପୋଛା ଲଗାଏ ପ୍ରିନ୍ସିପାଲ


ଗ୍ରାମବାସୀଙ୍କ ମତରେ ପ୍ରିନ୍ସିପାଲ ପଦମ ସିଂହର ବ୍ୟବହାର ମହିଳା ଓ ଛାତ୍ରୀ ମାନଙ୍କ ପ୍ରତି ଠିକ ନୁହେଁ । ମହିଳା ଅଧ୍ୟାପିକାଙ୍କ ସହ ଖରାପ ବ୍ୟବହାର କରିଥିବାର ଖବର ମଧ୍ୟ ସାମ୍ନାକୁ ଆସିଥିଲା । ହେଲେ କେହି ଏହାର କମ୍ପ୍ଲେନ କରିନଥିଲେ । ସ୍କୁଲରେ ପ୍ରିନ୍ସିପାଲକୁ ସମସ୍ତେ ଡରିଥାନ୍ତି ଓ ପ୍ରିନ୍ସିପାଲ ପିଲା ମାନଙ୍କ ଦ୍ଵାରା ସ୍କୁଲରେ ଝାଡୁ ପୋଛା ଲଗାଇଥାଏ । ଏହିପରି ଗୋଟିଏ ଛାତ୍ରୀ ସ୍କୁଲରେ ପୋଛା ଲଗାଉଥିବା ସମୟରେ ପ୍ରିନ୍ସିପାଲ ଆସି ଛାତ୍ରୀ ଜଣକୁ ଟାଣି ଆଣି ଅଶୀଳ ବ୍ୟବହାର କରିଛି ।

ସ୍କୁଲର ଅଧ୍ୟାପିକା ଜଣକ ମୋବାଇଲରେ କରିଲେ ଭିଡିଓ


ଏହି ପୁରା ଘଟଣାକୁ ସ୍କୁଲର ଅଧ୍ୟାପିକା ଜଣେ ନିଜ ମୋବାଇଲ କ୍ୟାମେରାରେ ସୁଟ୍ କରିଥିଲେ । ଝିଅର ପରିଜନ ମାନେ ଯେବେ ଝିଅକୁ ଏହି ଘଟଣା ବିଷୟରେ ପଚାରିଥିଲେ, ସେତେବେଳେ ସଂପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ଖବର ଅନୁସାରେ ଜଣା ପଡିଲା କି ପ୍ରିନ୍ସିପାଲ ଜଣକ ବହୁତ ଦିନ ହେବ ଛାତ୍ରୀଙ୍କୁ ଅଶୀଳ ବ୍ୟବହାର କରୁଥିଲା ।

ଏହା ସହିତ ପ୍ରିନ୍ସିପାଲ ଝିଅକୁ ଧମକ ଦେଇଥିଲା କି, ଯଦି ଛାତ୍ରୀ ଏହି କଥା ଆଉ କାହାକୁ କହିବ ତେବେ ସେ ଛାତ୍ରୀକୁ ଜୀବନରୁ ମାରିଦେବ । ଏହି ଭୟରେ ଛାତ୍ରୀ ଜଣକ କାହାକୁ କିଛି କହିପାରୁ ନଥିଲା । କିନ୍ତୁ ବର୍ତ୍ତମାନ ଝିଅର ଦାଦା ପୋଲିସ ଷ୍ଟେସନରେ ପ୍ରିନ୍ସିପାଲ ବିରୁଦ୍ଧରେ କମ୍ପ୍ଲେନ କରିଛନ୍ତି ।